ପ୍ରତିଦିନ ପିଅନ୍ତୁ ସତୁ ରେ ତିଆରି ୧ ଗ୍ଳାସ ଦେଶୀ ସର୍ବତ, ମୋଟାପା, କମଜୋରି, ରକ୍ତ ଅଭାବ, ଥକାପଣ, କୋଲେଷ୍ଟ୍ରୋଲ ସବୁ କିଛି ଗାୟବ ହେଇଯିବ- Health Tips

ନମସ୍କାର ବନ୍ଧୁଗଣ ଆମେ ଆଜି କାଲି ସ୍ଲିମ ଏବଂ ଜିରୋ ଫିଗର ଚାହୁଁଛୁ । ଏବଂ ସର୍ଵଦା ଫିଟ ହେବାକୁ ମଧ୍ୟ ଚାହିଁ ଥାଉ । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନ ରେ କୌଣସି ପରିବର୍ତ୍ତନ ଆଣି ନଥାଉ ।

ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ । ଏବଂ ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀର ରେ ଚର୍ବି କୁ ବଢ଼ାଇ ଥାଏ । ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ । ତେବେ ସେଥିପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା । ଆପଣ ଏହି ସର୍ବତ ପ୍ରସ୍ତୁତ କରିବା ପାଇଁ ଆପଣଂକୁ ସତୁ ଅର୍ଥାତ ସତୁ ର ଆବଶ୍ୟକ ବୁଟ ସତୁ । ଆପଣ ଚାରି ଚାମଚ ବୁଟ ସତୁ ନେବେ ଲେମ୍ବୁ ରସ ଦୁଇ ଚାମଚ, କିଛି ଧନିଆ, ସ୍ୱାଦ ଅନୁସାରେ ଲୁଣ ଏବଂ ଜିରା ଗୁଣ୍ଡ ।

ପ୍ରଥମେ ସତୁ ରେ ଜିରା ଗୁଣ୍ଡ ଏବଂ କଟା ଧନିଆ ମିଶାଇ ଦେବେ । ତା ପରେ ସେଥିରେ ଧୀରେ ଧୀରେ ପାଣି ମିଶାଇ ଦେବେ । ତାପରେ ସେହି ଗାଢ଼ ପେଷ୍ଟ ରେ ଏକ ଗିଲାସ ପାଣି ମିଶାନ୍ତୁ । ତା ପରେ ଲେମ୍ଭୁ ରସ କୁ ମିଶାଇ ଦିଅନ୍ତୁ । ନିଜ ଇଚ୍ଛା ଅନୁସାରେ ପତଳା କିମ୍ବା ଗାଢ଼ କରି ପାରିବେ ।

ଏହାକୁ ସେବନ କରିବା ଦ୍ୱାରା ଆପଣ ଙ୍କୁ ଗରମ ରୁ ଶାନ୍ତି ମିଳିବ । ଚେହେରା କୁ ଉଜ୍ଜ୍ବଳ ମଧ୍ୟ କରାଇ ଥାଏ । ପେଟ ଜନିତ ସମସ୍ୟା ମଧ୍ୟ ଦୁର ହୋଇଥାଏ ତା ଛଡା ମୋଟାପା ମଧ୍ୟ ଦୁର ହୁଏ । କାରଣ ଏହାକୁ ଥରେ ସେବନ କରିବା ଦ୍ୱାରା ଅଧିକ ଭୋକ ଲାଗେ ନାହିଁ ଏବଂ ଆମେ କମ କ୍ୟାଲେରି ଗ୍ରହଣ ମଧ୍ୟ କରିଥାଉ ।

ଏଥିରେ ପ୍ରୋଟିନ ଏବଂ ଭିଟାମିନ ରହିଥାଏ ଯାହା ଆମ ଶରୀର ରେ ଅନେକ ଫାଇଦା ମଧ୍ୟ ଦେଇଥାଏ । ଏହାକୁ ସୁଗାର ରୋଗୀ ମଧ୍ୟ ପିଇ ପାରିବେ । ଶରୀର ରେ ରକ୍ତ ର ମାତ୍ରା କୁ ମଧ୍ୟ ବୃଦ୍ଧି କରାଏ ଏବଂ ଆଳସ୍ୟ ମଧ୍ୟ ଦୁର କରେ । ତେବେ ଆପଣ ମାନେ ମଧ୍ୟ ଏହାକୁ ନିଶ୍ଚିତ ବ୍ୟବହାର କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *