ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଜୁଆଣି ର ଉପକାରିତା ବିଷୟରେ ଜଣାଇବୁ । ଜୁଆଣି କୁ ଆମେ ରୋଷେଇ ଘରେ ଏକ ମସଲା ଭାବରେ ବ୍ୟବହାର କରିଥାଉ । କିନ୍ତୁ ଏହା ଏକ ମସଲା ନୁହେଁ । ଏହା ଭିତରେ ବହୁତ ଔଷଧୀୟ ଗୁଣ ଭରି ରହିଛି । ଜୁଆଣି ରେ ପୋଟାସିୟମ, କ୍ୟାଲସିୟମ, ଫସଫରସ ରହିଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଜୁଆଣି ର ବ୍ୟବହାର ପୁରାତନ ଯୁଗରୁ ଅନେକ ରୋଗ ଦୂର କରାଯିବା ପାଇଁ କରାଯାଇ ଆସିଛି ।
୧:- ପାଚନ କ୍ରିୟା ଭଲ କରେ, ଜୁଆଣି ପାଣି ସେବନ କଲେ ଶରୀରରେ ମେଟାବୋଲିଯିମ ବଢ଼ିଥାଏ । ହଜମ କ୍ରିୟା ଭଲରେ ହୋଇଥାଏ । ଆସିଡିଟି, ବଦହଜମି, କୋଷ୍ଠକାଠିନ୍ୟ ଭଳି ସମସ୍ୟା ରୁ ମୁକ୍ତି ମିଳିଥାଏ । ୨:- ସାଧାରଣ ଥଣ୍ଡା ବା ସର୍ଦ୍ଦି ଦୂର କରେ, ଜୁଆଣି ଥଣ୍ଡା ହେଲେ ନାକବନ୍ଦ ପ୍ରକ୍ରିୟା କୁ ଦୂର କରିଥାଏ । ଏହାକୁ ଉଷୁମ ପାଣିରେ ପକାଇ ଖାଇଲେ ଏହା ଥଣ୍ଡା କୁ ଦୂର କରିଥାଏ ।
୩:- ଦାନ୍ତ ବିନ୍ଧା ଏବଂ କାନ ବିନ୍ଧା ଦୂର କରେ, ଯଦି ଥଣ୍ଡାରୁ ଆପଣଙ୍କ କାନ ଓ ଦାନ୍ତ ବିନ୍ଧୁଥାଏ, ତେବେ ଜୁଆଣି ଆପଣଙ୍କର ଏହି ସମସ୍ୟା କୁ ଦୂର କରିଦେଇଥାଏ । କାନ ବିନ୍ଧୁଥିଲେ ଜୁଆଣି ତେଲ ଦୁଇ ବୁନ୍ଦା ପକାନ୍ତୁ । ସେହିଭଳି ଦାନ୍ତ ବିନ୍ଧୁଥିଲେ ଉଷୁମ ପାଣିରେ ଗୋଟେ ଚାମଚ ଜୁଆଣି ଓ ଲୁଣ ପକାଇ ଗାର୍ଗଲିଂ କରନ୍ତୁ ।
୪:- ଚୁଟି ଧଳା ହେବା ସମସ୍ୟା ଦୂର କରେ, ଯଦି ଆପଣଙ୍କ ବୟସ ପୂର୍ବରୁ କେଶ ପାଚିଥାଏ, ତେବେ ଜୁଆଣି ର ବ୍ୟବହାର ଦ୍ଵାରା ଏହା ଦୂର ହୋଇଥାଏ । ଗୋଟିଏ ପାତ୍ରରେ ଭୃଷଙ୍ଗପତ୍ର କିଛି ଖଣ୍ଡ କିସମିସ ଓ ୧ ଚାମଚ୍ ଜୁଆଣି ପକାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏହି ଚାହା କୁ ନିୟମିତ ସେବନ ଦ୍ଵାରା ଆପଣ ଫରକ ଜାଣିପାରିବେ ।
୫:- ଆଣ୍ଠୁ ଗଣ୍ଠି ବ୍ୟଥା ଭଲ କରିଥାଏ, ଜୁଆଣି ରେ ଥିବା ଆଣ୍ଟିବାୟୋଟିକ ଗୁଣ ଯୋଗୁଁ ଏହା ଆଣ୍ଠୁ ଗଣ୍ଠି ବିନ୍ଧାକୁ ଦୂର କରିଥାଏ । ପାଣିରେ କିଛି ଜୁଆଣି ମିଶାଇ ୩୯ ମିନିଟ ଯାଏଁ ଗୋଡ଼ ବୁଡ଼ାଇ ରଖିଲେ ଗୋଡ ବିନ୍ଧା ଦୂର ହୋଇଥାଏ ।
୬:- ମାସିକ ଧର୍ମରେ ଅତ୍ୟଧିକ ବ୍ଲିଡିଂ ହେବା, ଏକ ଚାମଚ ଜୁଆଣି ରେ ୧ ଗିଲାସ ପାଣି ମିଶାଇ ୧୦ ମିନିଟ ଯାଏଁ ଫୁଟାନ୍ତୁ । ଏହାପରେ ଏହି ପାଣିକୁ ସେବନ କରନ୍ତୁ । ଏହି ପାଣି ପିଇଲେ ଆପଣଙ୍କ ମାସିକ ଧର୍ମ ସମୟରେ ହୋଇଥାଏ ।
୭:- କିଡନୀ ରେ ଷ୍ଟୋନକୁ ଭଲ କରେ, ଗୋଟେ ଚାମଚ ଜୁଆଣି ଅଧ ଚାମଚ ମହୁ ଏହି ପାଣିକୁ ନିୟମିତ ସେବନ କଲେ ଶେଷରେ କିଡନୀ ଷ୍ଟୋନ ପରିସ୍ରା ବାଟେ ବାହାରି ଯାଇଥାଏ ।
୮:- ଓଜନ କମେଇବାରେ ସାହାଯ୍ୟ କରିଥାଏ, ଯଦି ଆପଣ ନିୟମିତ ଜୁଆଣି ର ସେବନ କରନ୍ତି ତେବେ ଆପଣଙ୍କର ପେଟର ଚର୍ବି କମିଯାଏ ଓ ମାସକୁ ୨ କିଲୋ ଓଜନ କମିଥାଏ ।
୯:- ଡାଇବେଟିସ ରୁ ରକ୍ଷା କରେ, ପ୍ରତିଦିନ ଖାଲିପେଟରେ ଜୁଆଣି ପାଣି ସେବନ କଲେ ଡାଇବେଟିସ ହେବାର ସମ୍ଭାବନା ବହୁତ କମ ହୋଇଥାଏ ।
୧୦:- ଅନିଦ୍ରା ଓ ମାନସିକ ଚାପ ଦୂର କରେ, ଜୁଆଣି ର ସେବନ କଲେ ଭଲ ନିଦ୍ରା ହୋଇଥାଏ । ମାନସିକ ଚାପ ଓ ଥକାପଣ ଦୂର କରିଥାଏ । ହାର୍ଟ କୁ ମଧ୍ୟ ସୁସ୍ଥ ରଖିଥାଏ । କୋଲେଷ୍ଟ୍ରୋଲ କୁ କମେଇ ଥାଏ । ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ