ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶକୁ ଯଦି ଘନ, ଲମ୍ବା ଓ ସୁନ୍ଦର କରିବାକୁ ଚାହୁଁଥାନ୍ତି । ତେବେ ଚୁଟିର ଠିକ ଭାବରେ ଯତ୍ନ ନିହାତି ଉଚିତ । ଯେପରି ଚୁଟିରେ ଅଧିକ ମଇଳା ଜମିବାକୁ ଦେବାନାହିଁ, ଚୁଟିକୁ ସଫା କରିବା ବେଳେ କେମିକାଲ୍ ଯୁକ୍ତ ସାମ୍ପୁ ଠାରୁ ଦୂରରେ ରହିବା । ଏହା ସହିତ ଭଲ ଭାବରେ ତେଲ ମସାଜ କରି କେଶକୁ କୁଣ୍ଡାଇ ନିଜର କେଶକୁ ସୁନ୍ଦର ଓ ସୁସ୍ଥ ରଖିବା ।
ଯଦି ଏହା ସବୁ କରି ମଧ୍ୟ କେଶ ଝଡୁଥାଏ, କେଶ ବହୁତ ଶୀଘ୍ର ଲମ୍ବା ହେଉନଥାଏ, କେଶ ଦୋମୁହାଁ ହୋଇଯାଉଥାଏ । ତେବେ ଆଜି ବତାଉଥିବା ଉପାୟକୁ ନିହାତି ଭାବରେ କରି ନିଜ କେଶରେ ପ୍ରୟୋଗ କରନ୍ତୁ । ଏହାକୁ କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଗୁଡିକ ହେଉଛି । ପିଆଜ, ମେଥି ଓ ନଡିଆତେଲ ।
ଏହି ଉପାୟକୁ କରିବା ପାଇଁ ଯଦି ଛୋଟ ନାଲି ରଙ୍ଗର ଦେଶୀ ପିଆଜ ମିଳିଥାଏ । ତେବେ ଏହି ଦେଶୀ ପିଆଜ କେଶ ପାଇଁ ବହୁତ ହିଁ ଚମତ୍କାରୀ ହୋଇଥାଏ । ଯଦି ସେହି ପିଆଜ ମିଳୁନଥାଏ । ତେବେ ବଜାରରୁ ସାଧାରଣ ନାଲି ରଙ୍ଗର ମିଳୁଥିବା ପିଆଜକୁ ଆଣି ଏହି ଉପାୟ କରିପାରିବେ । ଆପଣ ପ୍ରଥମେ ଛୋଟ ଛୋଟ ସାଇଜର ୨ ଟି ପିଆଜ ନେଇଯିବେ ।
ତାପରେ ତାହାକୁ କାଟି ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେବେ । ଗ୍ରାଇଣ୍ଡିଙ୍ଗ ହୋଇଥିବା ପିଆଜକୁ ଏକ ପତଳା କପଡା ସାହାଜ୍ଯରେ ଚୁପୁଡି ସେଥିରୁ ରସ ବାହାର କରିଦେବେ । ତାପରେ ସେହି ରସକୁ ନେଇ ଏକ ପାତ୍ରରେ ରଖିବେ । ସେହି ପିଆଜ ରସ ରଖିଥିବା ପାତ୍ରରେ ୧ ଚାମଚ ମେଥି ପାଉଡର ପକାଇପାରିବେ ।
ନଚେତ ଯଦି ମେଥି ପାଉଡର ନଥାଏ । ତେବେ ରେମିଡି କରିବାର ୪ ରୁ ୫ ଘଣ୍ଟା ପୂର୍ବରୁ ମେଥି ଭିଯାଇ ରଖିଦେବେ । ତାପରେ ସେହି ମେଥି ପାଣିକୁ ଆଣି ପିଆଜ ରସରେ ମିଶାଇବେ । ତାପରେ ସେଥିରେ ୧ ଚାମଚ ନଡିଆ ତେଲ ବା ଆପଣ ବ୍ୟବହାର କରୁଥିବା କୌଣସି ତେଲକୁ ମଧ୍ୟ ମିଶାଇ ତାହାକୁ ଗୋଳାଇ ଦେବେ ।
ତାପରେ ରେମିଡି ପ୍ରସ୍ତୁତ ହୋଇଯିବ । ତାପରେ ଏହାକୁ ସ୍ପ୍ରେ ବୋତଲରେ ଏହାକୁ ଭର୍ତ୍ତି କରି କେଶର ମୂଳରେ ସ୍ପ୍ରେ କରିପାରିବେ । ନଚେତ ତୁଳା ସାହାଜ୍ଯରେ ବି କେଶର ମୂଳରେ ଲଗାଇବା ସହିତ ସଂପୂର୍ଣ୍ଣ କେଶରେ ମଧ୍ୟ ଲଗାଇପାରିବେ । ଏହି ଉପାୟକୁ କରିବାର ୧ ରୁ ୨ ଘଣ୍ଟା ପରେ କେଶକୁ ସାମ୍ପୁ ସହାୟତାରେ ଧୋଇଦେବେ ।
ଏହାକୁ କିଛି ଦିନ କରିବା ପରେ କେଶ କଳା, ଲମ୍ବା ଓ ସୁନ୍ଦର ହେବା ସହିତ କେଶ ଝଡିବା ସମସ୍ଯା ବନ୍ଦ ହୋଇଥାଏ। ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ