ଯଦି ଆପଣ ସଫଳ ହେବାକୁ ଚାହାଁନ୍ତି ନିଜ ଉପରେ ଧ୍ୟାନ ଦିଅନ୍ତୁ ଲୋକଙ୍କ ପ୍ରତି ନୁହେଁ

ନମସ୍କାର ବନ୍ଧୁଗଣ , ମଣିଷ ଜଗତ ରେ ଜନ୍ମ ଗ୍ରହଣ କରିଛି । ଇଶ୍ଵର ମଣିଷ କୁ ଜୀବନରେ ନୂତନ ଜିନିଷ କୁ ପାଇବା ଓ ସ୍ଵପ୍ମ କୁ ସାକାର କରିବା ଉଦେଶ୍ୟରେ ପଠାଇ ଥାନ୍ତି । ଯଦି ଆପଣ ମଧ୍ୟ ଜୀବନ ରେ କିଛି ଲକ୍ଷ୍ୟ କୁ ରଖିଛନ୍ତି । ଯେପରି ଅନ୍ୟ ଲୋକ ଟିଏ ଖାଇଲେ ଆପଣ ପେଟ ପୁରି ନ ଥାଏ ଠିକ୍ ସେହି ଭଳି ଅନ୍ୟ ବ୍ୟକ୍ତି ଜୀବନରେ ଅକ୍ଲାନ୍ତ ପରିଶ୍ରମ କରିଛି ତେବେ ଆପଣଙ୍କ ସଫଳତା  ପ୍ରାପ୍ତ କରିନଥାନ୍ତି ।

ତେଣୁ ନିଜ ର ଲକ୍ଷ୍ୟ କୁ ପାଇବାକୁ ହେଲେ ନିଜେ ପରିଶ୍ରମ କରିବାକୁ ପଡିଥାଏ । ଜଗତ ରେ ଏମିତି କିଛି ଲୋକମାନେ ରହିଥାନ୍ତି ଯେଉଁମାନେ ସର୍ବଦା ଲୋକମାନେ କଣ ଭାବିଥାନ୍ତି ଓ ଲୋକମାନଙ୍କ କଥା କୁ ଦେଖି ନିଜର ପାଦ କୁ ପଛେଇ ଥାନ୍ତି । ମାତ୍ର ଆମେ ଆଜି ଆପଣଙ୍କୁ ଜୀବନ ରେ ସଫଳତା ପାଇବାକୁ ହେଲେ ଆପଣଙ୍କୁ ଏହି ଗୋଟାଏ ବିଷୟ କୁ ମନେ ରଖିବାକୁ ପଡିଥାଏ ।

ଆପଣଙ୍କୁ ପ୍ରଥମେ ଅନ୍ୟଲୋକମାନେ ଆପଣଙ୍କୁ ନେଇ କଣ ଚର୍ଚା କରୁଛନ୍ତି  ତାହା ପ୍ରତି ଧ୍ୟାନ ଦେବା ଛାଡି ଦେବା ଉଚିତ୍ । କହିବାକୁ ବହୁତ ଲୋକମାନେ ଆଗକୁ ଆସିଥାନ୍ତି ମାତ୍ର ଯେଉଁ ଦିନ ଆପଣ ଆପଣଙ୍କ ଜୀବନର ସଫଳତା ବା ଲକ୍ଷ୍ୟ ସ୍ଥଳ କୁ ପହଞ୍ଚିଯାଇଥାନ୍ତି । ସେହି ଦିନ ଆପଣଙ୍କୁ ନେଇ କଥା ହେଉଥିବା ଲୋକମାନଙ୍କ ପାଟି ଆପେ ବନ୍ଦ ହେଇଯାଇଥାଏ । ଆପଣ କଣ ଓ ଆପଣଙ୍କ କ୍ଷମତା କଣ ତାହା କେବଳ ଆପଣ ହିଁ ଜାଣିଥାନ୍ତି ।

ତେଣୁ ନିଜ ଉପରେ ଭରସା ରଖି ଆଗକୁ ବଢନ୍ତୁ । ଜୀବନ ରେ କରିବାକୁ ବହୁତ ଗୁଡାଏ ଜିନିଷ ଅଛି ଯଦି ଆପଣ ଜୀବନରେ ଅନ୍ୟ ର ଭୁଲ କୁ ଦେଖିଥାନ୍ତି ତେବେ ଜୀବନ ର ପ୍ରକୃତ ସଫଳତା କୁ ପ୍ରାପ୍ତ କରିପାରିନଥାନ୍ତି । ଯଦି ସଫଳତା କୁ ଚାହାନ୍ତି ତେବେ ସବୁ ଦିନ ନିଜ କୁ ସୁଧାର କରନ୍ତୁ କାରଣ ସଫଳତା ନିଜ କୁ ସୁଧାର କରିବାକୁ ଆଶା କରିଥାଏ ।

ସଫଳତା ପାଇଁ ଅପେକ୍ଷା କରିଥିବା ଦୀର୍ଘ ସମୟ ବି କମ୍ ଲାଗିଥାଏ ଓ ଅନ୍ୟ ମାନଙ୍କ ଭୁଲ ଖୋଜିବା ବେଳେ ଆପଣ ଜୀବନ ଦେଉଥିବା ସୁଯୋଗ କୁ ହାତ ଛାଡ କରିଥାନ୍ତି । ଯେଉଁ ମାନେ ପୂର୍ଣ୍ଣ ମନ , ଶ୍ରଦ୍ଧା ଦେଇ କାମ କରି ଚାଳନ୍ତି ତାହା ଦିନେ ନା ଦିନେ ସଫଳତା କୁ ଆପଣଙ୍କ ପାଖକୁ ଆଣିଥାଏ । ତେଣୁ ପ୍ରାରମ୍ଭ କରନ୍ତୁ ପ୍ରସ୍ତୁତି କୁ ମାତ୍ର ମନେ ରଖିବେ ଆପଣ କେବଳ ଆପଣଙ୍କ ଲକ୍ଷ୍ୟ କୁ ଦେଖିବେ ।

ଯିଏ ହାର ମାନିଯାଏ ସେ  ସେହି ଠି ରହିଯାଏ , ମାତ୍ର ଯିଏ ହାର କୁ ମାନି ସେଥିରୁ ଶିଖି ଆଉ ଥରେ ତାହାକୁ ନ କରି ଚାଲେ ସେ ନିଶ୍ଚୟ ସଫଳତା ପାଇଥାଏ । ସଫଳତା ର ଆରମ୍ଭ ଆପଣଙ୍କ ଚିନ୍ତା ରୁ ହୋଇଥାଏ ଯଦି ଆପଣ ଚିନ୍ତା କରି ନିଅନ୍ତି ତେବେ ଆପଣଙ୍କୁ ସଫଳ ହେବାରୁ କିଏ ବି ରୋକି ପାରିବ ନାହିଁ ।   ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *