3 ଦିନ ଲଗାତାର ସକାଳୁ ଜୀରା ପାଣି ପିଇବା ଦ୍ଵାରା ଶରୀରରେ କଣ ହେଇଥାଏ, ଜାଣିଲେ ପାଦ ତଳୁ ମାଟି ଖସିଯିବ- Health Tips

ନମସ୍କାର ବନ୍ଧୁଗଣ ଆମ ଶରୀର ପାଞ୍ଚ ତତ୍ତ୍ୱ ର ସାହାର୍ଯ୍ୟ ରେ ପ୍ରସ୍ତୁତ ହୋଇଛି । ଜଳ, ଆକାଶ, ବାୟୁ, ମାଟି,ଏବଂ ଅଗ୍ନି । ଏବଂ ଏହା ମଧ୍ୟ ରୁ ଯେଉଁ ଜଳ ର ତତ୍ତ୍ୱ ରହିଛି ତାହା ବାସ୍ତରୀ ପ୍ରତିଶତ ଥାଏ । ବାୟୁ ଆମ ଶରୀର ରେ ଅକ୍ସିଜେନ ମାଧ୍ୟମରେ ଥାଏ ।

ମାଟି କୁ ଆମ ତ୍ୱଚା ସହିତ ତୁଳନା କରା ଯାଇଛି । ଏବଂ ଶରୀର ଭିତରେ ଥିବା ଟେମ୍ପ୍ରଚର ମାଧ୍ୟମରେ ନିଆଁ ଅଥବା ଅଗ୍ନି ରହିଥାଏ । ଏବଂ ଶରୀର ରେ ଥିବା ଖାଲି ସ୍ଥାନ କୁ ଆକାଶ ସହ ତୁଳନା କରା ଯାଇଛି । ଏହି ପାଞ୍ଚ ତତ୍ତ୍ୱ ର ମିଶ୍ରଣ ରେ ଆମ ଶରୀର ଗଠିତ । ଏହି ମଧ୍ୟ ରୁ ଜଳ ତତ୍ତ୍ୱ ଯାହାକି ବାସ୍ତରୀ ପ୍ରତିଶତ ଆମ ଶରୀର ରେ ରହିଛି ।

ତାହାର ଅଧିକ ଏବଂ ଭଲ ରେ ଧ୍ୟାନ ରଖିଲେ ଜୀଵନ ରେ କେବେବି ଏବଂ କୌଣସି ବି ରୋଗ ହେବ ନାହିଁ ।ଆଜି ବି ସାଉଥ ରେ ଲୋକମାନେ ବଡ଼ ତମ୍ବା ର ପାତ୍ର ରେ ରାତିରେ ଶୋଇବା ପୂର୍ବରୁ ପାଣି ଢାଳି ଦିଅନ୍ତି ଏବଂ ସକାଳୁ ଉଠି ସେହି ଜଳ କୁ ସେବନ କରନ୍ତି । ଏହା କୌଣସି ଧାର୍ମିକ କଥା ନୁହଁ । ଏହା ଏକ ପାଣି ପିଇବା ର ପ୍ରକ୍ରିୟା । ସଠିକ ପାଣି ପିଇବା ର ପ୍ରକ୍ରିୟାରେ ହେଉଛି ପ୍ରଥମେ ଏକ ତମ୍ବା ର ପାତ୍ର କିଣନ୍ତୁ । କିମ୍ବା ଏବେ ତମ୍ବା ର ଏକ ବୋତଲ ମଧ୍ୟ ମିଳୁଛି ତାକୁ ମଧ୍ୟ କିଣି ପାରିବେ ।

ଏବଂ ସେହି ବୋତଲ କିମ୍ବା ପାତ୍ର ରେ ରାତିରେ ପାଣି ଭର୍ତ୍ତି କରି । ତାକୁ ସକାଳେ ସେବନ କରନ୍ତୁ ଏହି ଜଳ ଶୁଦ୍ଧ ହୋଇଥାଏ ।ତେବେ ଜଳ ରେ ଜିରା ମିଶାଇ ପିଇବା ଦ୍ୱାରା ମଧ୍ୟ ଆମକୁ ଅନେକ ଲାଭ ମିଳିଥାଏ । ଏହା ଆମ ପେଟ ରେ ଥିବା ମେଟାବୋଲିଜିମ କି ନିୟନ୍ତ୍ରଣ ରେ ରଖେ ଯାହା ଦ୍ୱାରା ଆମର ମୋଟପଣ କମିଥାଏ ଏବଂ ଚର୍ବି ମଧ୍ୟ କମିଥାଏ । ତେବେ ଏହାକୁ ଠିକ ଭାବରେ ବ୍ୟବହାର କରିବା ଆବଶ୍ୟକ ସେଥିପାଇଁ ତମ୍ବା ପାତ୍ରରେ ଥିବା ପାଣି କୁ ଫୁଟାଇ ସେଥିରେ ଫାଳେ ଲେମ୍ଭୁ ର ରସ ଏବଂ ଅଧା ଚାମଚ ମହୁ ତା ସହିତ ଏକ ଚୁଟକି ଜିରା ଗୁଣ୍ଡ କୁମିଶାଇ ପିଇବା ଆବଶ୍ୟକ ।

ଯେଉଁ ମାନଂକୁ ମଧୁମେହ ର ସମସ୍ୟା ଥିବ ସେମାନେ ଏକ ଚୁଟିକି ନିମ୍ବ ପାଉଡର ତା ସହିତ ଏକ ଚୁଟକି ଜିରା ଗୁଣ୍ଡ ଏବଂ ଏକ ଚୁଟକି ମାତ୍ରା ରେ ହଲଦୀ ଗୁଣ୍ଡ କୁ ମିଶାଇ ପିଇ ପାରିବେ । ଏହାକୁ ସପ୍ତାହ ର ୩ ରୁ ୪ ଦିନ ପିଇବେ ଏହା ଦ୍ୱାରା ମୋଟାପା କମିଥାଏ । କିନ୍ତୁ ଗୋଟିଏ କଥା ର ଧ୍ୟାନ ଦେବେ କି ଆପଣ ସେହି ପାଣି କୁ ଶୁଦ୍ଧ କରିଥିବେ ଅର୍ଥାତ ତମ୍ବା ର ପାଣି ଥିବ ।ତେବେ ଆପଣ ଯଦି ଗରମ ରେ ଏହି ଜିରା ପାଣିକୁ ପିଇବେ ତେବେ ମଧ୍ୟ ଅନେକ ଲାବ ମିଳିଥାଏ ।

ଶରୀର ରେ ଜଳୀୟ ମାତ୍ରା କୁ ସଠିକ ରଖିଥାଏ । ପେଟ ଜନିତ ସମସ୍ୟା ପେଟ ରେ ଯନ୍ତ୍ରଣା ହେବା କବ୍ଜ ଆଦି ସମସ୍ୟା ମଧ୍ୟ ଦୁର ହୋଇଥାଏ । ଆପଣ ପୋଦିନା,କଳା ଲୁଣ,କଞ୍ଚା ଲଙ୍କା,ଜିରା ଗୁଣ୍ଡ ଏବଂ ଲେମ୍ଭୁ କୁ ମିଶାଇ ପିଇବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇ ଯାଇଥାଏ । ତେବେ ଏହା ସହିତ ଆପଣ ଯୋଗ ବ୍ୟାୟାମ ମଧ୍ୟ କରି ପାରିବେ । ସୂର୍ଯ୍ୟ ନମସ୍କାର ଆଦି ପ୍ରାଣାୟମ କରିବା ମଧ୍ୟ ଆବଶ୍ୟକ ଏହା ଦ୍ୱାରା ମଧ୍ୟ ଶରୀର ସୁସ୍ଥ ରହିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *