ପେଟ କମାଇବା ପାଇଁ କଣ ଖାଇବେ ? Dietician Niharika Dash ଙ୍କ ଠାରୁ ଜାଣନ୍ତୁ ପୁରା Diet Plan

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁତ ଲୋକଙ୍କର ପେଟରେ ଚର୍ବି ବୃଦ୍ଧି ହୋଇ ହୋଇଯାଇ ପେଟର ଆକାର ବୃଦ୍ଧି ହୋଇଯାଇଥାଏ । ଯାହାକୁ ଆମେ ବେଲି ଫ୍ୟାଟ ବୋଲି କହିଥାଉ । ବେଲି ଫ୍ୟାଟ ବଢିବାର ବହୁତ ଗୁଡିଏ କାରଣ ରହିଛି । ଖାସ୍ କରି ଯେଉଁ ମାନେ ବହୁତ ସମୟ ବସିକି କିଛି କାର୍ଯ୍ୟ କରିଥାନ୍ତି । ସେମାନଙ୍କ କ୍ଷେତ୍ରରେ ପେଟରେ ଚର୍ବି ବଢିବା ଏକ ସାଧାରଣ କଥା ହୋଇଥାଏ ।

ଏହା ଛଡା ଯଦି ଖାଦ୍ୟ ଦରକାର ଅଧିକ ଖାଇଦେଇଥାଉ । ତେବେ ସେଥିରୁ ଚର୍ବି ସୃଷ୍ଟି ହୋଇ ପେଟରେ ଡିପୋଜିଟ ହୋଇ ବେଲି ଫ୍ୟାଟ ସୃଷ୍ଟି ହୋଇଥାଏ । ଏହା ଛଡା ଅଧିକ ଜଙ୍କ ଫୁଡ୍ ଯେପରି ଅତ୍ୟଧିକ ତେଲ, ମସଲା ଯୁକ୍ତ ଖାଦ୍ୟ ଖିଆଯାଇଥାଏ । ତାହା ଛଡା ବହୁତ ଲୋକ ଶାରୀରିକ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେଉ ନାହାନ୍ତି । ଯାହା ଦ୍ଵାରା ଚର୍ବି ବଢି ପେଟରେ ଜମା ହୋଇ ବେଲି ଫ୍ୟାଟ ସୃଷ୍ଟି କରୁଛି ।

ବେଲି ଫ୍ୟାଟ ବଢୁଥିବା ଲୋକଙ୍କ ପାଇଁ ୧୬ କ୍ୟାଲୋରିର ଖାଦ୍ୟ ଖାଇପାରିବେ । ବେଲି ଫ୍ୟାଟ କମାଇବା ପାଇଁ ଯୋଗ ପ୍ରାଣାୟମ କରିବେ । ସକାଳେ କିମ୍ବା ରାତିରେ ଯେତେ ବେଳେ ସମୟ ପାଇବେ ୩୦ ରୁ ୪୦ ମିନିଟ ରନିଙ୍ଗ, ଜନିଙ୍ଗ କରିବେ । ବହୁତ ସମୟ ବସିକି ଯଦି କୌଣସି କାର୍ଯ୍ୟ ଅଫିସ ବା କିମ୍ବା କୌଣସି କାର୍ଯ୍ୟ କ୍ଷେତ୍ରରେ କରୁଛନ୍ତି ।

ଲଞ୍ଚ ସମୟରେ ଖାଇସାରିଲା ପରେ ସଙ୍ଗେ ସଙ୍ଗେ ବସିକି କାମ ନକରି ୧୫ ରୁ ୨୦ ମିନିଟ ଚାଲନ୍ତୁ। ତାପରେ କାମ କରନ୍ତୁ । ଯଦି ଏହା ସମ୍ଭବ ହେଉନି ତେବେ ଲଞ୍ଚରେ ଲାଇଟ୍ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ସକାଳୁ ଉଠି ଖାଲି ପେଟରେ କୌଣସି ପ୍ରକର କାର୍ଯ୍ୟ କରିବା ଉଚିତ ନୁହେଁ । ତେଣୁ ସକାଳ ସମୟରେ ଗୋଟେ କଦଳୀ, ବ୍ରାଉନ ବ୍ରେଡ ବା କିଛି ହେଲଦି ଜୁଷ ନିଜ ଅଳ୍ପ କିଛି ଖାଇବା ନିହାତି ଦରକାର ।

ବ୍ରେକଫାଷ୍ଟରେ ଛତୁଆ, ମାଣ୍ଡିଆ, ଇଟିଲି, ଓଟ୍ସ, ଫଳ ଏଥିମଧ୍ୟରୁ କିଛି ଖାଇପାରିବେ । ଲଞ୍ଚରେ ମଧ୍ୟ ଭାତ, ରୁଟି, ବିଭିନ୍ନ ପରିବାରୁ ପ୍ରସ୍ତୁତ କୌଣସି ତରକାରୀ, ଭଜା, ମାଛ, ମାଂଶ ଓ ଅଣ୍ଡା ଇତ୍ୟାଦି ନିଜ ଅନୁସାରେ ଖାଇପାରିବେ । ଏହା ସହିତ ଅନ୍ୟ ସମୟରେ ଇଆଡୁ ସିଆଡୁ ନଖାଇ ଆଲମଣ୍ଡ, ପଇଡ ପାଣି, କାକୁଡି କିଛି ଅନ୍ୟାନ୍ୟ ଫଳ ଖାଇପାରିବେ ।

ସନ୍ଧ୍ୟା ସମୟରେ ବି ଗ୍ରୀନ ଟି, ଛେନା, ଅଣ୍ଡା, କୌଣସି ପ୍ରକାର ଫଳ ଖାଇପାରିବେ । ରାତି ସମୟରେ ଶୋଇବାର କିଛି ସମୟ ୧ ରୁ ୨ ଘଣ୍ଟା ପୂର୍ବରୁ କିଛି ହାଲୁକା ଖାଦ୍ୟ ଖାଇକି ତାପରେ ଶୋଇବେ । ଯେପରି ଗୋଟେ ବାଉଳ ଡାଲି, ଡାଲମା, ସଂତୁଳା, ମାଛ, ଅଣ୍ଡା , ମାଂସ ତରକାରୀ ରୁଟି ଏହା ସବୁ ଖାଇପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *