ଶନି ଦେବଙ୍କୁ ସବୁଠୁ ଅଧିକ ପ୍ରିୟ ହୋଇଥାଏ ଏହି 3 ଟି ରାଶି, ସବୁବେଳେ କରିଥାନ୍ତି ଏମାନଙ୍କ ରକ୍ଷା- Jyotish Shastra

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନରେ ରାଶିଚକ୍ର ର ମହତ୍ତ୍ୱ ବହୁତ ରହିଛି।ନିଜ ରାଶି ରୁ ହିଁ ମନୁଷ୍ୟର ବିଗତ ଭବିଷ୍ୟତ ଜଣାପଡ଼ିଥାଏ।କିଛି ରାଶିର ଲୋକଙ୍କୁ ସବୁବେଳେ ଗ୍ରହ ଦଶା ରହିଥାଏ ଓ ଆଉ କେତେକ ରାଶିକୁ ଏତେବି ଗ୍ରହ ଦଶା ର ଆସୁବିଧା ହୋଇ ନ ଥାଏ।ବନ୍ଧୁଗଣ ଗ୍ରହ ମାନଙ୍କ ମଧ୍ୟରେ ଶନି ଗ୍ରହ ବା ଭଗବାନ ଶନି ଦେବ ବହୁତ ଭୟଙ୍କର ହୋଇଥାନ୍ତି।ଲୋକମାନେ ତାଙ୍କୁ ବହୁତ ଡରିଥାନ୍ତି।ତାଙ୍କ କୋପରୁ ବଂଚିବା ପାଇଁ ସବୁବେଳେ ତାଙ୍କୁ ପ୍ରସନ୍ନ କରି ରଖିବାକୁ ପଡିଥାଏ।ଭଗବାନ ଶନି ଦେବ ଙ୍କୁ ଶାନ୍ତ ରଖିବାକୁ ହେଲେ ତାଙ୍କର ପୂଜା ସହିତ ଅନେକ ପୁଣ୍ୟ କାର୍ଯ୍ୟ କରିବା ପାଇଁ ପଡିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଅଛନ୍ତି ଯେଉଁମାନେ ଶନି ଦେଵ ଙ୍କୁ ସବୁବେଳେ ପ୍ରସନ୍ନ କରି ରଖିଥାନ୍ତି।ଏପରି କିଛି ରାଶି ଅଛନ୍ତି ଯେଉଁ ମାନଙ୍କୁ ଶନି ଦେବ ନିଜେ ସବୁବେଳେ ରକ୍ଷା କରିଥାନ୍ତି।ଏହି ରାଶି ଗୁଡିକ ଶନି ଦେବ ଙ୍କର ବହୁତ ପ୍ରିୟ ହୋଇଥାନ୍ତି।ଯେଉଁ ବ୍ୟକ୍ତି ନ୍ୟାୟ ବାନ ଏବଂ ସଚ୍ଚୋଟ ହୋଇଥାନ୍ତି ଶନି ଦେବ ସବୁବେଳେ ତାଙ୍କର ସହିତ ରହିଥାନ୍ତି।ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ତାହା କେଉଁ ରାଶି ଯାହାକୁ ଶନି ଦେବ ରକ୍ଷା କରିଥାନ୍ତି।ତେବେ ଆସନ୍ତୁ ଜାଣିବା ଏହି ରାଶି ଗୁଡିକ ବିଷୟରେ।

ତୁଳା ରାଶି-ଏହି ରାଶି ଶନି ଦେବ ଙ୍କର ସବୁଠାରୁ ପ୍ରିୟ ରାଶି ଅଟନ୍ତି।ଏହି ରାଶିର ଲୋକମାନେ ଛନ୍ଦ କପଟ ଠାରୁ ବହୁତ ଦୂରରେ ରହିଥାନ୍ତି।ଏମାନେ ବହୁତ ଭଲ ଓ ସ୍ୱଚ୍ଛ ହୃଦୟ ର ବ୍ୟକ୍ତି ହୋଇଥାନ୍ତି ତେଣୁ ଏହି ରାଶି ଶନି ଦେବଙ୍କର ଅତି ପ୍ରିୟ ହୋଇଥାଏ।ଏହି ରାଶିର ଲୋକ ମାନେ ସ୍ୱଭାବରେ ନରମ ହୋଇଥାନ୍ତି।କୌଣସି ଅନ୍ୟାୟ କାର୍ଯ୍ୟ କରନ୍ତି ନାହିଁ।ଏହି ରାଶିର ଲୋକମାନେ ପ୍ରତ୍ୟେକ ଶନିବାର ଶନି ଚାଳିଶା ପାଠ କରିବା ଆବଶ୍ୟକ ହୋଇଥାଏ।ଏହି ରାଶିର ଲୋକମାନେ ଶନିବାର ଆମିଷ ସେବନ କରନ୍ତୁ ନାହିଁ।ଏବଂ ଯଦି ସମ୍ଭବ ତେବେ ବିନା ପିଆଜ ରସୁଣ ରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ।ଶନି ଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତ୍ୟେକ ଦିନ ଶନି ଚାଳିଶା ଏବଂ ଶନି ମନ୍ତ୍ର ପାଠ କରନ୍ତୁ।

କୁମ୍ଭ ରାଶି-ଶନି ଦେବ ଙ୍କର ପ୍ରିୟ ରାଶି ମଧ୍ୟରୁ ଦ୍ଵିତୀୟ ଭାଗ୍ୟବାନ ରାଶି ହେଉଛି କୁମ୍ଭ ରାଶି।କୁମ୍ଭ ରାଶି ବ୍ୟକ୍ତି ବିଶେଷ ଙ୍କ ଜୀବନ ଶନି ଦେବଙ୍କ କୃପାରୁ ହିଁ ଚାଲିଥାଏ।ଶନି ଦେବଙ୍କ କୃପା ବିନା ଏମାନଙ୍କ ଜୀବନ ବହୁତ କଠିନ ହୋଇଯାଇଥାଏ।ଶନି ଦେବ ଭଗବାନ ସୂର୍ଯ୍ୟ ଙ୍କ ର ପୁତ୍ର ଅଟନ୍ତି।ତେଣୁ ଯଦି ଆପଣଙ୍କ ଅଧିକ କିଛି ଅସୁବିଧା ବା ସମସ୍ୟା ଅଛି ତେବେ ଆପଣ ସୂର୍ଯ୍ୟ କୁ ମଧ୍ୟ ପୂଜା କରନ୍ତୁ।ଏମାନଙ୍କ ପାଖରେ ଧନ ର କୌଣସି ଅଭାବ ରହି ନ ଥାଏ।ଏମାନେ ବହୁତ ଭଲ ବ୍ୟକ୍ତି ହୋଇଥାନ୍ତି।ଆପଣଙ୍କୁ ଜୀବନରେ କେବେ କୋୖଣସି ବାଧା ବିଘ୍ନ ର ସମ୍ମୁଖୀନ ହେବାକୁ ପଡିବ ନାହିଁ।ଶନି ଦେବ ଯେତେବେଳେ ଦେଇଥାନ୍ତି ସେତେବେଳେ ବହୁତ କିଛି ସେଇଥାନ୍ତି।ଆପଣଙ୍କୁ ଡ଼ରିବାର କିଛି କଥା ନାହିଁ କାରଣ ଶନି ଦେବ ସବୁବେଳେ ଆପଣଙ୍କ ସହିତ ରହିଥାନ୍ତି।ଏହି ରାଶିର ବ୍ୟକ୍ତି ମାନେ ଅନ୍ୟାୟ କୁ ସହ୍ୟ କରନ୍ତି ନାହିଁ।

ମକର ରାଶି-ଏହି ରାଶି ବହୁତ ଭାଗ୍ୟବାନ ହୋଇଥାଏ।କାରଣ ଶନି ଦେବ ଏହି ରାଶି ଉପରେ ବହୁତ କୃପା କରିଥାନ୍ତି।ଆପଣଙ୍କୁ ସବୁକିଛି ମିଳିଥାଏ ଯାହା ଆପଣ ଚାହିଁଥାନ୍ତି।ଆପଣଙ୍କ ଉପରେ ଶନି ଦେଵଙ୍କ କୃପା ସଦା ସର୍ବଦା ରହିଥାଏ।ଆପଣ ନିଜ ପର୍ସ ରେ ଗୋଟେ ମୟୂର ପର ରଖିବେ କାରଣ ଆପଣଙ୍କୁ ଟଙ୍କାର କୋୖଣସି ଅଭାବ ହେବ ନାହିଁ।ଏମିତି ରେ ଆପଣ ଙ୍କୁ କେବେ ମଧ୍ୟ ଟଙ୍କାର ଅଭାବ ରହି ନ ଥାଏ କିନ୍ତୁ ଭବିଷ୍ୟତରେ କେବେ ମଧ୍ୟ ଆପଣ ସଂଘର୍ଷ ମୟ ରାସ୍ତା ଦେଇ ଗତି କରିବା ସମୟରେ ଏହା ଆପଣଙ୍କ ବହୁତ କାମ ରେ ଆସିଥାଏ।

ମୟୁର ପର ପାଖରେ ରଖିବା ଦ୍ୱାରା ସମସ୍ତ ପ୍ରକାର ନକରାତ୍ମକ ଶକ୍ତିରୁ ମୁକ୍ତି ମିଳିଥାଏ।ଏହା ସମସ୍ତେ ନିଜ ପାଖରେ ରଖିବା ଉଚିତ।ଜୀବନରେ ସବୁବେଳେ ସଚ୍ଚୋଟ ରୁହନ୍ତୁ ଏବଂ ଜୀବନରେ ଠିକ ରାସ୍ତା ଦେଇ ଗତି କରନ୍ତୁ ଶନି ଦେବ ଆପଣଙ୍କ ସହିତ ସବୁବେଳେ ରହିଛନ୍ତି।ତେଣୁ ଆପଣଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ।ଭଲ ଲାଗିଥିଲେ ଗୋଟିଏ ଲାଇକ କରିଦେବେ ଓ ଆଗକୁ ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *