ବିନା ବସ୍ତ୍ରରେ ଗାଧୋଇବା ଦ୍ଵାରା ଗାଧେଇଲେ କଣ ହୁଏ ? ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ, ଆଗକାଳରେ ଲୋକମାନେ ତଥା ମହିଳା ମାନେ ଯାଇ ନଈ ପୋଖରୀରେ ସ୍ନାନ କରୁଥିଲେ । ନିଜର ଦେହକୁ ଢାଙ୍କି ନିୟମର ଜ୍ଞାନ ରଖୁଥିଲେ । କିନ୍ତୁ ଆଜିକାଲିର ଆଧୁନିକ ଯୁଗରେ ଲୋକମାନେ ଯାଇ ଗାଧୁଆ ଘରେ ବିନା ବସ୍ତ୍ରରେ ଗାଧୋଊଛନ୍ତି । ଯାହାକି ନିୟମର ଉଲଂଘନ ଅଟେ । ଏହି ନିୟମର ଉଲଂଘନ ହେବା ଦ୍ଵାରା କେଉଁ ଦଣ୍ଡ ଭୋଗିବାକୁ ପଡିଥାଏ ଏହା ସମ୍ପର୍କରେ ଜାଣିବା ନିହାତି ଭାବରେ ଦରକାର । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ବିନା ବସ୍ତ୍ରରେ ଗାଧୋଇବା ଦ୍ଵାରା କଣ ହୋଇଥାଏ ।

ସ୍ନାନ କରିବା ଦ୍ଵାରା ମଣିଷର ମନ ଏବଂ ଶରୀର ସ୍ଵଚ୍ଛ ଓ ନିର୍ମଳ ରହିଥାଏ । ନିବସ୍ତ୍ର ହୋଇ ସ୍ନାନ କରିବାକୁ ସବୁବେଳେ ବର୍ଜ୍ଜିତ ମନାଯାଏ । ପୁରାଣ ଅନୁଯାୟୀ କହିବାକୁ ଗଲେ ଶ୍ରୀକୃଷ୍ଣ ଗୋପୀ ମାନଙ୍କୁ ନିବସ୍ତ୍ର ହୋଇ ସ୍ନାନ କରିବା ଉପରେ ଏକ ଜ୍ଞାନ ଦେଇଛନ୍ତି । ଯେତେବେଳେ ଗୋପୀମାନେ ସ୍ନାନ କରିବା ପାଇଁ ଜଳକୁ ଯାଉଛନ୍ତିସେବେ ଭଗବାନ ଶଶ୍ରୀକୃଷ୍ଣ ନିଜ ଲୀଳାରେ ଗୋପୀମାନଙ୍କ ସବୁ ବସ୍ତ୍ର ଚୋରାଇ ଦିଅନ୍ତି ।

ଆଉ ଯେତେବେଳେ ଗୋପୀମାନେ ନିଜର ବସ୍ତ୍ର ଖୋଜିଥାନ୍ତି ସେତେବେଳେ ସେମାନଙ୍କୁ ନିଜ ବସ୍ତ୍ର ମିଳିନଥାଏ । ଏହାଦେଖି ଶ୍ରୀକୃଷ୍ଣ କହିଥିଲେ ଗୋପୀ ମାନେ ତୁମ ବସ୍ତ୍ର ଗଛ ଉପରେ ଅଛି । ତୁମେ ପାଣିରୁ ବାହାରି ଆସି ନେଇଯାଅ । କିନ୍ତୁ ନିବସ୍ତ୍ର ହୋଇ ସ୍ନାନ କରୁଥିବା ହେତୁ କେହି ଗୋପୀ ମଧ୍ୟ ଜଳରୁ ବାହାରି ବସ୍ତ୍ର ଆଣିବା ପାଇଁ ସମର୍ଥ ନଥାନ୍ତି ।

ତେଣୁ ଗୋପୀ ମାନେ କହିଲେ ଆମେ ନିବସ୍ତ୍ର ଅଟୁ ବାହାରକୁ ଯାଇପାରିବୁ ନାହି । ଏହା ସହିତ ଗୋପୀମାନେ କହିଲେ ଯେତେବେଳେ ସେମାନେ ନଦୀଙ୍କୁ ସ୍ନାନ କରିବା ପାଇଁ ଆସିଥିଲେ ସେତେବେଳେ କେହି ବି ନଥିଲେ ସେଠି । ଏହାଶୁଣି ଶ୍ରୀକୃଷ୍ଣ କହିଲେ ତୁମେ ମାନେ ଭାବୁଥିଲା ମୁଁ ନଥିଲି ବୋଲି । କିନ୍ତୁ ମୁଁ ତ ପ୍ରତ୍ୟକ ସ୍ଥାନରେ ସବୁବେଳେ ରହିଥାଏ । ଆକାଶରେ ଉଡୁଥିବା ପକ୍ଷୀ ଏବଂ ମାଟିରେ ଥିବା ଜୀବମାନେ ତୁମକୁ ନିବସ୍ତ୍ର ଦେଖିଲେ ।

ତୁମେ ନିବସ୍ତ୍ର ହୋଇ ଜଳକୁ ଗଲ ତ ଜଳରେ ଥିବା ଜୀବ ବି ଦେଖିଲେ । ଜଳ ରୂପରେ ଥିବା ବରୁଣ ଦେବ ମଧ୍ୟ ତୁମକୁ ନଗ୍ନ ଅବସ୍ତାରେ ଦେଖିଲେ । ଗରୁଡ ପୁରାଣ ଅନୁଯାୟୀ ଆପଣ ସ୍ନାନ କରିବା ସମୟରେ ଆପଣଙ୍କ ପୂର୍ବଜ ଆପଣଙ୍କ ଆଖ ପାଖରେ ରହିଥାନ୍ତି । ଆଉ ବସ୍ତ୍ରରୁ ପଡୁଥିବା ଜଳକୁ ଗ୍ରହଣ କରିଥାନ୍ତି । ଏବଂ ତୃପ୍ତ ହୋଇଥାନ୍ତି ।

ତେଣୁ ନିବସ୍ତ୍ର ହୋଇ ସ୍ନ୍ନାନ କରିବା ଦ୍ଵାରା ପିତୃ ମାନେ ରାଗିଯାଇଥାନ୍ତି । ଯାହାଫଳରେ ବ୍ଯକ୍ତିର ବଳ ଧନ ଏବଂ ସୁଖ ସବୁ ନଷ୍ଟ ହୋଇଯାଇଥାଏ । ଆଉ ମଣିଷକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେଣୁ କେବେ ମଧ୍ୟ ନିବସ୍ତ୍ର ହୋଇ ସ୍ନାନ କରିବା ଭଲ ନୁହେଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *