ପୁରୀ ଶଙ୍ଖକ୍ଷେତ୍ରରେ କାହିଁକି ବାଜେନି ଶଙ୍ଖ ? ଜାଣନ୍ତୁ ଏହା ପଛର ରହସ୍ୟ ! (Suryanarayan RathSharma)

ବନ୍ଧୁଗଣ, ଶଙ୍ଖ ମହାପ୍ରଭୁ ଜଗନ୍ନାଥ ଙ୍କ ପୂଜା ରେ ଦୈନନ୍ଦିନ ର ଆବଶ୍ୟକତା ରହିଅଛି । ତ୍ରିକାଳ ପୂଜା ଠାରୁ ଆରମ୍ଭ କରି ବିବିଧ ପୂଜା ପର୍ବ ରେ ବିନା ଶଙ୍ଖରେ ମହାପ୍ରଭୁଙ୍କର ପୂଜା ହୋଇପାରିବ ନାହିଁ । ଲୋକମାନେ କୁହନ୍ତି ଶଙ୍ଖକ୍ଷେତ୍ରରେ ଶଙ୍ଖ ର ବ୍ୟବାହାର ହୁଏ ନାହିଁ । ମାତ୍ର ଆପଣ ଜାଣନ୍ତି ମହାପ୍ରଭୁଙ୍କର ଦୈନନ୍ଦିନ ଉପାସନା ହୁଏ । ଦୈନନ୍ଦିନ ଉପାସନା ରେ ମହାପ୍ରଭୁ ଙ୍କର ତ୍ରିକାଳ ପୂଜା ଅନୁଷ୍ଠିତ ହୋଇଥାଏ ।

ତ୍ରିକାଳ ପୂଜାରେ ମହାପ୍ରଭୁଙ୍କର ଯେତେବେଳେ ପୂଜାପଣ୍ଡା ସାମନ୍ତ ସମସ୍ତ ପୂଜାର ସମାପନ ପରେ ଅର୍ଘ୍ୟ ସଂସ୍କାର ପାଇଁ ଗୋଟିଏ ତ୍ରିକୋଣ ଅଙ୍କିତ କରି ସେଥିରେ ଆଧାର ସ୍ଥାପନ କରନ୍ତି । ଏହାପରେ ଶଙ୍ଖଟିଏ ଥୁଆହୋଇଥାଏ, ଏବଂ ସେ ଶଙ୍ଖରେ ଯେଉଁ ମନ୍ତ୍ର ଆମ୍ଭେ ବାହାରେ ପରିପ୍ରକାଶ କରିବାର ଆବଶ୍ୟକତା ନାହିଁ ତଥା ଉଚିତ ନୁହେଁ ସେହି ପୂଜକ ଜଳାର୍ଘ୍ୟ କରି ସେଠାରେ ପୂଜା କରି ମୂଳମନ୍ତ୍ର ଜପନ୍ୟାସ କରି ଜଳ ସେଠାରେ ରଖିଥାନ୍ତି ।

ଯେତେବେଳେ ନୈବେଦ୍ୟ ମହାପ୍ରଭୁ ଙ୍କୁ ଦିଆଯାଇଥାଏ ସେହି ଶଙ୍ଖ ରୁ ପାଣି ଆସି ପୂଜକ ନୈବେଦ୍ୟ କୁ ବୁଲାଇ ଠାକୁରଙ୍କୁ ଅର୍ପଣ କରିଥାନ୍ତି ଏବଂ ତ୍ରିକାଳ ପୂଜା ରେ ଏହି ୩ ଗୋଟି ଶଙ୍ଖ ନିତ୍ୟାନ୍ତ ଆବଶ୍ୟକ । ମାତ୍ର କଥାରେ ଅଛି ଶଙ୍ଖ କାହିଁକି ବାଜେ ନାହିଁ ? ଯେଉଁ ସବୁ ବୈଜ୍ଞାନିକ ମାନେ କହୁଛନ୍ତି ଯେ ଶଙ୍ଖ ପୂଜା ହୁଏ ନାହିଁ, ମାତ୍ର ଶଙ୍ଖ ନ ହେଲେ ମହାପ୍ରଭୁ ଙ୍କ ପୂଜା ହୋଇପାରେ ନାହିଁ ।

ଶଙ୍ଖ ମାଧ୍ୟମରେ ନୈବେଦ୍ୟ ଦେଇ ମହାପ୍ରଭୁଙ୍କୁ ଜଳ ସମର୍ପିତ ହୋଇଥାଏ । ଶଙ୍ଖ ନହେଲେ ରଥ ରେ ମଧ୍ୟ ମହାପ୍ରଭୁ ଙ୍କ ପୂଜା ହୋଇପାରିବ ନାହିଁ । ଯେଉଁଠାରେ ପୂଜା ମଧ୍ୟ ହେଉ ଶଙ୍ଖ ନିଶ୍ଚିତ ଭାବରେ ଦରକାର । ତେଣୁ ଏହା ଶଙ୍ଖନାଭି ମଣ୍ଡଳ ହେଲେ ମଧ୍ୟ ମହାପ୍ରଭୁ ଯେତେବେଳେ ଶୃଙ୍ଗାର ହୁଅନ୍ତି ନିଜ ହାତରେ ଶଙ୍ଖ ଧରିଥାନ୍ତି ।

ଏଣୁ ଶଙ୍ଖ ର ଉପାସନା ର କ୍ଷେତ୍ର ଅଟେ ଶଙ୍ଖକ୍ଷେତ୍ର ପୁରୀ । ଶଙ୍ଖନିଧି, ପଦ୍ମନିଧି, ମହାଲକ୍ଷ୍ମୀ ଙ୍କର ଦ୍ଵାରପାଳ ରୂପରେ ଏଠି ବିରାଜମାନ କରିଛନ୍ତି ଏଣୁ ଆମ୍ଭେ ଯାଇ ଶଙ୍ଖ ବଜାଇବା ତାହା ସେଠାରେ ହେଇପାରିବନାହିଁ । ଜଗନ୍ନାଥ ମନ୍ଦିରର ଗୋଟିଏ ବଡ କଥା ହେଲା ଯିଏ ଯେଉଁ କାର୍ଯ୍ୟ ପାଇଁ ନିଯୁକ୍ତି ହେଇଛି ସେହି କାର୍ଯ୍ୟ ହିଁ କରିବ ।

ଜଣେ ମହୁରୀ ବଜାଏ ଏହା ଅର୍ଥ ନୁହେଁ ଯେ ଜଣେ ମହୁରୀଆ ବନ୍ଦ ହୋଇଗଲାଣି ଏବଂ ମୁଁ ଯାଇ କାଲି ଦେଉଳ ରେ ମହୁରୀ ବଜାଇ ଦେବୀ । ସେ କୁଳ ପରମ୍ପରା ର ବ୍ୟକ୍ତି ହିଁ ମହୁରୀ ବଜାଇବ । ମାତ୍ର ଶଙ୍ଖ ବାଜି ଆସୁଥିଲା ଏବଂ ମହାପ୍ରଭୁ ଙ୍କ ତ୍ରିକାଳ ପୂଜା ରେ ମଧ୍ୟ ଶଙ୍ଖ ର ପ୍ରୟୋଗ କରାଯାଏ । ଏଣୁ କିଛି ଭ୍ରାନ୍ତ ଧାରଣ କୁ ଧରି ବସିଲେ ହେବ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *