କଣ ପିଲାଙ୍କର ପାଠ ପଢିବାକୁ ଇଛା ହେଉ ନାହିଁ, ଯେତେ ଚେଷ୍ଟା କଲେ ବି ପାଠରେ ମନ ଲାଗୁନି, ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ (Motivational Tips)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁତ ପିଲା ପାଠ ପଢିବାକୁ ଜମାରୁ ମଧ୍ୟ ମନ ବଳାଇନଥାନ୍ତି । ସେମାନେ ଯଦିଓ ପାଠ ପଢିବା ପାଖରେ ବସିଥାନ୍ତି କିନ୍ତୁ ପାଠ ନପଢି ଅନ୍ୟ ଆଡେ ମୁଣ୍ଡ ଦେଇଥାନ୍ତି । ଯାହା ଦ୍ଵାରା ଘଣ୍ଟା ଘଣ୍ଟା ବସି ମଧ୍ୟ ପାଠ ମନେ ରହିନଥାଏ । କାରଣ ସେମାନେ ପାଠର ମହତ୍ଵ ପ୍ରତ୍ଯେକ ମନୁଷ୍ୟଙ୍କ ପାଇଁ କେତେ ମାତ୍ରାରେ ଆବଶ୍ୟକ ରହିଛି । ତାହା ସେମାନଙ୍କୁ ଜଣାନଥାଏ ।

ତେଣୁ ଆଜି ଏକ ଗପ ମାଧ୍ୟମରେ ପାଠ ପଢିବାର ମହତ୍ଵ ବୁଝିବାକୁ ଚେଷ୍ଟା କରିବା । ଏକ ଅଞ୍ଚଳର ୧୦ ବର୍ଷର ରମେଶ ନାମକ ପିଲାଟିଏ ରହୁଥିଲା । ତା’ ର ବାପାର ବହୁ ବାର କହିବା ସତ୍ବେ ମଧ୍ୟ ସେ ପାଠ ପଢିବାକୁ ମନ କରୁନଥିଲା । ବାପା ସବୁବେଳେ କଷ୍ଟ କରି ପିଲାକୁ ଭଲ ଭଲ ଖାଇବା, ଡ୍ରେସ ପିନ୍ଧିବାକୁ ଯୋଗାଇବା ସହ ପଢିବା ପାଇଁ ନୂତନ ବହି, ଖାତା ସମସ୍ତ ସାମଗ୍ରୀ କିଣି ଦେଉଥିଲେ ।

ତଥାପି ପୁଅ ବାପାଙ୍କ ଠାରୁ ଏହି ସମସ୍ତ ଜିନିଷ ରଖିବୀ ପାଠ ପଢିବା ପ୍ରତି ବିଲକୁଲ ଇଛା କରୁନଥିଲା । ଥରେ ରମେଶର ମା’ ପୁଅ ହାତରେ ରମେଶର ବାପା ପାଇଁ ଖାଦ୍ୟ ଦେଇ ପୁଅ ହାତରେ ପଠାଇଲେ । ବାପା କାମ କରୁଥିବା ବିଲକୁ ପ୍ରାୟତଃ ଯିବାକୁ ପୁଅକୁ ବାପା ଦେଇନଥାନ୍ତି । ସେଦିନ କିନ୍ତୁ ରମେଶ ବିଲକୁ ବାପାଙ୍କୁ ଖାଦ୍ୟ ଦେବାକୁ ଯାଇଥିଲା ।

ସେଠାରେ ଯାଇ ଦେଖିଲା ଯେ ବାପା ନିରାଟ ଖରାରେ ବିଲରେ ଚାଷ କାର୍ଯ୍ୟ କରୁଛନ୍ତି । ପୁଅ ଖାଇବା ଆଣିବା ଦେଖି ବାପା ଖାଦ୍ୟ ଖାଇବାକୁ ବସିଲେ । ଖାଦ୍ୟ ଟିଫିନ ଖୋଲିଲା ବେଳକୁ ଟିଫିନରେ ରୁଟି ଓ ଚାହା ଥିଲା । ପୁଅ ବାପାଙ୍କର ଖାଦ୍ୟ ଦେଖି ମନେ ମନେ ଭାବିଲା ମା’ ମୋତେ ତ ରୁଟି ସହିତ ଭଲ ଭଜା କରି ଖାଇବାକୁ ଦେଇଥିଲା ।

ତେବେ ବାପାଙ୍କ ପାଇଁ ଏହି ଖାଦ୍ୟ କଣ ପଠାଇଛନ୍ତି । ଏହିପରି କିଛି ଥର ରମେଶ ତା’ ର ବାପା ପାଇଁ ଖାଦ୍ୟ ନେଇକି ଯିବା ସମୟରେ ବାପାଙ୍କର ଏପରି ଝାଳ ବୁହା କାମ ଓ ଖାଇବା ଦେଖି ବହୁତ ଦୁଃଖିତ ହୋଇଥାଏ । ଦିନେ ସେ ବାପାଙ୍କୁ ପଚାରିଲା । ବାପା ତୁମେ ଏଇ ଖରାରେ ସବୁବେଳେ କାଇଁ କାମ କରୁଛ ତମେ କାଇଁ ଏକ ବଡ ଅଫିସରେ କାମ କରି ବହୁତ ଟଙ୍କା ଅର୍ଜନ କରୁନ ।

ବାପା ଏହି କଥାର ଉତ୍ତର ଦେବା ପାଇଁ ଯାଇ ପୁଅକୁ କହିଲେ । ପୁଅ ଜୀବନରେ ଯେଉଁ ଭୁଲ ମୁଁ କରିଦେଇଛି । ସେହି ଭୁଲର ଏବେ ପରିଣାମ ଭୋଗିବାକୁ ପଡୁଛି । ପାଠ ପଢି ଯଦି ଜ୍ଞାନ ରୂପକ ସଫଳତା ହାସଲ କରିଥାନ୍ତି । ତେବେ ଆଜି ଏହି ଅସହ୍ୟ ଖରାରେ ଏପରି ଗାଈ ଗୋରୁଙ୍କ ପରି ଖଟିବାକୁ ପଡିନଥାନ୍ତା ।

ତେବେ ସେହି ଠାରୁ ପୁଅର ମୁଣ୍ଡରେ ବୁଦ୍ଧି ରୂପକ ସୂର୍ଯ୍ୟ ଉଦୟ ହେଲା । ସେ ପାଠ ପଢାର ମହତ୍ଵ ବୁଝି ପାରି ସେହି ଦିନ ଠାରୁ ମନ ଦେଇ ପାଠ ପଢିବାକୁ ଆରମ୍ଭ କରିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *