ପେଟରେ କ୍ୟାନ୍ସର ! ଜାଣନ୍ତୁ ଲକ୍ଷଣ ଓ କିପରି ରହିବେ ସାବଧାନ ! (Dr Praveen Kammar)

ନମସ୍କାର ବନ୍ଧୁଗଣ, କ୍ୟାନସର ଏକ ବଡ ରୋଗ କୁହାଯିବାର କାରଣ ହେଉଛି ଏବେ ଯାଏ ବି ଯାହାକୁ କ୍ୟାନସର ହୋଇଛି ସେମାନେ କେହି ସମ୍ପୂର୍ଣ ଭଲ ହୋଇ ପୁଣି ସୁସ୍ଥ ଜୀବନ ଜାପନ କରିନାହାନ୍ତି । ଏବଂ ଏହାର ଏବେ ପର୍ଯ୍ୟନ୍ତ କୌଣସି ମେଡ଼ିସିନ ମଧ୍ୟ ବାହାରି ନାହିଁ । ତେଣୁ ଯାହାକୁ ବି କ୍ୟାନସର ହେଉଛି ସେମାନେ ପ୍ରଥମ ଷ୍ଟେଜରୁ ଜାଣିବାକୁ ପାଇଲେ ହୁଏତ ବଞ୍ଚିପାରନ୍ତେ କିନ୍ତୁ ଶେଷ ଷ୍ଟେଜରେ ଜାଣିବା ବେଳକୁ ଏହାର କୌଣସି ଚିକିତ୍ସା ନଥିବାରୁ ମୃତ୍ୟୁମୁଖରେ ପଡ଼ୁଛନ୍ତି ଅନେକ ରୋଗୀ ।

ତେଣୁ ଆଜି ଆମେ ଆପଣ ମାନଙ୍କୁ ପେଟ କ୍ୟାନସର ହେବାର ଲକ୍ଷଣ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ । ଅଭ୍ୟନ୍ତରୀଣ ଅଙ୍ଗରେ ସ୍ନାୟୁର କନେକସନ ନାହିଁ । ତେଣୁ ସେଥିରେ ହେଉଥିବା ରୋଗର ସଙ୍କେତ ଆମକୁ ଶୀଘ୍ର ଜଣା ପଡିନଥାଏ । ଯେତିକି ଶୀଘ୍ରକି ବାହାରେ କିଛି ଯନ୍ତ୍ରଣା ହେବା ଦ୍ଵାରା ଜଣା ପଡିଥାଏ । କ୍ୟାନସର ବଢି ବଢି ଯେତେବେଳେ ଆପଣଙ୍କ ପେଟର ସେହି ଲେୟାର ପର୍ଯ୍ୟନ୍ତ ଆସେ ଯେଉଁଠାରେ ସ୍ନାୟୁର କନେକସନ ରହିଥାଏ ସେତେବେଳେ ଯାଇ ଆପଣଙ୍କୁ କଷ୍ଟ ଅନୁଭବ ହେବ ।

ସେତେବେଳକୁ ରୋଗ ଅଧିକ ବଢିଯାଇଥାଏ । କିଛି ଦେଶରେ 45 ବର୍ଷକୁ ଅଧିକ ଲୋକଙ୍କର ପ୍ରତ୍ୟକ ବର୍ଷ ଇଣ୍ଡୋସ୍କୋପି କରାଯାଉଛି ଏହାକୁ ପ୍ରଥମ ଅବସ୍ତାରେ ଧରିବା ପାଇଁ । ଷ୍ଟୋମାକ କ୍ୟାନସର ହେବାର ଲକ୍ଷଣ ହୋଇଥାଏ ଆପଣଙ୍କ ପେଟରେ ଜଳାପୋଡା ହେବା । ଛାତିରେ ମଧ୍ୟ ଜଳାପୋଡା ଅନୁଭବ ହୋଇଥାଏ । ଖାଇବା ଶୀଘ୍ର ହଜମ ହୁଏ ନାହିଁ । ବାନ୍ତି ଲାଗିଥାଏ ।

ଖାଇସାରିବା ପରେ ବାନ୍ତି ମଧ୍ୟ ହୋଇଯାଏ । ଧୀରେ ଧୀରେ ଓଜନ କମିବାକୁ ଲାଗିଥାଏ । କଳା ଝାଡା ହୋଇଥାଏ । କିଛି ରୋଗୀଙ୍କ ଠାରେ ଜଣ୍ଡିସ ଦେଖା ଦେଇଥାଏ । ଆଉ କିଛି ରୋଗୀଙ୍କ ପେଟ ଫୁଲିପାରେ । ପେଟରେ ପାଣି ମଧ୍ୟ ଜମିପାରେ । ରୋଗ ବଢିବା ସହିତ ରୋଗୀଙ୍କ ଲକ୍ଷଣ ମଧ୍ୟ ଅଧିକରୁ ଅଧିକ ବଢିବାକୁ ଲାଗିଥାଏ ।

ଏହିସବୁ ମଧ୍ୟରୁ ଯଦି କୌଣସି ଲକ୍ଷଣ ଦୁଇ ସପ୍ତାହରୁ ଅଧିକ ଦିନ ରହିଥାଏ ତେବେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ଷ୍ଟୋମାକ କ୍ୟାନସରକୁ ଧରିବା ପାଇଁ ଡାକ୍ତର ମାନେ ସର୍ବ ପ୍ରଥମେ ଇଣ୍ଡୋସ୍କୋପି କରିଥାନ୍ତି । ପେଟ କ୍ୟାନସର ପାଇଁ ରହିଥିବା ଏହି ଲକ୍ଷଣ ବହୁତ ସାଧାରଣ ଅସୁସ୍ଥତା ପାଇଁ ମଧ୍ୟ ଦେଖା ଦେଇଥାଏ । ତଥାପି ଆପଣଙ୍କୁ ଇଣ୍ଡୋସ୍କୋପି କରି ଏହାକୁ ପରଖି ନେବା ଉଚିତ ।

କେବଳ ଲକ୍ଷଣକୁ କ୍ୟାନସର ହେବାର ପ୍ରମାଣ ମିଳିନଥାଏ ତେଣୁ ଇଣ୍ଡୋସ୍କୋପି କରିବା ପାଇଁ ପଡିଥାଏ । ଯଦି ଏହିସବୁ ଲକ୍ଷଣ ଅଧିକ ଦିନ ଧରି ଆପଣଙ୍କ ଶରୀରରେ ଦେଖା ଦେଇଥାଏ ତେବେ ଆପଣ ତେବେ ନିହାତି ଭାବରେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *