Samudrika Shastra- ଶରୀରର ଏହି 4 ସ୍ଥାନରେ କଳାଜାଇ ଆପଣଙ୍କୁ ବନାଇଦିଏ ଧନବାନ ! ଜୀବନରେ ଥାଏ ଭାରି ଧନଯୋଗ

ନମସ୍କାର ବନ୍ଧୁଗଣ, କଳାଜାଇ ଆମ ଶରୀରର ଅଙ୍ଗରେ ଥିଲେ ତାହା ଆମକୁ ସୁନ୍ଦର ବନାଇ ଥାଏ ଏବଂ ଆକର୍ଷଣୀୟ ମଧ୍ୟ ବନାଇ ଥାଏ । କିନ୍ତୁ କଣ ଆପଣ ଜାଣନ୍ତି କି କଳାଜାଇ ଆମେ ଭାଗ୍ୟଶାଳୀ ହେବାର ସୂଚନା ଦେଇଥାଏ । ଆଜ୍ଞା ହଁ ଅନେକ ଶାସ୍ତ୍ର ଅନୁଯାୟୀ କଳାଜାଇ ଆମ ଶରୀରର କିଛି ଅଙ୍ଗରେ ରହିବା ଦ୍ଵାରା ଆମକୁ ଭବିଷ୍ୟତରେ ହେଉ ବା ଜନ୍ମ ସମୟରୁ ହେଉ ଭାଗ୍ୟବାନ ବନାଇ ଦେଇଥାଏ । ତେବେ ଆସନ୍ତୁ ଜାଣିବା କଳାଜାଇ ଆମ ଶରୀରର କେଉଁ ଅଙ୍ଗରେ ରହିବା ଦ୍ଵାରା ମଣିଷ ଭାଗ୍ୟଶାଳୀ ହୋଇଥାଏ ।

ଥୋଡି: ଆପଣଙ୍କ ଓଠର ତଳ ଭାଗରେ ବା ଥୋଡିରେ କଳାଜାଇ ଥିଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ଥୋଡିରେ କଳାଜାଇ ଥାଏ ସବୁବେଳେ ସେମାନଙ୍କ ଖରାପ ହୋଇଯାଇଥିବା କାର୍ଯ୍ୟ ସହଜରେ ହୋଇଯାଇଥାଏ । ଏମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିଥାଏ । ଏମାନେ କମ ପ୍ରୟାସରେ ବହୁତ ଶୀଘ୍ର ସଫଳତା ହାସଲ କରିଦେଇଥାନ୍ତି । ଏମାନଙ୍କ ଭିତରେ କିଛି ନା କିଛି କଳା ଲୁଚି ରହିଥାଏ ।

ନାକ: ଯେଉଁ ବ୍ୟକ୍ତିଙ୍କ ନାକରେ କଳାଜାଇ ହୋଇଥାଏ ଏମାନେ ହୃଦୟରୁ ବହୁତ ନିର୍ମଳ ହୋଇଥାନ୍ତି । ହସ ଖୁସି ସହିତ ମଜା ମସ୍ତି କରିବା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ । କିନ୍ତୁ ମନରେ କାହା ପାଇଁ ମଧ୍ୟ ଛଳ କପଟ ରଖନ୍ତି ନାହିଁ । ଏମାନେ ସ୍ବାଭିମାନୀ ହେବା ସହ ନିଜ କର୍ମ ଉପରେ ବିଶ୍ଵାସ ମଧ୍ୟ ରଖିଥାନ୍ତି । ନିଜ କଷ୍ଟ ବଳରେ ଏମାନେ ନିଜ ଜୀବନରେ ଆଗକୁ ବଢିବା ସହ ଶିଖରରେ ପହଞ୍ଚିଥାନ୍ତି । ନାକରେ କଳାଜାଇ ଥିବା ବ୍ୟକ୍ତିଙ୍କୁ ୩୨ ବର୍ଷ ପରେ ସଫଳତା ମିଳିବା ଆରମ୍ଭ ହୋଇଯାଏ ।

ହାତ ପାପୁଲି: ହାତର ପାପୁଲିରେ କଳାଜାଇ ଥିଲେ ବହୁତ ଶୁଭ ହୋଇଥାଏ । ପୁରୁଷଙ୍କ ଡାହାଣ ହାତରେ କଳାଜାଇ ଆଉ ମହିଳାଙ୍କ ବାମ ହାତରେ କଳାଜାଇ ଥିଲେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ବୋଲି ଜାଣିଯିବେ । ଏମାନଙ୍କ ବହୁତ ହସ ଖୁସିରେ କଟିବା ସହ ଜୀବନରେ ଅଧିକ ଧନ ମଧ୍ୟ ରୋଜଗାର କରନ୍ତି ଏମାନେ । ଛୋଟ ବଡ ସମସ୍ତ କାର୍ଯ୍ୟ ବହୁତ ସହଜରେ ପୁରା ହୋଇଯାଏ ।

ପିଠି: ବ୍ୟକ୍ତିଙ୍କ ପିଠିରେ କଳାଜାଇ ଥିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏମାନେ ସର୍ବଦା ବୁଲିବା ପାଇଁ ଭଲ ପାଇଥାନ୍ତି । ବହୁତ ଅଧିକ ରୋମାଣ୍ଟିକ ହୋଇଥାନ୍ତି ଏମାନେ । ନିଜେ ଖୁସିରେ ରହିବା ସହ ଅନ୍ୟକୁ ମଧ୍ୟ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି ।

ଜୀବନରେ କମ ବୟସରେ ହିଁ ଏମାନେ ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ଯାଇଥାନ୍ତି ।  ପରିଶ୍ରମ ଠାରୁ ଅଧିକ ଏମାନେ ନିଜ ବାଣୀ ସହାୟତାରେ ଧନ ରୋଜଗାର କରିବା ପାଇଁ ସକ୍ଷମ ଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *