ଶୀତ ଦିନରେ ଗୋଡ ଫଟା ଓ ରୂପୀ ସମସ୍ଯା ! କିପରି ପାଇବେ ମୁକ୍ତି (Dr Kishan Agarwal)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶୀତ ଋତୁ କୁ ସୁସ୍ଖ ଋତୁ ମଧ୍ୟ କୁହାଯାଇଥାଏ । ଶରୀରରେ ତେଲ ଓ ପାଣି ଅଂଶ କମିଯାଉଥିବାରୁ ଶରୀର ଡ୍ରାଏ ହୋଇଯାଏ । ଏହି ଋତୁରେ ଶରୀରର ଚର୍ମରେ ସୁଶ୍ଖତା ଆସିଯାଇଥାଏ । ଯାହା ଦ୍ଵାରା ସ୍କିନ ଡ୍ରାଏ ହେବା ସହିତ ବିହିନ୍ନ ପ୍ରକାର ସ୍କିନ ଜନିତ ସମସ୍ଯା ଆସିଥାଏ । ସ୍କିନ ଶୁଖିଯିବା ଫଳରେ ଗୋଡର ଗୋଇଠି ଫାଟିବାରୁ ଆରମ୍ଭ କରି ତ୍ଵଚା ଶୁଖି ,ମଳିନ ମଧ୍ୟ ଦେଖାଯାଇଥାଏ ।

ଶୀତ ଋତୁରେ ପ୍ରାୟତଃ ଲୋକ ମାନଙ୍କର ଡ୍ରାଏ ସ୍କିନ ଏକଜିମା ହୋଇଥାଏ । ଏହି ଚର୍ମ ଛୁଆ ମାନଙ୍କ ଠାରୁ ନେଇ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ଦେଖାଯାଇଥାଏ । ଯାହାକୁ ଆଟୋପିକ ଡରମାଟିସ କୁହାଯାଇଥାଏ । ଏହା ହେବା ଦ୍ଵାରା ଶରୀରର ବିଭିନ୍ନ ଅଙ୍ଗ ଶୁଖି ଯେପରି ଗୋଡ, ହାତ, ପିଠି କିମ୍ବା ମୁହଁରେ ରିବି ରିବି ହୋଇ ଫଳି ଯାଇଥାଏ । ଶୀତ ଦିନରେ ସୋରିଆଶିଷ୍ ଭଳି ଅନ୍ୟ ଏକ ଚର୍ମ ରୋଗ କିଛି ଲୋକଙ୍କ ଠାରେ ଦେଖିବାକୁ ମିଳିଥାଏ ।

ଏଥିରେ ଶରୀରର କୌଣସି ଅଙ୍ଗରେ ଚର୍ମ ବଢି ସେହି ଜାଗା ନାଲି କଲର ହୋଇଯାଇଥାଏ । ଏହା ହେଲେ ଡାକ୍ତର ଶରୀରର ମଏଶ୍ଚର ଠିକ ରଖିବା ପାଇଁ କିଛି କ୍ରିମ ଦେବା ସହ ମେଡ଼ିସିନ ମଧ୍ୟ ଦେଇଥାନ୍ତି । ଶୀତ ଦିନରେ ବହୁତ ଲୋକଙ୍କ ମୁଣ୍ଡରେ ଡ୍ରାନ୍ଦରଫ ବା ରୂପୀ ଭଳି ସମସ୍ଯା ଦେଖିବାକୁ ମିଳିଥାଏ । କିଛି ଲୋକଙ୍କର ଅଳ୍ପ ରୂପୀ ହେଉଥିବା ବେଳେ କିଛି ଲୋକଙ୍କର ସିଭିଅର ଭାବରେ ରୂପୀ ହୋଇ ମୁଣ୍ଡରୁ ଚୋପା ଭଳି କାତି ଛାଡିଥାଏ ।

ଅଧିକ ରୂପୀ ସମସ୍ଯା ହେଉଥିବା ଲୋକଙ୍କର ଡାକ୍ତରଙ୍କର ପରାମର୍ଶ ନେବା ନିହାତି ଜରୁରୀ ହୋଇଥାଏ । କାରଣ ରୂପୀ ହେବାର ବିଭିନ୍ନ ପ୍ରକାର କାରଣ ରହିଥାଏ । ଡାକ୍ତର ରୂପୀ ହେବାର ମୂଳ କାରଣକୁ ଅନୁଧ୍ୟାନ କରି ତାହାର ସଠିକ ଚିକିତ୍ସା କରିବା ପାଇଁ ବ୍ୟକ୍ତିକୁ ପରାମର୍ଶ ଦେଇଥାନ୍ତି । ରୂପୀ ହୋଇଥିବା ଲୋକଙ୍କୁ ମୁଣ୍ଡରେ ତେଲ ଲଗାଇବା ପାଇଁ ବାରଣ କରାଯାଇଥାଏ ।

ଏହା ସହିତ ଅଣ୍ଡା, ଦହି ଏପରି ଜିନିଷ ରୂପୀ ସମସ୍ଯା ଥିବା ଲୋକଙ୍କୁ ଲଗେଇବା ପାଇଁ ବାରଣ କରାଯାଇଥାଏ । କାରଣ ସେସବୁ ଜିନିଷ ମୁଣ୍ଡରେ ଲଗାଇବା ଦ୍ଵାରା ରୂପୀ ସୃଷ୍ଟି କରୁଥିବା ଫଙ୍ଗଲ ମାନଙ୍କୁ ଖାଦ୍ୟ ଖାଇବାକୁ ମିଳିଯାଇଥାଏ । ରୂପୀ ହୋଇଥିଲେ ସପ୍ତାହରେ ୨ ରୁ ୩ ଥର ଧୋଇ ମୁଣ୍ଡକୁ ସବୁବେଳେ କ୍ଳିନ ରଖିବା ପାଇଁ କୁହାଯାଇଥାଏ।

ଡାକ୍ତର ରୂପୀର ସଠିକ ଫଙ୍ଗଷକୁ ନିରୂପଣ କରି ତାହାକୁ ନାଶ କରିବା ପାଇଁ ସଠିକ ସାମ୍ପୁ ଲଗାଇବାକୁ ପରାମର୍ଶ କରିଥାନ୍ତି । ଡାକ୍ତରଙ୍କର ମତ ଅନୁସାରେ ଶୀତ ଦିନରେ ନିଜ ଚର୍ମର ଉପଯୁକ୍ତ ଯତ୍ନ ନେବା ସହିତ ତାକୁ ମଏଶ୍ଚର କରି ରଖିବା ରଖିବା ଆବଶ୍ୟକ । ଯାହା ଦ୍ଵାରା ସ୍କିନ ଜନିତ ସମସ୍ଯା ବା ଗୋଡ ଫଟା ମଧ୍ୟ ଶୀତ ଦିନରେ ଦେଖାଯିବ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *