ପଢିବାର 15 ମିନିଟ ପୂର୍ବରୁ ଏହା କରନ୍ତୁ ଆଉ ଦେଖନ୍ତୁ ପାଠ କେତେ ଶୀଘ୍ର ମନେ ରହୁଛି (Best Study Tips)

ବନ୍ଧୁଗଣ ସବୁ ଷ୍ଟୁଡେଣ୍ଟ ସହିତ ଏହି ପ୍ରବଲେମ ହୋଇଥାଏ କି ଯେବେ ଆମେ ପଢିବାକୁ ବସିଥାଉ ଆଉ ଭାବି ୩ ଘଣ୍ଟାରେ ଏହି ୫ଟି ବିଷୟ ମନେ ରଖିକି ହିଁ ଉଠିବୁ କିନ୍ତୁ ୧୦ ମିନିଟ ପରେ ଆମ ମାନଙ୍କ ମନ ଆଉ କେଉଁ ଦୁନିଆକୁ ପଳାଏ । ଆଉ ଆମ ହାତରେ ଯେଉଁ ପେନ୍ କିମ୍ବା ପେନ୍ସିଲ ଥାଏ ତା ସହ ଆମେ ଖେଳି ଥାଉ । ଆଉ ଏହି ପେନ୍ କିମ୍ବା ପେନ୍ସିଲ ଯେବେ ଆମ ହାତରୁ ତଳେ ଖସେ ସେବେ ଆମର ହୋସ ଆସିଯିବ ।

ଆମେ ସେତେବେଳେ ଭାବୁ କାହିଁକି ଆମେ ଫୋକୋଷ କରିପାରୁନୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଦୁଇଟି ଉପାୟ ବିଷୟରେ କହିବୁ ଆପଣଙ୍କୁ ଏହି ଦୁଇ ଉପାୟ ମଧ୍ୟରେ ଯେଉଁ ଉପାୟ ଠିକ ଲାଗିବ ଆପଣ ତାହା ପଢିବାର ୧୫ ମିନିଟ ପୂର୍ବରୁ କରିବେ । ତା ପରେ ଦେଖିବେ ଆପଣଙ୍କୁ ପାଠ କେମିତି ମନେ ରହୁଛି । ନିଶ୍ଚୟ ଭଲ ଫଳ ମିଳିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରଥମେ ଆପଣ ଏକ ଇଂରାଜୀ ନ୍ୟୁଜ ପେପର ଆଉ ଏକ ପେନ୍ ଆଣନ୍ତୁ । ନ୍ୟୁଜ ପେପର ନୂଆ ହେଉ ବା ପୁରୁଣା କିଛି ଫରକ ପଡେ ନାହିଁ । ନ୍ୟୁଜ ପେପରର କୌଣସି ଏକ ସେକ୍ସନ ଚୁଜ କରି ଦିଅନ୍ତୁ ଆଉ ତାକୁ ପଢିବା ଆରମ୍ଭ କରନ୍ତୁ । ଆଉ ଯେବେ ବି କୌଣସି ବାକ୍ୟରେ E ଆସିବ ବାସ ତାକୁ ସର୍କଲ କରି ଦିଅନ୍ତୁ । ଯଦି ଆପଣ ଚାହିଁବେ ଅଲଗା ଆଲଫାବେଟ ବି ନେଇ ପାରିବେ ।

ଆପଣ ଧ୍ୟାନ ରଖିବେ ଯେମିତି E ଥିବା କୌଣସି ବାକ୍ୟ ଆପଣ ମିସ କରିବେ ନାହିଁ । ଏହା ହେଉଛି ଏକ ଚ୍ୟାଲେଞ୍ଜ ଫୋକୋଷ କରିବା ପାଇଁ । ଏହି ଏକ୍ସସାଇଜ ପରେ ଆପଣ ମାନେ ଯାହା ବି ପଢିଲେ ଆପଣ ଅତି ଧ୍ୟାନର ସହ ପଢି ପାରିବେ । ବନ୍ଧୁଗଣ ଦ୍ଵିତୀୟରେ ହେଉଛି ଆପଣ ଏପରି କିଛି ଗୀତ ଶୁଣନ୍ତୁ ଯେଉଁଥିରେ ଗୋଟେରୁ ଅଧିକ ଶବ୍ଦ ବାଯୁ ଥିବ ।

ଗୀତ ଶୁଣିବା ସମୟରେ ଆପଣ କୌଣସି ଗୋଟିଏ ବାଜା ଉପରେ ଧ୍ୟାନ କରି ଶୁଣନ୍ତୁ । ଗୋଟେ ସମୟରେ ଆପଣଙ୍କୁ ଗୀତର ଲିରିକ୍ସ ଆଉ ମୁଜିକ ଛଡା କେବଳ ସେହି ଶବ୍ଦ ଶୁଭିବ । ଏହା ପରେ ଆପଣ ପାଠ ପଢନ୍ତୁ ଦେଖିବେ ଆପଣ ଫୋକୋଷ କରିପାରିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *