ରାତିରେ କେଉଁ ସ୍ଵପ୍ନ ଦେଖିଲେ ବନିଥାଏ ଧନ ଯୋଗ ! ବଦଳିଯାଏ ଭାଗ୍ୟ (Jitu Das Sadhubani)

ନମସ୍କାର ବନ୍ଧୁଗଣ, ଆପଣ ଅଣଦେଖା କରିଦେଉଥିବା କିଛି କଥା ବା କାର୍ଯ୍ୟ ହିଁ ଆପଣ ମାନଙ୍କ ଜୀବନରେ ସୁଖ ସମୃଦ୍ଧିକୁ  ଆଗମନ କରାଇଥାଏ । କିନ୍ତୁ ଆପଣ ସେହିସବୁ କାର୍ଯ୍ୟ  ସମ୍ପର୍କରେ ତ ଜାଣି ନଥାନ୍ତି ତେଣୁ ଆପଣ ତାହାକୁ ଗୁରୁତ୍ଵ ଭାବନ୍ତି ନାହିଁ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ କିଛି କଥା କହିବା ପାଇଁ ଯାଉଛୁ ଯାହାକୁ ଆପଣ ମନେ ରଖିବା ସହ ତାହାର ପାଳନ କରିବା ଦ୍ଵାରା ଆପଣଙ୍କ ଜୀବନରେ ରହିଥିବା ସମସ୍ତ ଅଭାବ ଅସୁବିଧା ଦୂର ହେବା ସହିତ ଧନ ଆଗମନର ରାସ୍ତା ଖୋଲିଯାଇଥାଏ ।

1- ପୂଜାରେ ବ୍ୟବହୃତ ହୋଇଥିବା କଳସର ପାଣିକୁ ଯଦି ଆପଣ ତୁଲସୀ ପତ୍ରରେ ଛିଞ୍ଚନ୍ତି ଆପଣଙ୍କ ଘରେ ତେବେ ପରିବାରର ସମସ୍ତ ଲୋକ ନିରୋଗୀ ହୋଇଥାନ୍ତି । ଆଉ ଯଦି ଆପଣ ସେହି କଳସ ପାଣିକୁ ଫୁଲରେ ଛିଞ୍ଚନ୍ତି ତେବେ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଏବଂ ଭଲ ପାଇବା ବଢିଥାଏ ।

2- ଯଦି ଆପଣ କଳସ ପାଣିକୁ ଦୁବରେ ସବୁଆଡେ ଛିଞ୍ଚନ୍ତି ତେବେ ଆପଣଙ୍କ ଘରେ ଥିବା ଛୋଟ ପିଲାଙ୍କର ବୁଦ୍ଧିର ବିକାଶ ହୋଇଥାଏ । 3- ଯଦି ଆପଣଙ୍କର କୌଣସି ବ୍ୟକ୍ତିଙ୍କ ପାଖରେ କିଛି କାର୍ଯ୍ୟ ଅଛି ଆଉ ତାହା ବାରମ୍ବାର ଯିବା ପରେ ମଧ୍ୟ ପୁରା ହେଉନାହିଁ । ତେବେ ଆପଣ ଘରୁ ବାହାରକୁ ଯିବା ସମୟରେ ଗୀତାର ଶେଷ ପୃଷ୍ଠାର ଶ୍ଳୋକ ପାଠ କରି ଯିବା ଫଳରେ ଆପଣଙ୍କ କାର୍ଯ୍ୟ ଏକା ଥରକରେ ହୋଇଥାଏ ।

4- ରାତିରେ ଶୋଇବା ସମୟରେ ଯଦି ଆପଣ ସ୍ଵପ୍ନରେ ଦେଖନ୍ତି ଗୋଟିଏ କୁମ୍ଭାର ହାଣ୍ଡି ଗଢୁଛି ବା ମାଟି ଚକଟୁଛି ହାଣ୍ଡି କରିବା ପାଇଁ ତେବେ ଆପଣ ଯେଉଁଦିନ ଏହି ସ୍ଵପ୍ନ ଦେଖିଥିବେ ଏହାର ପରଦିନ ଆପଣଙ୍କ ଘରେ ଧନ ବଢିବା ଆରମ୍ଭ ହେବ । 5- ଯଦି ଆପଣ ସ୍ଵପ୍ନରେ କୌଣସି ବି ପାଚିଲା ଫଳ ଦେଖନ୍ତି ତେବେ ଏହା ମଧ୍ୟ ଆପଣଙ୍କ ଘରକୁ ଅଚାନକ ଧନ ଆଗମନର ସୂଚକ ହୋଇଥାଏ ।

6-  ଯଦି ଆପଣ ଶଶୁର ଘରକୁ ଯାଉଛନ୍ତି ତେବେ ତାଙ୍କ ଘରେ ଦକ୍ଷିଣ ପଟକୁ ମୁଣ୍ଡ ଦେଇ ଶୋଇବା ଦରକାର । ଆଉଆ ନିଜ ଘରେ ପୂର୍ବକୁ ମୁଣ୍ଡ କରି ଶୋଇବା ଉଚିତ । ଯଦି ଆପଣ ବିଦେଶ ଯାତ୍ରା କରୁଛନ୍ତି ତେବେ ବିଦେଶରେ ଆପଣ ପଶ୍ଚିମକୁ ମୁଣ୍ଡ ଦେଇ ଶୋଇବା ଆବଶ୍ୟକ । 7-  ବିବାହିତା ମହିଳା ମାନେ ବ୍ୟବହାର କରୁଥିବା ଶାଢୀ ଶଙ୍ଖା, ଚୁଡି କାଜଲ ଇତ୍ୟାଦି ଜିନିଷ ଅନ୍ୟ କାହାକୁ ଦେବା ଉଚିତ ନୁହେଁ । ଏହାଦ୍ବାରା ସ୍ଵାମୀଙ୍କର ଆପଣଙ୍କ ପ୍ରତି ଆକର୍ଷଣ କମିଯାଇଥାଏ ।

8- ଘରୁ ବାହାରକୁ ଯିବା ସମୟରେ ଯଦି ଗାଈ କିମ୍ବା ଶଣ୍ଢ ମୁଣ୍ଡରେ ଓ ପିଠିରେ କାଉ ବସିଥିବାର ଦେଖନ୍ତି ତେବେ ଏହା ବହୁତ ଅଧିକ ଶୁଭ ହୋଇଥାଏ । ଆପଣ ବାହାରି ଥିବା କାର୍ଯ୍ୟ ମଧ୍ୟ ପୁରା ହୋଇଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *