ମନୁଷ୍ୟ ଶାସ୍ତ୍ରରୁ ଧର୍ମ ଜ୍ଞାନ ପାଇଥାଏ, ଦୁ-ର୍ବୁ-ଦ୍ଧି ପରିତ୍ୟାଗ କରି କରିଥାଏ ଓ ମୋକ୍ଷ ଲାଭ କରିଥାଏ । ପକ୍ଷୀମାନଙ୍କ ମଧ୍ୟରେ କାଉ, ପଶୁମାନଙ୍କ ମଧ୍ୟରେ କୁକୁର, ମୁନିଋଷିଙ୍କ ମଧ୍ୟରେ କ୍ରୋ-ଧୀ ଓ ସ୍ତ୍ରୀ ମାନଙ୍କ ମଧ୍ୟରେ ଚୁଗୁଲିଖୋର ଚଣ୍ଡାଳ ଅର୍ଥାତ ନୀଚ ହୋଇଥାଏ ।
ଭ୍ରମଣ କରିବା ଦ୍ଵାରା ରାଜା ଓ ଯୋଗୀମାନେ ସମ୍ମାନିତ ହୋଇଥାନ୍ତି । ମାତ୍ର ଇତସ୍ତତଃ ବୁଲିବା ଦ୍ଵାରା ସ୍ତ୍ରୀ ଭ୍ରଷ୍ଟ ହୋଇଯାଏ । ଧନ ଥିବା ବ୍ୟକ୍ତିକୁ ଯୋଗ୍ୟ କୁହାଯାଏ, ତାକୁ ସମସ୍ତେ ସମ୍ମାନ କରନ୍ତି ଓ ତାର ଅନେକ ମିତ୍ର ଥାଆନ୍ତି । କାଳକୁ କେହି ଟାଳି ପାରେ ନାହିଁ । ଯେପରି ଜନ୍ମରୁ ଅନ୍ଧ ବ୍ୟକ୍ତି କିଛି ଦେଖିପାରେ ନାହିଁ, ଠିକ ସେହିପରି କାର୍ଯ୍ୟରେ ବ୍ୟସ୍ତ ବ୍ୟକ୍ତିକୁ କିଛି ଦେଖାଯାଏ ନାହିଁ । ମତୁଆଳ ଲୋକ କିଛି ଚିନ୍ତା କରି ପାରେ ନାହିଁ ଓ ଲୋଭୀ ବ୍ୟକ୍ତିକୁ କୌଣସି କାର୍ଯ୍ୟରେ ଦୋଷ ଦେଖା ଦିଏ ନାହିଁ ।
ମନୁଷ୍ୟର ଜିଭ ସ୍ଵୟଂ ପାପ କରେ ଓ ସ୍ଵୟଂ ପ୍ରତିଫଳ ମଧ୍ୟ ଭୋଗ କରେ । ରାଜ୍ୟରେ ହେଉଥିବା ପାପ ରାଜା ଉପରେ ବର୍ତ୍ତେ, ରାଜାର ପାପ ପୁରୋହିତକୁ ବର୍ତ୍ତେ, ଶିଷ୍ୟର ପାପ ଗୁରୁ ଉପରେ ବର୍ତ୍ତେ, ଠିକ ସେହିପରି ଜଣେ ସ୍ତ୍ରୀର ପାପ ତ ପତି ଏବଂ ପିତା ଉପରେ ବର୍ତ୍ତେ । ଋଣ ନେଇଥିବା ପିତା, ବ୍ୟ-ଭି-ଚା-ରି-ଣୀ ମାତା, ମୂର୍ଖ ସନ୍ତାନ ଓ ସୁନ୍ଦରୀ ପତ୍ନୀ ମଧ୍ୟ ବ୍ଯକ୍ତିର ଶତ୍ରୁ ସ୍ୱରୂପ ହୋଇଥାନ୍ତି । ଅର୍ଥାତ ଆପଣ ଏମାନଙ୍କ କାରଣରୁ ସମସ୍ୟାରେ ପଡି ପାରନ୍ତି ।
ଏହାର ଅର୍ଥ ଏହା ନୁହେଁ ଆପଣ ସେମାନଙ୍କ ସହ ଶତ୍ରୁ ପରି ବ୍ୟବହାର କରିବେ । ମାତ୍ର ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । ଲୋଭିକୁ ଧନରେ, ଅ-ହ-ଙ୍କା-ରୀ-କୁ ହାତ ଯୋଡି, ମୂର୍ଖକୁ ତା ପରି ବ୍ୟବହାର କରି ଏବଂ ପଣ୍ଡିତକୁ ସତ୍ୟତାର ସହ ପକ୍ଷରେ କରିବା ଉଚିତ । ରାଜ୍ୟ ନ ଥିବା ଜଣେ ଦୁଷ୍ଟ ରାଜା ଠାରୁ ଅଧିକ ଉତ୍ତମ ଅଟେ । ଦୁଷ୍ଟ ମିତ୍ରା ସହ ରହିବା ଠାରୁ ଉତ୍ତମ ବିନା ମିତ୍ରରେ ରହିବା । ନିନ୍ଦା କରୁଥିବା ଶିଷ୍ୟ ଠାରୁ ଭଲ ବିନା ଶିଷ୍ୟରେ ରହିବା ।
ଦୁ-ଷ୍ଟ ପତ୍ନୀ ସହ ବାସ କରିବା ଠାରୁ ବିନା ପତ୍ନୀରେ ରହିବା ଉତ୍ତମ ଅଟେ । ଯେପରି ଦୁ-ଷ୍ଟ ଶିଷ୍ୟକୁ ପଢାଇଲେ କୀର୍ତି ମିଳେ ନାହିଁ, ଠିକ ସେହିପରି ଘରେ ଦୁ-ଷ୍ଟ ସ୍ତ୍ରୀ ବାସ କଲେ ପ୍ରୀତି ରୁହେ ନାହିଁ । ଯେପର୍ଯ୍ୟନ୍ତ ମନୁଷ୍ୟ ସ୍ନାନ କରେ ନାହିଁ, ସେ ପର୍ଯ୍ୟନ୍ତ ସେ ଚଣ୍ଡାଳ ରୁହେ । ନୀଚ ଲୋକ କେବଳ ଧନ ପ୍ରାପ୍ତ କରିବାକୁ ଚାହାନ୍ତି, ମଧ୍ୟମ ଲୋକ ଉଭୟ ଧନ ଓ ସମ୍ମାନ ଚାହାନ୍ତି, ମାତ୍ର ଉତ୍ତମ ଲୋକ କେବଳ ସମ୍ମାନ ଚାହେଁ ।
ଦୀପକର ପ୍ରକାଶ ଅନ୍ଧକାରକୁ ଆଲୋକ ପ୍ରକାଶ କରେ, ସେହିପରି ମନୁଷ୍ୟ ଯେପରି ଖାଦ୍ଯ ଭୋଜନ କରେ ତା ସନ୍ତାନ ମଧ୍ୟ ସେହିପରି ହୋଇଥାନ୍ତି । ପତିବ୍ରତା ସ୍ତ୍ରୀ, କଲ୍ୟାଣକାରୀ ରାଜା ଓ ସନ୍ତୋଷୀ ବ୍ରାହ୍ମଣ ପବିତ୍ର ଅଟନ୍ତି । ଯେପରି ଅସନ୍ତୋଷୀ ବ୍ରାହ୍ମଣ ନିନ୍ଦିତ ହୋଇଥାଏ, ସେହିପରି ସନ୍ତୋଷୀ ରାଜା, ଲ-ଜ୍ୟା-ଶୀ-ଳ ବେ-ଶ୍ୟା ଓ ନି-ର୍ଲ-ଜ କୁ-ଳୀ-ନ ସ୍ତ୍ରୀ ନିନ୍ଦିତ ହୋଇଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।