Ajira Anuchinta- ଯେ କୌଣସି ସମସ୍ୟାର ସମାଧାନ ପାଇଁ ବାସ ଏତିକି କରନ୍ତୁ ! ସବୁ ସମସ୍ୟାର ମୂଳ ଉପାୟ

ନମସ୍କାର ବନ୍ଧୁଗଣ, ମଣିଷ ଅସୁବିଧାରେ ପଡି ଯେତେବେଳେ କାହାଠାରୁ ମଧ୍ୟ କୌଣସି ସାହାର୍ଯ୍ୟ ନପାଇଥାଏ ଏବଂ କାହାର ସାହାରା ପାଇ ନଥାଏ ସେତେବେଳେ ମଣିଷ ଭଗବାନଙ୍କୁ ଅକୁଳ ହୋଇ ଡାକିଥାଏ । କଣ ଭଗବାନ ସତରେ ମଣିଷର ସେହି ଅକୁଳ ଡାକକୁ ଶୁଣନ୍ତି ! କଣ ସତରେ ଭଗବାନ ହିଁ ସବୁ ସମସ୍ୟାର ସମାଧାନ ଅଟନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଏକ କାହାଣୀ ଯାହାକୁ ଆପଣ ଜାଣିବା ପରେ ନିଶ୍ଚୟ ଆପଣଙ୍କ ସବୁ ସମସ୍ୟାର ମୂଳ ଉପାୟ ପାଇଯିବେ ।

ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସୁନ୍ଦର କାହାଣୀଟି । ଜଣେ ବିଧବା ମହିଳା ତାର କୁନି ପୁଅଟିକୁ ସାଙ୍ଗରେ ଧରି ଖୁବ ଅଭାବ ଅସୁବିଧାରେ ଜୀବନ କାଟୁଥିଲା । ଭିକ ମାଗି ଆଣି ପୁଅର ପେଟ ପୋଷୁଥିଲା । ପୁଅ ଯେତେବେଳେ ପାଞ୍ଚ ବର୍ଷର ହେଲା ତାର ମା ତାକୁ ପାଠ ପଢାଇବାର କଥା ଭାବିଲା । ହେଲେ ମା ପାଖରେ ତ ଟଙ୍କା ନଥିଲା । ତଥାପି ସିଏ ଜଣେ ଗୁରୁଙ୍କ ପାଖକୁ 6 କିଲୋମିଟର ଦୁରରେ ଥିବା ଗୁରୁକୁଳକୁ ଚାଲିଚାଲି ଗଲା । ଗୁରୁଙ୍କୁ ଗୁହାରି କାରିଲା ଆଉ ଗୁରୁ ତାର ପୁଅକୁ ଦୟା କରି ମାଗଣାରେ ପାଠ ପଢାଇବା ପାଇଁ ରାଜି ମଧ୍ୟ ହେଲେ ।

ହେଲେ ଏତେ ଛୋଟ ପିଲାଟି ଏତେ ଦୂର କେମିତି ଚାଲିକି ଆସିବ ତାହା ପାଲଟିଲା ମା ର ଚିନ୍ତା । ଗୁରୁ କହିଲେ ସିଏ ଏହି ଗୁରୁକୁଳରେ ରହି ପଢୁ କିଛି ଅସୁବିଧା ନାହିଁ । ହେଲେ ମା ତାର ଆଖିର ତାରାକୁ ଏକା ଛାଡିବା ପାଇଁ ଚାହୁଁନଥିଲା । ପୁଅ ମଧ୍ୟ ମାଆକୁ ଛାଡିବା ପାଇଁ ଚାହୁଁନଥିଲା । ଏହାପରେ ପୁଅ କହିଲା ମାଆ ମୁଁ ଏକା ଆସିବି ତୁ ଚିନ୍ତା କରନ୍ତି । ସେଇଆ ହିଁ ହେଲା ପୁଅ ଏକା ଆସିବାକୁ ଲାଗିଲା ।

ଗୋଟିଏ ଦିନ ଗୁରୁକୁଳରେ ପୂଜା ଥିଲା ଯେଉଁଥି ପାଇଁ ମୋହନର ଗୁରୁକୁଳରୁ ଫେରିବା ବେଳେକୁ ଡେରି ହେଲା ଆଉ ମୋହନ ମଧ୍ୟ ଅଧା ବାଟରେ ଡରିଯାଇ ମାଆ କୁ ଡାକିବାକୁ ଲାଗିଲା । ମା ସେତେବେଳକୁ ପୁଅ ମୋହନକୁ ଖୋଜି ଖୋଜି ପୁଅ ପାଖରେ ଆସି ପହଞ୍ଚିଗଲା । ମୋହନ କହିଲା ମା ତୁ ମୋ ପାଇଁ ଗୋଟେ ଚାକର ରଖ ଯିଏ ମତେ ସବୁବେଳେ ଆଣିବ । ମା ତ ଗରିବ ଚାକର ସିଏ ବ କେମିତି ରଖିବ । ମା ପୁଅ ମୋହନକୁ ବୁଝାଇଲା ଏବେ ତେତେ ଯେତେବେଳେ ଡର ଲାଗିବ ତୁ ଗୋପାଳ ଭାଇକୁ ଡାକିବୁ ସେ ଆସିବ ।

ମୋହନ ସେଇଆ କଲା ଦିନେ ତାକୁ ଯେତେବେଳେ ଜଙ୍ଗଲ ରାସ୍ତାରେ ଡର ଲାଗିଲା ସେତେବେଳେ ମୋହନ ଡାକିଲା ଗୋପାଳ ଭାଇ ଗୋପାଳ ଭାଇ ମତେ ଡର ଲାଗୁଛି ମୋ ପାଖକୁ ଆସ । ଠିକ ସେହି ସମୟରେ ନିଘଞ୍ଚ ଜଙ୍ଗଲ ମଧ୍ୟରୁ ସ୍ଵର ଶୁଭିଲା ଆରେ ରହ ରହ କାଇଁ ଡରୁଛୁ ମୁଁ ଯାଉଛି ସଙ୍ଗେ ସଙ୍ଗେ । ଏହାପରେ ଗୋପାଳ ଭାଇ ଗଛ ପାଖରୁ ବାହାରି ଆସି ଗୋପାଳ ହାତ ଧରିଲେ କହିଲେ ଚାଲ ମୋହନ ଆଉ ଡରେନି । ମୋହନ କହିଲା ତମେ କଣ ମୋ ଗୋପାଳ ଭାଇ ଗୋପାଳ କହିଲା ହଁ ।

ମୋହନ ଘରକୁ ଆସିଲା ମା କୁ କହିଲା ମା ଗୋପାଳ ଭାଇ ତ ବହୁତ ସୁନ୍ଦର ସେ ମତେ ଆଣି ଘରେ ବି ଛାଡିଦେଲେ । ଏହାପରେ ମା ବୁଝିଗଲେ ଆଉ ପଚାରିଲେ ସେ କଣ ହାତ ଧରିଥିଲେ କି ମୋହନ କହିଲା ହଁ ମା ମୋହନର ହାତ ଆଣି ଶୁଙ୍ଘିଲେ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରର ଚମ୍ପା ଫୁଲ ବାସନାକୁ ମା ବୁଝିଗଲେ । ତେବେ ସେହି ଗୋପାଳ ଭାଇ ଜଣଙ୍କ ଆଉ କେହି ନଥିଲେ ବରଂ ଭଗବାନ ଶ୍ରୀକୃଷ୍ଣ ଥିଲେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *