ବିଶ୍ଵପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିରର ରୋଷ ଘରର ଭିତିରି କଥା କହୁ କହୁ କହିଦେଲେ ସେବାୟତ, ଶୁଣିଲେ ମିଳେ କୋଟି ପୂଣ୍ୟ ! ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ବଡ ଠାକୁର ହେଉଛନ୍ତି ସ୍ଵୟଂ ଜଗତର ନାଥ ଜଗନ୍ନାଥ । ଜଗନାଥଙ୍କର ସବୁଠାରୁ ବଡ ମନ୍ଦିର ପୁରୀ ଜିଲାରେ ଅବସ୍ଥିତ । ଯାହାକି ବିଶ୍ଵପ୍ରସିଦ୍ଧ ଅଟେ । ଆଜି ଆପଣ ମାନେ ଜାଣିବାକୁ ପାଇବେ । ଜଗନ୍ନାଥ ପ୍ରଭୁ, ବଡ ଭାଇ ପ୍ରଭୁ ବଳଦେଭ ଓ ମାତା ସୁଭଦ୍ରାଙ୍କର ବଡ ମନ୍ଦିରର ରୋଷ ଘରେ କିପରି ସବୁ ନୀତି କାନ୍ତି ସହ ପ୍ରସାଦ ରନ୍ଧନ କରାଯାଇଥାଏ ।

ରୋଷ ଘରେ ମହା ପ୍ରଭୁଙ୍କ ପାଇଁ ରୋଷେଇ କରିବା ସମୟରେ ଅନେକ ନୀତି ନିୟମକୁ ପାଳନ କରି ରୋଷେଇ କାର୍ଯ୍ୟ କରାଯାଇଥାଏ । ଯେପରି ରୋଷେଇ କାର୍ଯ୍ୟ କରିବା ସମୟରେ କୌଣସି ପ୍ରକାର ବିଘ୍ନ ଘଟିବ ନାହିଁ । ରୋଷ ଘରକୁ କେତେକ ନିର୍ଦ୍ଧିଷ୍ଟ ଲୋକଙ୍କ ଛଡା ଅନ୍ୟ ଲୋକଙ୍କୁ ରୋଷ ଘରକୁ ଯିବା ପାଇଁ ଅନୁମତି ନଥାଏ ।

ରୋଷ ଘର ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ନେଇକି ଆସିଥିବା ଲୋକମାନେ ରୋଷ ଘର ଦ୍ଵାର ପାଖରେ ଠିଆ ଡାକିବା ଦ୍ଵାରା ରୋଷ ଘରେ ଥିବା ଲୋକ ଆସି ତାଙ୍କ ପାଖରୁ ଜିନିଷ ନେଇ ରୋଷେଇରେ ବ୍ୟବହାର କରିଥାନ୍ତି । ରୋଷ ଘରର ମୁଖ୍ୟ ଦେବୀ ହେଉଛନ୍ତି ମା’ ମହାକାଳୀକା । ମା’ ଙ୍କୁ ପୂଜା କରିସାରିବା ତାଙ୍କରି ସିନ୍ଦୁର ଲଗାଇବା ପରେ ଭଗବାନ ଗଣେଶଙ୍କୁ ମଧ୍ୟ ପାର୍ଥନା କରି ପରେ ରୋଷେଇ କାର୍ଯ୍ୟ ଆରମ୍ଭ କରାଯାଇଥାଏ ।

ଗଣେଶ ପ୍ରଭୁଙ୍କର ଆରାଧନାର କାରଣ ଏହା କି ଯେ ଯେପରି ରୋଷେଇ ଚାଲିଥିବା ସମୟରେ ହାଣ୍ଡି ଫାଟିଯିବା ବା କୌଣସି ବିଘ୍ନ ଯେପରି ନଘଟେ । ମହାପ୍ରଭୁଙ୍କର ରୋଷ ଘରକୁ ପରିଷ୍କାର କରିବା ପାଇଁ ୩ ଥାକିଆ ତଦାରଖ କମିଟି ଥାଏ । ସେଥିରେ ନିଯୁକ୍ତ ଥିବା ଲୋକ ମାନେ ରୋଷ ଘରର ସ୍ଵଚ୍ଛତା ଉପରେ ତଦାରଖ କରିଥାନ୍ତି । ରୋଷେଇ ପାଇଁ ଯେତିକି ମାତ୍ରାରେ ସାମଗ୍ରୀର ଆବଶ୍ୟକତା ରହିଥାଏ ।

ସେତିକି ଜିନିଷ ରୋଷ ଘରକୁ ନିଆଯାଇଥାଏ । କାରଣ ରୋଷେଇ ସାରିଲା ପରେ ଯେଉଁ ସବୁ ଜିନିଷ ବହକି ପଡିଥାଏ । ତାହାର ପୁନଃ ବ୍ୟବହାର ଆର ରୋଷେଇ ପାଇଁ କରାଯାଇନଥାଏ । କାରଣ ଚୁଲି ପାଖରେ ଯେଉଁ ସବୁ ଜିନିଷ ବ୍ୟବହାର କରାହୋଇଯାଇଥାଏ । ସେ ସବୁ ସାମଗ୍ରୀ ଶଙ୍ଖୁଡି ହୋଇଯାଇଥାଏ ବୋଲି କୁହାଯାଇଥାଏ । ଯାହାକି ଅନ୍ୟ ଏକ ରୋଷେଇରେ ବ୍ୟବହାର କରିବା ପାଇଁ ଯୋଗ୍ୟ ହୋଇନଥାଏ । ମହା ପ୍ରଭୁଙ୍କ ରୋଷେଇ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ରୋଷହୋମ କରାଯାଇଅଥାଏ ।

ତାହା ପରେ ନିର୍ଦ୍ଧିଷ୍ଟ ବିଧିବିଧାନ ସହ ରୋଷେଇ ଆରମ୍ଭ ହୋଇଯାଇଥାଏ । ଯେଉଁ ଲୋକଙ୍କୁ ଯେଉଁ ସବୁ ଦାୟିତ୍ଵ ଦିଆଯାଇଥାଏ । ସେହି ଲୋକ ସେହି ନିର୍ଦ୍ଧିଷ୍ଟ କାର୍ଯ୍ୟ ହିଁ ପ୍ରତିଦିନ କରିଥାନ୍ତି । ମହାପ୍ରଭୁଙ୍କ ପାଇଁ ସକାଳ ଧୂପ ନିମନ୍ତେ ପ୍ରାୟ ୨୦ ପ୍ରକାରର ଉର୍ଦ୍ଧ ପିଠା ଓ ଅନ୍ୟାନ୍ୟ ଭୋଗ ପ୍ରସ୍ତୁତ କରାଯାଇ ପ୍ରସାଦ ଲାଗି କରାଯାଇଥାଏ । ରୋଷ ଘରର ଚୁଲି ଗୁଡିକ ପଦ୍ମ ପାଖୁଡା ବିଶିଷ୍ଟ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *