ସକାଳୁ ଖାଲି ପେଟରେ ଗୁଡ଼ ଖାଇବା ଦ୍ଵାରା ମୂଳରୁ ଶେଷ ହୋଇଯାଏ ଏହି ସବୁ ରୋଗ, କେବେ ବି ଆସିବନି ବୁଢାପା ! (Health Tips)

ବନ୍ଧୁଗଣ, ଭାରତରେ ମାତ୍ର ୧ ପ୍ରତିଶତ ଲୋକ ଗୁଡ଼ର ଫାଇଦା ବିଷୟରେ ଜାଣିଛନ୍ତି । ଗୁଡ଼ ଓ ଚିନି ଗୋଟେ ଜିନିଷ ରୁ ହିଁ ବନାଯାଇଥାଏ । ଆଖିର ରସ ରୁ ଚିନି ଓ ଗୁଡ଼ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଏହାକୁ ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ହୋଇଥାଏ । ଗୁଡର ବ୍ୟବହାର ୧୦୦୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା କିନ୍ତୁ ଚିନି ତ ବ୍ୟବହାର ଇଂରେଜ ମାନେ ଆରମ୍ଭ କରିଥିଲେ । ଚିନି ଖାଇବା ଦ୍ଵାରା ଶରୀର ବହୁତ କ୍ଷତି ହୋଇଥାଏ ।

କିନ୍ତୁ ଗୁଡ଼ ଆମ ଶରୀରକୁ ବହୁତ ଫାଇଦା ଦେଇଥାଏ । ବଜାରରେ ବିଭିନ୍ନ ରଙ୍ଗର ଗୁଡ଼ ମିଳିଥାଏ । ଧଳା, ମାଟିଆ ଓ ଅତ୍ୟଧିକ ଗାଢା ରଙ୍ଗର ଗୁଡ଼ ମିଳିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଗୁଡ଼ ଖାଇବା ଦ୍ଵାରା ଆପଣଙ୍କୁ କ’ଣ କ’ଣ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପେ ଜାଣିବା । ଗୁଡ଼ ରେ ଫସଫରସ ର ମାତ୍ରା ଅତ୍ୟଧିକ ରହିଥାଏ । କିନ୍ତୁ ଚିନି ତିଆରି କରିବା ପ୍ରଣାଳୀରେ ଚିନିରୁ ଫସଫରସ କୁ କାଢି ଦିଆଯାଇଥାଏ ।

ଚିନିର ସେବନ କରିବା ଦ୍ୱାରା ବହୁତ ପ୍ରକାର ବେମାରୀ ହୋଇଥାଏ । ସର୍ବପ୍ରଥମେ ଡାଇବେଟିସ ଭଳି ରୋଗ ହୋଇଥାଏ । ଗୁଡ଼ ଆପଣଙ୍କ ଶରୀରର ହଜମ ଶକ୍ତି କୁ ବଢାଇ ଥାଏ । ଆପଣ ସକାଳୁ ଖାଲିପେଟରେ ଗୁଡ଼ ଖାଇଲେ ଯାହାବି ଖାଦ୍ୟ ଖାଆନ୍ତୁ ଏହା ଆପଣଙ୍କ ଶରୀରରେ ଖାଦ୍ୟର ହଜମ ଭଲଭାବରେ କରିଥାଏ ।

ବଜାରରେ ମିଳୁଥିବା ଧଳା ହାଲୁକା ହଳଦିଆ ରଙ୍ଗର ଗୁଡ଼ ଜହର ସଙ୍ଗେ ସମାନ ହୋଇଥାଏ । ତେଣୁ ଆପଣଙ୍କୁ ତମ୍ବା ରଙ୍ଗର କିମ୍ବା ଗାଢ଼ ରଙ୍ଗର ଗୁଡ ଆଣିବା ଆବଶ୍ୟକ । ଏହି ରଙ୍ଗର ଗୁଡ଼ ଆପଣଙ୍କ ଶରୀର ପାଇଁ ବହୁତ ଉପଯୋଗୀ । ୫ ଗ୍ରାମ ଗୁଡକୁ ହାଲୁକା ଉଷୁମ ପାଣି ରେ ସକାଳୁ ଖାଲିପେଟ ରେ ସେବନ କରିବା ଦ୍ୱାରା ସର୍ବ ପ୍ରଥମେ ଆପଣଙ୍କ ଚେହେରାରେ ଚମକ ଆସିଥାଏ ।

ଆପଣଙ୍କ ଆଖିତଳେ ପଡ଼ିଥିବା କଳାଦାଗ ମଧ୍ୟ ଦୂର ହୋଇଥାଏ । ଏହା ଆଣ୍ଟି ଏଜିଙ୍ଗ ଭଳି କାମ କରିଥାଏ । ଆପଣଙ୍କୁ ବୁଢ଼ା ହେବାକୁ ଦେଇ ନଥାଏ । ଅର୍ଥାତ ଆପଣଙ୍କ ବୟସ ବଢିଲେ ମଧ୍ୟ ଆପଣଙ୍କ ଚେହେରା ବୁଢ଼ା ଭଳି ଲାଗି ନଥାଏ । ଗୁଡ଼ ରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏହା ଆପଣଙ୍କ ଦୃଷ୍ଟି ଶକ୍ତିକୁ ମଧ୍ୟ ବଢାଇଥାଏ । ଏହା ଅପଣଙ୍କ ଆଖିକୁ କମଜୋର ହେବାକୁ ଦିଏ ନାହିଁ । ଏବଂ ମୋତିଆ ବିନ୍ଦୁ ହେବାରୁ ମଧ୍ୟ ରୋକି ଥାଏ ।

ଏହାଛଡା ଗୁଡ଼କୁ ସେବନ କରିବା ଦ୍ୱାରା ଏହା ଆପଣଙ୍କ କେଶର ସମସ୍ୟା କୁ ମଧ୍ୟ ଦୂର କରିଥାଏ । ଯଦି ଆପଣଙ୍କ କେଶ ବୟସ ପୂର୍ବରୁ ଧଳା ହୋଇଯାଉଛି ତେବେ ସକାଳୁ ଖାଲିପେଟ ରେ ଉଷୁମ ପାଣି ରେ ଗୁଡ଼ ର ସେବନ କରନ୍ତୁ । ସକାଳୁ ସମସ୍ତେ ଚିନି ମିଶା ଚାହା ସେବନ କରିଥାନ୍ତି, କିନ୍ତୁ ଏହି ଚିନି ସ୍ଵାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ । ଆପଣ ଚିନି ପରିବର୍ତ୍ତେ ଗୁଡ଼ ଚାହା ର ସେବନ କରନ୍ତୁ ଏହା ଆପଣଙ୍କୁ ବହୁତ ଫାଇଦା ଦେଇଥାଏ । ଏହି ଗୁଡ଼ ଚାହା ବନାଇବା ପାଇଁ ପ୍ରଥମେ ଗୋଟେ ପାତ୍ରରେ ଗୋଟେ କପ ପାଣି ନିଅନ୍ତୁ ।

ସେଥିରେ ସ୍ଵାଦ ଅନୁସାରେ ଡାଲଚିନି ଓ ଗୁଜୁରାତି ପକାନ୍ତୁ । ଏବେ ସେଥିରେ ୫ ଗ୍ରାମ ଗୁଡ଼ ପକାଇ ଫୁଟାଇବାକୁ ଛାଡ଼ି ଦିଅନ୍ତୁ । ଫୁଟି ଯିବା ପରେ ସେଥିରେ ଆଉଥରେ ୫ ଗ୍ରାମ ଗୁଡ଼ ପକାଇ ଫୁଟାନ୍ତୁ । ପୁଣି ଫୁଟିବା ପରେ ଶେଷରେ ୫ ଗ୍ରାମ ଗୁଡ଼ ପକାଇ ଫୁଟାଇ ଦିଅନ୍ତୁ । ଏବେ ଏହି ଗୁଡ଼ ଚାହାକୁ ସେବନ ଆପଣ କରିପାରିବେ । ଏହି ଚାହାକୁ ସେବନ କରିବା ପରେ ଆପଣ ମଳ ଭଲ ଭାବରେ ପରିଷ୍କାର ହୋଇଥାଏ ।

ଯେଉଁ ମାନଙ୍କର କୋଷ୍ଠ କାଠିନ୍ୟ ଭଳି ସମସ୍ୟା କୁ ଦୂର କରିବା ସହ ଅପଣଙ୍କପେଟକୁ ମଧ୍ୟ ପରିଷ୍କାର କରିଥାଏ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *