ଋତୁସ୍ରାବରେ ଅନିୟମିତତା କାହିଁକି ହୋଇଥାଏ ? ଜାଣନ୍ତୁ Dr Shilpa Mishra ଙ୍କ ଠାରୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ମାନଙ୍କର ଶରୀରରେ ମାସିକ ଋତୁସ୍ରାବ ପ୍ରକ୍ରିୟା ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥାଏ । ଏହା ଯଦି ମାସକୁ ମାସ ଠିକ ସମୟରେ ହୋଇଯାଇଥାଏ । ତେବେ ମହିଳାଟି ଗର୍ଭାଶୟ ଜନିତ କିଛି ବି ସମସ୍ଯା ଆଗକୁ ଆସିବାର ସମ୍ଭାବନା ନଥାଏ । ଯଦି ପିରିଅଡ୍ ଟି ଠିକ ସମୟରେ ନହୋଇ ବହୁତ ଗଡିକି ହୋଇଥାଏ କିମ୍ବା ସମୟ ଆଗରୁ ହିଁ ହୋଇଥାଏ । ତେବେ ଏହାକୁ ଋତୁସ୍ରାବର ଅନିୟମିତତା କୁହାଯାଇଥାଏ ।

ଋତୁସ୍ରାବର ଅନିୟମିତତା ୨ ପ୍ରକାରର ହୋଇଥାଏ । ପ୍ରଥମ ହେଉଛି ଫିଜୋଓଲୋଜିକାଲ ଓ ଦିତୀୟରେ ପାଥୋଲୋଜିକାଲ । ପ୍ରଥମ ଋତୁସ୍ରାବ ହେବାର କିଛି ମାସ ପର୍ଯ୍ୟନ୍ତ ମାସିକ ଋତୁସ୍ରାବ ପ୍ରକ୍ରିୟାରେ ଅନିୟମିତା ଆସିପାରେ । ମେନୋପୋଜ ସମୟରେ ଅର୍ଥାତ ଯେତେବେଳେ ପିରିଅଡ୍ ବନ୍ଦ ହେବାକୁ ଯାଉଥିବ ।

ତାର କିଛି ମାସ ପୂର୍ବରୁ ବି ଋତୁସ୍ରାବରେ ଅନିୟମିତତା ଦେଖାଯାଇଥାଏ । ଏହା ଛଡା ଗର୍ଭବତୀ ଥିବା ଅବସ୍ତାରେ ମହିଳାଙ୍କର ୯ ମାସ ପର୍ଯ୍ୟନ୍ତ ଋତୁସ୍ରାବ ଜମାରୁ ମଧ୍ୟ ହୋଇନଥାଏ । ଏହି ସବୁ ଅବସ୍ତାକୁ ଫିଜିଓଲୋଜିକାଲି ଅବନରମାଲ କୁହାଯାଇଥାଏ । କାରଣ ଏହି ସବୁ ଋତୁସ୍ରାବର ସମୟରେ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନଥାଏ । ଦିତୀୟରେ ପାଥୋଲୋଜିକାଲ ଅବସ୍ତାରେ ଯେଉଁ ସବୁ ଋତୁସ୍ରାବ ଜନିତ ସମସ୍ଯା ଆସିଥାଏ ।

ଏହା ସବୁ ମହିଳାର ଶାରୀରିକ ସ୍ତରରେ କିଛି ସମସ୍ଯା କାରଣରୁ ହୋଇଥାଏ । ମହିଳାଙ୍କର ଯଦି ଥାଇରଏଡ ସମସ୍ଯା ରହିତ । ତେବେ ସେହି କ୍ଷେତ୍ରରେ ମହିଳାଙ୍କର ଋତୁସ୍ରାବରେ ଅନିୟମିତତା ପ୍ରାୟତଃ ଆସିପାରେ । ଯଦି ମହିଳା କୌଣସି ନା କୌଣସି କାରଣରୁ ଅଧିକ ଷ୍ଟ୍ରେସ ବା ଡିପ୍ରେସନ କାରଣରୁ ବି ପିରିଅଡ୍ ରେ ଇରେଗୁଲାର ହୋଇଥାଏ । ମହିଳାଙ୍କ ଶରୀରରେ ପ୍ରୋଲାକ୍ଟିନ ନାମକ ହରମୋନର ଅସନ୍ତୁଳନ କାରଣରୁ ବି ପିରିଅଡ୍ ଅନିୟମିତ ହେବାର ସମ୍ଭାବନା ରହିଥାଏ ।

ଗର୍ଭାଶୟରେ କେତେକ ସମସ୍ଯା ରହିଥାଏ । ଯାହା ଦ୍ଵାରା ବି ପିରିଅଡ୍ ରେ ଅନିୟମିତତା ହୋଇଥାଏ । ପିରିଅଡ୍ ହୋଇକି ଅନ୍ୟ ଏକ ପିରିଅଡ୍ ଯଦି ୨୪ ଦିନ ପୂର୍ବରୁ ହେଉଥାଏ ବା ୩୮ ଦିନ ପରେ ହେଉଥାଏ । ନଚେତ ପିରିଅଡ ହେବା ସମୟରେ ପ୍ରତି ୨ ରୁ ୩ ଘଣ୍ଟା ପରେ ପ୍ୟାଡ ଚେଞ୍ଜ କରିବାକୁ ପଡୁଥାଏ। ତେବେ ଅଧିକ ବ୍ଲିଡିଙ୍ଗ ସବୁବେଳେ ହେଲେ ବି ଅଣଦେଖା କରିବା ଉଚିତ ନୁହେଁ ।

ସବୁବେଳେ ଯଦି ଏହିଭଳି ଅନିୟମିତ ହେଉଥାଏ । ତେବେ ଡାକ୍ତରଙ୍କର ପରାମର୍ଶ ନିହାତି ନେବା ଜରୁରୀ ହୋଇଥାଏ । କାରଣ ଡାକ୍ତରଙ୍କ ପାଖକୁ ଯିବା ପରେ ଡାକ୍ତରଙ୍କର ଅନିୟମିତ ହେଉଥିବା ମହିଳାର ସଂପୂର୍ଣ୍ଣ ସମସ୍ଯାକୁ ବୁଝି ତାହାର ମୂଳ କାରଣକୁ ଅନୁଧ୍ୟାନ କରି ତାପରେ ସେହି ଅନୁସାରେ ଚିକିତ୍ସା କରିଥାନ୍ତି । ଏହା ସହିତ ଡାକ୍ତରଙ୍କର କହିବା ଅନୁସାରେ ପ୍ରତ୍ଯେକ ମହିଳାଙ୍କର ପିରିଅଡରେ କୌଣସି ସମସ୍ଯା ନହେବା  ପାଇଁ ନିଜର ଖାଦ୍ୟକୁ ସନ୍ତୁଳିତ କରି ଖାଇବେ ।

ଏହା ସହିତ ପ୍ରତିଦିନ କିଛି ସମୟ ପାଇଁ ଏକସରସାଇଜ କରିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *