ପୂଜାରେ ଲାଗିଥିବା ନଡ଼ିଆ ଖରାପ ବାହାରିଲେ କଣ ମିଳିଥାଏ ସଂକେତ ? ଶୁଭ ନା ଅଶୁଭ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜୀବନର ସରସ ସୁନ୍ଦର କରିବା ପାଇଁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ନୀତିଦିନିଆ ଜୀବନରେ କାମରେ ଆସିଥାଏ । ୧- ପ୍ରତିଦିନ ଆମେ ଘର ଭିତର ଝାଡୁ କରିଥାଉ । ଘର ବାହାର ମଧ୍ୟ ଝାଡୁ କରିଥାଉ । କିନ୍ତୁ ମାନେ ରଖିବେ ଶନିବାର ଓ ରବିବାରରେ ପ୍ରଥମେ ବାହାର ପଟେ ପାଣି ଢାଳି ଝାଡୁ କରିବେ । ତା ପରେ ଘରେ ଝାଡୁ କରିବେ ।

୨- ସ୍ନାନ କରିବା ପରେ ସୂର୍ଯ୍ୟଦେବଙ୍କୁ ଜଳ ଦେବା ସମୟରେ ତାଜା ଜଳ ହୋଇଥିବା ଉଚିତ । ପୂର୍ବ ଦିଗକୁ ମୁଖ କରିବା ସହ ତମ୍ବା ପାତ୍ରରେ ଜଳ ଅର୍ପଣ କରିଲେ ବହୁତ ଶୁଭ ଫଳ ମିଳିଥାଏ । ୩- ବିବାହ ଭଳି ପବିତ୍ର ମାଙ୍ଗଳିକ କାର୍ଯ୍ୟରେ ବିବାହ ପୂର୍ବରୁ ପୁଅ ଝିଅଙ୍କର ଜାତକର ମେଳକ କରନ୍ତି । ତା ପରେ ବିବାହ ହୋଇଥାଏ । ବର୍ଷକ ଭିତରେ ପୁଅ କି ଝିଅ ମାନଙ୍କର ଚିତ୍ର, ଶ୍ରାବଣ, ଭାଦ୍ରବ, ଆଶ୍ଵିନ, କାର୍ତ୍ତିକ ଓ ପୌଷ ମାସରେ ବିବାହ କରିଲେ ଝିଅ ଦୁଖୀ ରହିଥାଏ ସାରା ଜୀବନ । ଏହି ମାସ ଗୁଡିକରେ ବିବାହ କରିଲେ ଝିଅ ମାନେ ଦୁଖୀନୀ ହୋଇଥାନ୍ତି ।

୪- ସ୍ତ୍ରୀ ମାନେ ସକାଳୁ ସ୍ନାନ ପରେ ମୁଣ୍ଡରେ ସିନ୍ଦୁର ପିନ୍ଧିଥାନ୍ତି ସ୍ବାମୀର ମଙ୍ଗଳ କାମନା କରି । ଯେବେ ସିନ୍ଦୁର ଲଗାଉଛନ୍ତି ସେତେବେଳେ ସେହି ଘରେ ସ୍ଵାମୀ ଛାଡ ବାହାର ଲୋକ ବା ଅନ୍ୟ କେହି ରହିବା ଉଚିତ ।

୫- ଯେବେ ସିନ୍ଦୁର ପିନ୍ଧୂଛନ୍ତି ମୁଣ୍ଡରେ ଓଢଣା ଦେଇ ପିନ୍ଧନ୍ତୁ । ଯଦି ଅନ୍ୟ ଘରୁ କୌଣସି ସ୍ତ୍ରୀ ଲୋକ ଆସିଥାନ୍ତି ସିଏ ଯଦି ଆପଣଙ୍କୁ ସିନ୍ଦୁର ଡବା ମାଗନ୍ତି ତେବେ କେବେ ଦେବେ ନାହି । ଏହା ଦ୍ଵାରା ମଙ୍ଗଳ ହୋଇଥାଏ ।

୬- ଆପଣ ମାନେ ମନ୍ଦିର ଯାଉଛନ୍ତି । ମନ୍ଦିର ରେ ଭୋଗରାଗ କରିବା ପରେ ନଡିଆ ବାଦଉଛନ୍ତି । ଯେବେ ନଡିଆ ବାଡଉଛନ୍ତି ଜଣ ଜଣଙ୍କର ନଡିଆ ଶଢା ପଡେ । ତେବେ ମନ ବୁଝିବାକୁ ପୂଜକ କୁହନ୍ତି ନଡିଆ ପଚା ପଡିଲେ ଭାଗ୍ୟ ଭଲ ହୋଇଥାଏ । କିନ୍ତୁ ଏହା ସତ କଥା ନୁହେଁ । ନଡିଆ ପଚା ପଡିବା ଭଲ ନୁହେଁ ।

ନଡିଆ ପଚା ପଡିଲେ ଦ୍ଵିତୀୟ ନଡିଆ ଆଣି ଭାଙ୍ଗିବା ଅପେକ୍ଷା ଗୋଟେ ଗୁଆ ମୁଣ୍ଡରେ ୭ ଘେରା ବୁଲାଇ ଠାକୁର ଙ୍କ ପାଖରେ ରଖିଲେ ଦୋଷ କଟିଯାଏ । କାରଣ ଗୁଆ କୁ ଦ୍ଵିତୟ ନାରିକେଳ ଭାବେ ବିଚାର କରାଯାଏ ।

୭- ପୂଜା କରିବା ସମୟରେ ତଳେ ବସି ଦୀପ ଧୂପ ଦେବା ଉଚିତ ନୁହେଁ । ଏହା ଦ୍ଵାରା ମଣିଷ ଦୁଖ ପାଇଥାଏ । ପଥରରେ ବସି ପୂଜା କରିଲେ ରୋଗ ବୃଦ୍ଧି, କାଠ ପିଢାରେ ବସିଲେ ଦୁର୍ଭାଗ୍ୟ ମାଡି ବସିଥାଏ । ସବୁଠାରୁ ଭଲ କୁଶ ଆସନ ପକାଇ ପୂଜା କରିବା ଉଚିତ । ନଚେତ କନା ଆସନ ପକାଇ ପୂଜା କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *