Health Tips- ଏହି 7 ଟି ଖାଦ୍ୟ କେବେ ବି ଖାଇବେନି Liver ପାଇଁ ହୋଇଥାଏ ବିଷ ସମାନ !

ନମସ୍କାର ବନ୍ଧୁଗଣ, ଲିଭରକୁ ସୁସ୍ଥ ରଖିବା ପାଇଁ ହେଲେ ଖାଉଥିବା ଖାଦ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ । ଖାଉଥିବା ଖାଦ୍ୟ ସ୍ୱାସ୍ଥ୍ୟକର ଏବଂ ଶୁଦ୍ଧ ହୋଇଥିବା ଜରୁରୀ । ଲିଭର ଖରାପ ହେବାର ମୂଳ କାରଣ ହୋଇଥାଏ ବିଶୁଦ୍ଧ ଖାଦ୍ୟ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ ନିଜ ଲିଭରକୁ ସୁସ୍ଥ ରଖିବା ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ ଏବଂ କେଉଁ ଖାଦ୍ୟ ଖାଇବା ଅନୁଚିତ ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା 7ଟି ଖାଦ୍ୟ ସମ୍ପର୍କରେ ଯାହା ଆପଣଙ୍କ ଲିଭରକୁ ନଷ୍ଟ କରିଦେଇଥାଏ । ପ୍ରଥମ: ଆପଣଙ୍କ ଲିଭର ଉପରେ ସୁଗାର ଆଲକହଲ ଭଳି ପ୍ରଭାବ ପକାଇଥାଏ । ଆପଣଙ୍କୁ ସବୁବେଳେ ଏଭଳି ଖାଦ୍ୟ ଖାଇବାରୁ ବଞ୍ଚିବାର ଅଛି ଯେଉଁଥିରେ ରିଫାଇଣ୍ଡ ସୁଗାର ବହୁତ ଅଧିକ ବ୍ୟବହୃତ ହେଉଛି ।

ମିଠା, କେକ, ପେଷ୍ଟ୍ରୀ ଏବଂ ଚିନି ଆପଣଙ୍କୁ ଚାହାରେ ପକାଇ ପିଇବା ବନ୍ଦ କରିବାକୁ ହେବ । ଦିତୀୟ: ଜଡୀଭୂଟି ମଧ୍ୟ କିଛି ଖରାପ ପ୍ରଭାବ ପକାଇଥାଏ ଲିଭର ଉପରେ । ଯଦି ଆପଣ ଗିଲୋଏକୁ ଡାକ୍ତରଙ୍କ ବିନା ପରାମର୍ଶରେ ଏବଂ ଭୁଲ ଉପାୟରେ ଭୁଲ ସମୟରେ ବା ଅଧିକ ମାତ୍ରାରେ ବ୍ୟବହାର କରିବେ ତେବେ ଏହାର ଖରାପ ପ୍ରଭାବ ଆପଣଙ୍କ ଲିଭର ଉପରେ ପଡିଥାଏ ।

ତୃତୀୟ: ଯଦି ଆପଣ ବହୁତ ସମୟ ଧରି ଭିଟାମିନ-A ଯୁକ୍ତ ପଦାର୍ଥ ଗ୍ରହଣ କରୁଛନ୍ତି ତେବେ ଏହା ମଧ୍ୟ ଆପଣଙ୍କ ଲିଭରକୁ ନଷ୍ଟ କରିବାର କାମ କରିଥାଏ । ଭିଟାମିନ-A ଯୁକ୍ତ ପଦାର୍ଥକୁ ଆପଣ ଅଧିକ ସମୟ ଧରି ବ୍ୟବହାର କରିବା ଫଳରେ ଆପଣଙ୍କ ଲିଭର ସେଲ ଖରାପ ହେବାକୁ ଲାଗିଥାଏ । ହଳଦିଆର ଏବଂ ନାଲି ରଙ୍ଗର ପରିବା ଏବଂ ଫଳ ମଧ୍ୟରେ ବହୁତ ଅଧିକ ମାତ୍ରାରେ ଭିଟାମିନ-A ରହିଥାଏ । ଏହାକୁ ଆପଣ ଖାଇବା ଫଳରେ ଅଧିକ ଖରାପ ପ୍ରଭାବ ପଡିନଥାଏ ।

ଚତୁର୍ଥ: ସଫ୍ଟ ଡ୍ରିଂକ୍ସ ଆପଣଙ୍କୁ ବହୁତ ଅଧିକ ମାତ୍ରାରେ ନେବା ଉଚିତ ନୁହେଁ । ଯଦି ବି ନେଉଛନ୍ତି ତେବେ ବହୁତ କମ ମାତ୍ରାରେ ନେବା ଆବଶ୍ୟକ । ପଞ୍ଚମ: ଆପଣ ଯଦି ପାରାସିଟାମଲକୁ ବହୁତ ଅଧିକ ମାତ୍ରାରେ ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କ ଲିଭରକୁ ଡ୍ୟାମେଜ କରିଥାଏ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆପଣଙ୍କୁ ପାରାସିଟାମଲ ବଟିକା ଖାଇବା ଉଚିତ ।

ଷଷ୍ଠ: ଟ୍ରାନ୍ସ ଫ୍ଯାକ୍ଟ ଆପଣଙ୍କ ଶରୀରରେ ଚର୍ବି ବଢାଇ ଥାଏ । ଟ୍ରାନ୍ସ ଫ୍ଯାକ୍ଟ ବେକରି ଏବଂ ପ୍ୟାକେଜ ହୋଇ ଆସୁଥିବା ଖାଦ୍ୟ ଭିତରେ ବହୁତ ଅଧିକ ମାତ୍ରାରେ ରହିଥାଏ । ଏହା ଆପଣଙ୍କ ଲିଭରକୁ ନଷ୍ଟ କରିଦେଇଥାଏ । ତେଣୁ ଆପଣ ଏଭଳି ଖାଇବା ଠାରୁ ଦୂରେଇ ରହିବା ଦରକାର ।

ସପ୍ତମ: ନିଶାଦ୍ରବ୍ୟର ସେବନ ମୂଳ କାରଣ ହୋଇଥାଏ ଆପଣଙ୍କ ଲିଭର ଖରାପ ହେବାର । ଆପଣ ଯଦି ଏହାକୁ କମ ମାତ୍ରାରେ ବି ନିଅନ୍ତି ତେବେ ମଧ୍ୟ ଆପଣଙ୍କ ଲିଭର ଖରାପ ହେବାର ସମ୍ଭାବନା ବଢିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *