Jyotish Shastra- ଘରେ ରଖନ୍ତୁ ଏହି 1 ଜିନିଷ, ରାହୁ କେତୁ ହେବେ ପ୍ରସନ୍ନ, ସବୁ କାର୍ଯ୍ୟରେ ମିଳିବ ସଫଳତା

ଅନେକ ସମୟରେ ଜଣା ଅଜାଣତରେ ଆମ ଘର ଏତେ ସମସ୍ୟାରେ ଘେରି ହୋଇଯାଏ, ସମ୍ପନ୍ନ ହେବାକୁ ଥିବା କାମ ମଧ୍ୟ ବିଗିଡି ଯାଏ । ଆମେ ଭୁଲ୍ ନିର୍ଣ୍ଣୟ ନେବାକୁ ଲାଗି ଥାଉ ଓ ବୁଝି ପାରୁ ନାହିଁ କି ଆମ ସହ କଣ ହେଉଛି ।

ଯେତେବେଳେ ରାହୁ ଓ କେତୁ ଅଶୁଭ ଫଳ ଦେବାକୁ ଆରମ୍ଭ କରନ୍ତି ସେତେବେଳେ ଏହି ସଙ୍କଟ ଆସିଥାଏ । ତେବେ ଆଜି ଆମେ ଜାଣିବା ମାତ୍ର ଗୋଟିଏ ଉପାୟରେ ରାହୁ ଓ କେତୁ କିପରି ଶୁଭ ଫଳଦାୟକ ହେବେ । କେଉଁ ସବୁ ଲକ୍ଷଣରୁ ଜାଣିବେ ଆପଣଙ୍କ କୁଣ୍ଡଳିରେ ରାହୁ ଓ କେତୁ ସଠିକ୍ ନାହାଁନ୍ତି?

ଯଦି ଆପଣ ସଠିକ୍ ନିର୍ଣ୍ଣୟ ନେଇ ପାରୁ ନାହାଁନ୍ତି, ଉଚିତ୍ ସମୟରେ ଠିକ୍ କାମ କରି ନ ପାରୁଛନ୍ତି, ଗୋଟିଏ ସମସ୍ୟା ଶେଷ ନ ହେଉଣୁ ଅନ୍ୟ ଏକ ସମସ୍ୟା ଆସି ଯାଉଛି, କାମ ସମ୍ପୂର୍ଣ୍ଣ ହେବାକୁ ଯାଇ ବିଗିଡି ଯାଉଛି ଓ ଆପଣଙ୍କ ପରିବାରରେ ପରସ୍ପର ମଧ୍ୟ କଳି ଝଗଡା ବଢୁଛି, ଘରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଉଛି ଏବଂ ଦୁର୍ଘଟଣା ସବୁ ସାମନା କରିବାକୁ ପଡିଛି ତେବେ ଜାଣି ନିଅନ୍ତୁ କି ରାହୁ ଓ କେତୁ ଆପଣଙ୍କ ପାଇଁ ପ୍ରତିକୂଳ ହୋଇ ଯାଇଛନ୍ତି ।

ରାହୁ ଓ କେତୁଙ୍କ ବଶରେ ଆସିବା ଦ୍ବାରା ଆପଣଙ୍କର କହିବା, ଶୁଣିବା ଓ ଚିନ୍ତା କରିବା ସମସ୍ତ ପ୍ରକ୍ରିୟା ପ୍ରଭାବିତ ହୁଅନ୍ତି । ଯାହା ଫଳରେ ଆପଣଙ୍କ ମାନସିକ ସନ୍ତୁଳନ ବିଗିଡ଼ି ଯାଏ ଓ ଆପଣ ସଠିକ୍ ନିର୍ଣ୍ଣୟ ନେଇ ପାରନ୍ତି ନାହିଁ । ଅନେକ ସମୟରେ ମାନସିକ ରୋଗର ମଧ୍ୟ ଶିକାର ହୋଇଥାଉ ।

ରାହୁ ଓ କେତୁଙ୍କୁ ଶାନ୍ତ କରିବାର କଣ ଉପାୟ ରହିଛି?

ରାହୁ ଓ କେତୁଙ୍କୁ ଶାନ୍ତ କରିବାର ସବୁଠୁ ସହଜ ଏବଂ ସଠିକ୍ ଉପାୟ ଆମେ ଆପଣଙ୍କୁ ଜଣାଇବୁ । ଏଥିପାଇଁ ଆପଣଙ୍କ ଘରର ଦକ୍ଷିଣ-ପଶ୍ଚିମ କୋଣରେ ଗୋଟିଏ ଛୋଟ ବୋତଲରେ ଅଳ୍ପ ଅଜାୱାଇନ ଓ ଖଣ୍ଡେ କର୍ପୁର ରଖି ସେଠାରେ ରଖି ଦିଅନ୍ତୁ । ବୋତଲର ଠିପିକୁ ଖୋଲା ହିଁ ଛାଡ଼ି ଦିଅନ୍ତୁ । ଯେକୌଣସି ଛୋଟ କାଚ ବୋତଲ ବା ଡବା ଏଥିପାଇଁ ବ୍ୟବହାର କରି ପାରିବେ । ଏହା ପରେ ଆପଣଙ୍କୁ କିଛି କରିବାକୁ ପଡ଼ିବ ନାହିଁ ।

 

ଏହା କୌଣସି ଦିନ ଏବଂ କୌଣସି ସମୟରେ ଆପଣ କରି ପାରିବେ । ଏପରି ଗୋଟେ ମାସ ପର୍ଯ୍ୟନ୍ତ ସେହିପରି ରଖନ୍ତୁ ଓ ତା ପରେ ଏହାକୁ ପୁଣି ବଦଳାଇ ଦିଅନ୍ତୁ । ଏହି ଯେଉଁ କୋଣ ଏହାକୁ ରାହୁଙ୍କ କୋଣ ବୋଲି ମାନାଯାଏ । ଅଜାୱାଇନ ଓ କର୍ପୁର ଏହି କୋଣରେ ରଖିବା ଦ୍ଵାରା ତାହା ଦୃଢ଼ ହୋଇଯାଏ ଓ ସେଠାରେ ରାହୁଙ୍କ ବାସ ଆଉ ରୁହେ ନାହିଁ । ଯାହାଦ୍ବାରା ଆମ ଜୀବନରେ ରାହୁଙ୍କ ପ୍ରଭାବ ମଧ୍ୟ ପଡ଼ିବା ବନ୍ଦ ହୋଇଯାଏ ।

ଆଉ ଏକ ଉପାୟ ହେଉଛି ଏକ ଛୋଟ ଧଳା କପଡ଼ାରେ ଅଜାୱାଇନ ଓ କର୍ପୁରର ଛୋଟ ପୁଟୁଳି ବନାଇ ରଖନ୍ତୁ ଏହାକୁ ମଝି ମଝିରେ ସୁଙ୍ଘନ୍ତୁ । ବର୍ତ୍ତମାନ କରୋନା ସମୟ ଚାଲି ଥିବାରୁ ଏଥିରେ ଶରୀରରେ ଅମ୍ଳଜାନ ସ୍ତର ମଧ୍ୟ ବୃଦ୍ଧି ହୋଇଥାଏ । ଏହି ପୁଟୁଳିକୁ ପକେଟ୍ ରେ ରଖିଲେ ମଧ୍ୟ ରାହୁ ଶାନ୍ତ ରହିବେ ଓ ରୋଗ ମଧ୍ୟ ଆପଣଙ୍କ ପାଖ ମାଡ଼ିବ ନାହିଁ । ଆଉ ସମୟ ସମୟରେ କଳା ବା କଳା ଧଳା କୁକୁରକୁ ନିଶ୍ଚୟ ଗାଈ କ୍ଷୀର ପିଇବାକୁ ଦିଅନ୍ତୁ । ଏପରି ଛୋଟ ଛୋଟ ଉପାୟ କରିବା ଦ୍ୱାରା ଆପଣ ରାହୁ କେତୁଙ୍କ ସମସ୍ୟାରୁ ମୁକ୍ତ ହୋଇ ପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *