ରାତିରେ ଶୋଇବା ପୁର୍ବରୁ 3 ଦିନ ଲଗାତାର ରସୁଣ ଖାଆନ୍ତୁ, ତା’ ପରେ ଦେଖନ୍ତୁ ଚମତ୍କାର, ପୁରୁଷମାନେ ନିଶ୍ଚୟ ଦେଖନ୍ତୁ- Health Tips

ବାଗଭଟ୍ଟ ଋଷିଙ୍କ ଦ୍ଵାରା ଲିଖିତ ଅଷ୍ଟାଙ୍ଗ ହୃଦୟମ୍ ଏକ ଏପରି ଆୟୁର୍ବେଦିକ ଗ୍ରନ୍ଥ ଯେଉଁଥିରେ ଆମ ରୋଷେଇ ଘରେ ଥିବା ସାମଗ୍ରୀ ଗୁଡ଼ିକୁ ବ୍ୟବହାର କରି କିପରି ରୋଗ ଗୁଡ଼ିକର ଚିକିତ୍ସା କରି ହେବ ସେହି ବିଷୟରେ ଅନେକ ତଥ୍ୟ ରହିଛି ।

ଆଜି ଆମେ ସେହି ଗ୍ରନ୍ଥ ଅନୁସାରେ ରସୁଣ କିପରି ଆମ ଶରୀର ପାଇଁ ଉପଯୋଗୀ, ତାର ବ୍ୟବହାର କିପରି କରିବେ ଓ ରସୁଣ ଆମକୁ କେଉଁ କେଉଁ ରୋଗରୁ ରକ୍ଷା କରି ପାରିବ ସେହି ବିଷୟରେ ଆପଣଙ୍କୁ ଜଣାଇବୁ । ଆପଣ ରସୁଣ ସେବନ କରିବା ସମ୍ବନ୍ଧିତ ଅନେକ କଥା ଶୁଣିଥିବେ ବା ପଢିଥିବେ । ମାତ୍ର ଆପଣ ଯଦି ପ୍ରତ୍ୟେକ ଦିନ ରସୁଣ ସେବନ କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ଏହା ଦ୍ବାରା ଆମ ମସ୍ତିଷ୍କରେ ରକ୍ତ ଚଳାଚଳ ପ୍ରକ୍ରିୟା ତେଜ ହୋଇଯାଏ ଯାହା ମସ୍ତିଷ୍କକୁ କ୍ଷତି ପହୁଞ୍ଚାଇ ଥାଏ ।

କାରଣ ମସ୍ତିଷ୍କରେ ଥିବା ସ୍ନାୟୁ ଗୁଡ଼ିକ ବହୁତ ପତଳା ହୋଇଥାନ୍ତି, ଯାହା ଦେଇ ଅଧିକ ରକ୍ତ ଯିବା ଉଚିତ୍ ନୁହେଁ । ତେବେ ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ, ହୃଦୟ ଜନିତ ସମସ୍ୟା ପାଇଁ, ଯୌନ ସମସ୍ୟା ପାଇଁ, ରକ୍ତଚାପ କୋଲୋଷ୍ଟରୋଲେ ଆଣ୍ଠୁ ଗଣ୍ଠି ବ୍ୟଥା ଆଦି ସମସ୍ୟା ଦୂର କରିବା ପାଇଁ ରସୁଣ କେବେ ଓ କେତେ ମାତ୍ରାରେ ବ୍ୟବହାର କରିବେ ଆସନ୍ତୁ ଜାଣିବା ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ

ଏଥିପାଇଁ ଦେଶୀ ବା ପାହାଡି ରସୁଣ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । କାରଣ ରୋଷେଇ ରେ ବ୍ୟବହୃତ ହେଉଥିବା ବଜାରର ଛୋଟ ଛୋଟ ରସୁଣ ସେତେ ଲାଭଦାୟକ ନୁହେଁ । ରାତିରେ ଶୋଇବା ପୁର୍ବରୁ ଗୋଟେ ଚାମୁଚ ମହୁରେ ଗୋଟିଏ କୋଲ ରସୁଣ ଏବଂ ଗୋଟିଏରୁ ଦୁଇଟି ଗୋଲ ମରିଚ ମିଶାଇ ରଖନ୍ତୁ ଓ ସକାଳୁ ଉଠି ଏହାକୁ ସେବନ କରନ୍ତୁ । ଏହାକୁ ଆପଣ ଦିନେ ଛାଡ଼ି ଦିନେ ସପ୍ତାହରେ ମାତ୍ର ତିନି ଦିନ ସେବନ କରିବେ ଏବଂ ଗୋଟିଏ ମାସ ପରେ ଏହା ସେବନ କରିବା ବନ୍ଦ କରିଦେବେ । ଏହା ଦ୍ବାରା ଆପଣଙ୍କୁ ରୋଗ ପ୍ରତିରୋଧକ କ୍ଷମତା ଆପେ ଆପେ ବୃଦ୍ଧି ହୋଇଯିବ ।

ଯେଉଁ ମାନଙ୍କ ଶରୀରରେ ରକ୍ତ ପତଳା କରିବା ବହୁତ ଆବଶ୍ୟକ ରହିଛି ବା କୋଲେଷ୍ଟେରୋଲ ବଢ଼ି ଯାଇଛି, ହୃଦରୋଗ ଜନିତ ସମସ୍ୟା ରହିଛି ଏପରି ଲୋକମାନେ ଯଦି ସପ୍ତାହରେ ତିନିରୁ ଚାରି ଦିନ ସକାଳେ ଏହି ପାହାଡି ରସୁଣର କୋଲ ସେବନ କରୁଛନ୍ତି ତେବେ ଏହା ବହୁତ ଲାଭଦାୟକ ଅଟେ । ମାତ୍ର ଧ୍ୟାନ ରଖନ୍ତୁ ପ୍ରତ୍ୟେକ ଦିନ ଏହା ସେବନ କରନ୍ତୁ ନାହିଁ ।

ରସୁଣ ପେଟ ସଫା ରଖିବାରେ ମଧ୍ୟ ଖୁବ୍ ଭଲ କାମ କରେ । ଯେଉଁ ପୁରୁଷମାନଙ୍କ ମଧ୍ୟରେ ବୀର୍ଯର ଅତ୍ୟଧିକ ଅଭାବ ଦେଖାଯାଏ, ସେମାନଙ୍କ ବୀର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ରସୁଣ ଅଦ୍ଭୁତ ଭାବେ କାର୍ଯ୍ୟ କରିଥାଏ । ମାତ୍ର ଏହାର ସେବନ କରିବା ସହ ପ୍ରତ୍ୟେକ ଦିନ ଅଳ୍ପ ବ୍ୟାୟାମ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହାଛଡା ମୁହଁରେ ଚମକ ଆଣିବାରେ ରସୁଣ ଖୁବ୍ ଭଲ କାମ କରେ । ହାତ, ଗୋଡ଼, ଆଣ୍ଠୁ ଆଦି ବ୍ୟଥା ସମସ୍ୟା ଯେଉଁମାନଙ୍କୁ ରହିଛି ସେମାନେ ମଧ୍ୟ ସପ୍ତାହରେ ଗୋଟିଏ ଦିନ ରାତିରେ ଶୋଇବା ପୁର୍ବରୁ କ୍ଷୀରରେ ଗୋଟିଏ କୋଲ ରସୁଣ ଫୁଟାଇ ସେବନ କଲେ ବହୁତ ଉପଶମ ପାଇବେ । ମାତ୍ର ଏହି ସମସ୍ତ ସମସ୍ୟା ନ ଥିଲେ ରସୁଣ ସେବନ କରନ୍ତୁ ନାହିଁ । ରସୁଣ ଖାଇବା ଦ୍ବାରା ବିରକ୍ତି ଭାବ ବଢ଼ିଥାଏ, ଶୀଘ୍ର କ୍ରୋଧ ଆସିଥାଏ ଏବଂ ଧ୍ୟାନ ଭଗ୍ନ କରିଥାଏ । ଆଧ୍ୟାତ୍ମିକ ଭାବେ ସମର୍ପିତ ଲୋକମାନେ ରସୁଣ ସେବନ କରିବା ବିଲକୁଲ୍ ଉଚିତ୍ ନୁହେଁ । କାରଣ ଏହା ତାମସିକ ଭୋଜନରେ ଗଣିତ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *