କାହିଁକି କମ ବୟସରେ ବି ଆପଣ ଅଧିକ ବୟସ ଭଳି ଦେଖା ଯାଆନ୍ତି ? ଜାଣନ୍ତୁ ସେହି 5 ଅଭ୍ଯାସ

ନମସ୍କାର ବନ୍ଧୁଗଣ, ଆପଣମାନେ ଦେଖିଥିବେ କିଛି ଲୋକ ନିଜ ବୟସ ଠାରୁ ଆହୁରି ଅଧିକ ବୟସ ହୋଇଥିବା ଭଳି ଲାଗନ୍ତି । ଯଦି ତାଙ୍କ ବୟସ 40 ହୋଇଥିବ ତେବେ ସେ 60 ଭଳି ଲାଗୁଥିବେ । କେବେ ଭାବିଛନ୍ତି ଏପରି ଦେଖାଯିବାର ପ୍ରକୃତ କାରଣ କଣ । ଏହା ଆପଣଙ୍କ ଜୀବନଶୈଳୀ ପାଇଁ ହିଁ ହୋଇଥାଏ । ଏଥିପାଇଁ ଆପଣଙ୍କ ଜୀବନଶୈଳୀ ଦାୟୀ ହୋଇଥାଏ ଯାହାକି ଆପଣଙ୍କୁ ଜଣାନଥାଏ । ତେଣୁ ଆଉ ଡେରି ନକରି ଆଜି ଆସନ୍ତୁ ଜାଣିବା କିଭଳି ଜୀବନଶୈଳୀ ବଞ୍ଚିବା ଦ୍ଵାରା ଏଭଳି ସମସ୍ୟା ଦୂର ହୋଇଯାଇଥାଏ ।

ଆମ ଅଜାଣତରେ ଆମେ ଏଭଳି ଜୀବନଶୈଳୀର ଅଭ୍ୟାସ କରିଦେଇଥାଉ ଯାହା ଆମ ବୟସକୁ ଅଧିକ ଦେଖାଇବା ଭଳି ସମସ୍ୟା ସୃଷ୍ଟି କରିଥାଏ । 1- କାମ କରିବା ପାଇଁ ଆଜିକାଲି ସବୁ କମ୍ପୁଟର କିମ୍ବା ଲାପଟପରେ ଉପଯୋଗ କରୁଛନ୍ତି । ଆଉ ଏଥିରୁ ପଡୁଥିବା ବ୍ଲୁ ଲାଇଟ ଇଫେକ୍ଟ ଆପଣଙ୍କ ଏହି କମ ବୟସ ରୁ ଅଧିକ ବୟସ ଭଳି ଦେଖା ଯିବାର ସମସ୍ୟା ସୃଷ୍ଟି କରିଥାଏ ।

କାମ କରିବା ତ ଆପଣ ବନ୍ଦ କରିପାରିବେ ନାହିଁ କିନ୍ତୁ ଏହା ବଳଦରେ ଆପଣ ଅଧିକ ସମୟ ଫୋନ ଯଦି ଦେଖୁଛନ୍ତି ତାହାକୁ ବନ୍ଦ କରନ୍ତୁ । ଯଦି ଅଧିକ ସମୟ ଟିଭି ଆଗରେ ବସି ରହୁଛନ୍ତି ତେବେ ତାହା ବନ୍ଦ କରିଦିଅନ୍ତୁ । ଏହଦ୍ଵାରା ଅଧିକ ପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ ।

2- ଯଦି ଆପଣ ସଠିକ ସମୟରେ ଶୋଇବେ ନାହିଁ ତେବେ ଆପଣଙ୍କ ବାସ୍ତବ ବୟସ ଠାରୁ ଆପଣ ଅଧିକ ବୟସର ଦେଖା ଯିବେ । ଏହା ସହିତ ଯଦି ଆପଣ କମ ଶୋଉଛନ୍ତି ଏବଂ ଡେରିରେ ଶୋଉଛନ୍ତି ତେବେ ଆପଣ ହାର୍ଟ ରୋଗକୁ ନିମନ୍ତ୍ରଣ କରୁଛନ୍ତି ବୋଲି ଜାଣିବେ ।

3- ସ୍ମୋକିଙ୍ଗର ପ୍ରଭାବ ଆପଣଙ୍କ ମୁହଁ ଏବଂ ଚର୍ମରେ ଦେଖାଦେଇଥାଏ । ବିଜ୍ଞାନ ଅନୁଯାୟୀ ଯଦି ଆପଣ ଅଧିକ ସ୍ମୋକିଙ୍ଗ କରନ୍ତି ତେବେ ଆପଣଙ୍କ ବୟସ ପୂର୍ବରୁ ଅଧିକ ବୟସ ଦେଖା ଯିବା ଆରମ୍ଭ ହୋଇଯାଏ । ସ୍ମୋକିଙ୍ଗ ଦ୍ଵାରା ସ୍କିନକୁ ଯାଉଥିବା ନିକୋଟିନ ପ୍ରଭାବରେ ସ୍କିନରେ ଥିବା ସେଲ ଗୁଡିକର ପୁନଃ ସୃଷ୍ଟି ହେବାର କ୍ଷମତା କମ ହୋଇଯାଇଥାଏ ।

4- ଯଦି ଆପଣ ସାଧାରଣ ଜୀବନ ଜାପାନ କରୁଛନ୍ତି କୌଣସି ଏକ୍ସରସାଇଜ କରୁନାହାନ୍ତି ଏବଂ ଏହା ସହିତ ଅସ୍ଵାସ୍ଥ୍ୟକର ଖାଦ୍ୟ ସସବୁ ଖାଉଛନ୍ତି ଯେମିତିକି ଜଙ୍କ ଫୁଡ, ଫ୍ୟାଟ ଅଧିକ ଥିବା ଖାଦ୍ୟ ଏହିସବୁ ମିଶି ଆପଣଙ୍କ ସ୍କିନକୁ ଡ୍ୟାମେଜ କରିଦେଇଥାନ୍ତି । ଆପଣ ଅଧିକ ମାତ୍ରାରେ ପନିପରିବା ଏବଂ ଫଳ ଏହାର ଜୁସ ଇତ୍ୟାଦି ନିଜର ଜୀବନଶୈଳୀରେ ଆଡ କରିବା ଆବଶ୍ୟକ ଅଟେ ।

5-  ଆପଣଙ୍କୁ ନିଜର ସ୍କିନ କେୟାର ନିୟମିତ କରିବା ଆବଶ୍ୟକ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *