ସବୁବେଳେ Young ଦେଖାଯିବାକୁ ଚାହୁଁଛନ୍ତି ତ ଜୀବନରେ ଗଣ୍ଠି ବାନ୍ଧି ଦିଅନ୍ତୁ ଏହି ନିୟମ ! (Health Tips)

ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏକ ଏଭଳି ନିୟମ ଜଣାଇବାକୁ ଯାଉଛୁ ଯାହାକୁ ପ୍ରୟୋଗ କରିବା ଫଳରେ ଆପଣଙ୍କ ପ୍ରକୃତ ବୟସ ଠାରୁ ବହୁତ କମ ଜଣାପଡ଼ିବ ଏବଂ ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ । ବହୁତ ଲୋକ କମ ବୟସ ଜଣା ପଡ଼ିବା ପାଇଁ କିଛି ଔଷଧର ସେବନ କରିଥାନ୍ତି ଯାହା ତାଙ୍କ ଶରୀରରେ କୁପ୍ରଭାବ ପକାଇଥାଏ । ତେଣୁ ଏହି ନିୟମ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କ ବୟସ କମ ଲାଗିବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ତେବେ ଚାଲନ୍ତୁ ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ।

୧- ପ୍ରଥମ କାମ ହେଉଛି ସକାଳୁ ଉଠି ଅଧ ଲିଟର ପାଣିକୁ ହାଲୁକା ଉଷୁମ କରି ସେବନ କରିବେ । ଖାଲିପେଟରେ ଏହାକୁ ସେବନ କରିବା ଆପଣଙ୍କ ଶରୀର ପାଇଁ ବହୁତ ଲାଭ ଦେଇଥାଏ । ଏହା ଆପଣଙ୍କ ପାଚନ ଶକ୍ତି କୁ ବଢାଇଥାଏ । ଆପଣଙ୍କ ମେଟାବୋଲିସିମ ୨୫ ପ୍ରତିଶତ ବଢ଼ିଥାଏ ଯାହାଦ୍ଵାରା ଆପଣଙ୍କ ଶରୀରର ଓଜନ ମଧ୍ୟ କମିଥାଏ । ଗରମ ପାଣି ଆପଣଙ୍କ ଶରୀର ପାଇଁ ବେଶ ଫାଇଦା ଦେଇଥାଏ ।

୨- ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ । ବହୁତ ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇଥାନ୍ତି କିନ୍ତୁ ଏହା କରିବା ଦ୍ଵାରା ଏହା ଆପଣଙ୍କ ହଜମ କରିବା ଶକ୍ତି କୁ କମାଇ ଦେଇଥାଏ । ଯାହାଦ୍ଵାରା ଖାଦ୍ୟଥଳୀ ଦୁର୍ବଳ ପଡିଯାଇଥାଏ ଓ ଖାଦ୍ୟ ସଠିକ ଭାବରେ ହଜମ ହୋଇନଥାଏ ।

ତେଣୁ ଆପଣ ଖାଇବାର ୪୫ ମିନିଟ ପରେ ପାଣିର ସେବନ କରନ୍ତୁ । କିଛି ଲୋକ ଆମିଷ ଭୋଜନ କରି ସାରିବା ପରେ କୋଲଡ୍ରୀଙ୍କ ର ସେବନ କରିଥାନ୍ତି । ସେମାନଙ୍କ ଅନୁଯାୟୀ କୋଲଡ୍ରୀଙ୍କ ର ସେବନ କରିବା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ କିନ୍ତୁ ଏହା ସତ୍ୟ ନୁହେଁ । ଖାଦ୍ୟ ପରେ କୋଲଡ୍ରୀଙ୍କ ର ସେବନ କଲେ ଏହା ଏସିଡିଟି କୁ ବଢାଇଥାଏ ।

୩- ଖାଦ୍ୟ ଖାଇବା ପରେ ଗାଧେଇବା ଉଚିତ ହୋଇନଥାଏ । କାରଣ ଖାଇବା ପରେ ଶରୀରର ମୁଖ୍ୟ କାମ ହେଉଛି ଖାଦ୍ୟକୁ ହଜମ କରିବା । ଶରୀରର ପୁରା ଧ୍ୟାନ ପେଟରେ ଥାଏ ସେହି ସମୟରେ ତୁରନ୍ତ ଗାଧେଇଲେ ଆପଣଙ୍କ ଶରୀରର ରକ୍ତ ସଞ୍ଚାଳନ ପୁରା ଶରୀରରେ ହୋଇଥାଏ । ଯାହାଦ୍ଵାରା ଖାଦ୍ୟ ହଜମ ହୋଇନଥାଏ । ତେଣୁ ଖାଇବା ପରେ ତୁରନ୍ତ ଗାଧେଇବା ଉଚିତ ନୁହେଁ । ଏବଂ ଖାଇବା ପରେ ତୁରନ୍ତ ଶୋଇବା ମଧ୍ୟ ଆପଣଙ୍କ ଶରୀର ପାଇଁ ଭଲ ହୋଇନଥାଏ ।

ବହୁତ ଲୋକ ରାତି ସମୟରେ ଖାଇବା ପରେ ତୁରନ୍ତ ଶୋଇପଡନ୍ତି । ଆପଣଙ୍କ ଶରୀର ର ଓଜନ ସେତେବେଳେ ବଢ଼ିଥାଏ ଯେତେବେଳେ ଆପଣ ବହୁତ କ୍ୟାଲୋରୀ ଖାଦ୍ୟ ଖାଇଥାନ୍ତି । ସେଥିପାଇଁ ଆପଣ ଖାଇବାର ୨ ଘଣ୍ଟା ପରେ ଶୋଇବାକୁ ଯାଆନ୍ତୁ । ଶୋଇବାର ୨ ଘଣ୍ଟା ଆଗରୁ ଖାଦ୍ୟ ଖାଆନ୍ତୁ । ବହୁତ ରାତିରେ ଖାଦ୍ୟ ଖାଇବା ଦ୍ଵାରା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ । ଯାହାଦ୍ଵାରା ଆପଣଙ୍କ ଓଜନ ବଢ଼ିଥାଏ ।

ଯଦି ଆପଣ ଏହିସବୁ ନିୟମ ପାଳନ କରିଥାନ୍ତି ତେବେ ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବା ସହ ଆପଣଙ୍କ ବୟସ ମଧ୍ୟ କମ ଲାଗିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *