ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ମାନେ ନିଜକୁ ଷୋଳ ଶୃଙ୍ଗାର କରି ରଖିବା ଉଚିତ । କାରଣ ମହିଳା ମାନେ ନିଜକୁ ଯେତେ ଅଧିକ ସଜବାଜ କରି ରଖିବେ । ସିଏ ସେତେ ହିଁ ଅଧିକ ସୁନ୍ଦର ଦେଖାଯିବେ । ମହିଳା ମାନଙ୍କର ଷୋଳଶୃଙ୍ଗାର ମଧ୍ୟରୁ ଅଳତା ମଧ୍ୟ ଅନ୍ୟତମ ହୋଇଥାଏ । ନାରୀ ମାନେ ନିଜ ପାଦରେ ଅଳତା ଲଗାଇବା ଦ୍ଵାରା ପାଦର ସୁନ୍ଦରତା ବୃଦ୍ଧି ହେବା ସହିତ ଘର ପାଇଁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।
ପ୍ରାୟତଃ ନାରୀ ମାନେ କେବଳ ଓଷାବାରରେ ହିଁ ପାଦରେ ଅଳତା ପରିଧାନ କରିଥାନ୍ତି । କାରଣ ଓଷାବାରରେ ଅଳତା ଲଗାଇବାର ବିଦ୍ଧିବିଧାନ ରହିଥାଏ। ମହିଳା ମାନଙ୍କୁ ଏହି କଥା ଜାଣିବାକୁ ହେବ ଯେ ସେମାନେ ଓଷା ସହିତ ଅନ୍ୟ ସାଧାରଣ ଦିନ ମାନଙ୍କରେ ମଧ୍ୟ ପାଦରେ ଅଳତା ପିନ୍ଧିପାରିବେ। କାରଣ ପାଦରେ ଅଳତା ପିନ୍ଧିବା ଦ୍ଵାରା ଘର ପାଇଁ ଏହାର ବହୁତ ଭଲ ପ୍ରଭାବ ରହିଥାଏ ।
ଘରେ ଅଶାନ୍ତିର ବାତାବରଣ ଦୂର ହୋଇଥାଏ । ଆର୍ଥିକ ସ୍ଥିତି ମଧ୍ୟ ମଜଭୁତ ହୋଇଥାଏ । ରାହୁ ଗ୍ରହ ସବୁବେଳେ ସବୁ ଗ୍ରହର ଅନିଷ୍ଟ କରିଥାଏ । ଯେଉଁ ଘର ଉପରେ ରାହୁ ଗ୍ରହର ଖରାପ ଦୃଷ୍ଟି ପଡିଯାଇଥାଏ । ସେହି ଘରେ ଅନିଷ୍ଟ ହେବା ଆରମ୍ଭ ହୋଇଯାଇଥାଏ । କିନ୍ତୁ ରାହୁକୁ ଶାନ୍ତ କରିବାକୁ ହେଲେ ପାଦରେ ଅଳତା ପରିଧାନ କରିବାକୁ ପଡିଥାଏ ।
କାରଣ ନାଲି ରଙ୍ଗର ପାଦ ମା’ ଲକ୍ଷ୍ମୀଙ୍କର ପାଦ ଦେଖିବା ଦ୍ଵାରା ରାହୁ ଗ୍ରହ ଶାନ୍ତି ପାଇଥାଏ । କାରଣ ମା ଲକ୍ଷ୍ମୀ ସର୍ବଦା ନିଜ ପାଦରେ ଅଳତା ଲଗାଇଥାନ୍ତି । ତେଣୁ ଯେଉଁ ମହିଳା ପ୍ରତ୍ଯେକ ଦିନ ଶରୀରର ଅନ୍ୟ ଶୃଙ୍ଗାର କରିବା ସହିତ ଅଳତା ଲଗାଇଥାଏ । ସେହି ବ୍ୟକ୍ତିର ଘରେ ରାହୁ ଗ୍ରହର କୁଦୃଷ୍ଟି ପଡିନଥାଏ । ଏହା ସହିତ ଘରେ ସୁଖ, ସମୃଦ୍ଧି ଓ ଶୌହାର୍ଦ୍ଧ୍ୟ ବୃଦ୍ଧି ହୋଇଥାଏ ।
ଏହା ଛଡା ନବ ବିବାହିତ ମହିଳା ମାନେ ଶାଶୁଘର ଯିବା ପରେ ସକାଳୁ ଉଠି ନିଜର ନିତ୍ୟ କର୍ମ ସାରି ନିଜର ଶାଶୁ ନଣନ୍ଦଙ୍କୁ ତଥା ପରିବାରର ଅନ୍ୟ ମହିଳା ସଦସ୍ୟଙ୍କୁ ଅଳତା ଲଗାଇବା ସହିତ ନିଜେ ମଧ୍ୟ ଅଳତା ଲଗାଇଥାଏ । ଯାହା ଦ୍ଵାରା ଘରେ ସର୍ବଦା ଶାନ୍ତି ବଜାୟ ରହିଥାଏ । ଗୃହ କ୍ଲେଶ ସୃଷ୍ଟି ହୋଇନଥାଏ ।
ଅଳତା ଲଗାଇବା ଦ୍ଵାରା ଶରୀରରେ ଅନେକ ପ୍ରକାର ରୋଗ ବେମାରୀ ଦୂର ହେବା ସହିତ ମାନସିକ ସ୍ଥିତିରେ ମଧ୍ୟ ପ୍ରଶନତା ରହିଥାଏ । ପାଦରେ ହେଉଥିବା ପାଦ ଫଟା ଓ ପାଣିଖିଆ ରୋଗ ମଧ୍ୟ ଭଲ ହୋଇଥାଏ । ପାଦରେ ଅଳତା ଲଗାଇଲା ବେଳେ ଦକ୍ଷିଣ ଦିଗକୁ ମୁହଁ କରି କିମ୍ବା ଦୁଆର ବନ୍ଧ ଉପରେ ବସି ଅଳତା ଲଗାଇବା ଅନୁଚିତ ।
ଯଦି ପାଦରେ ଅଳତା ଲଗାଇବା ସହିତ ଏହି ସବୁ ନିୟମର ପାଳନ କରିବେ । ତେବେ ଘରେ ମା ଲକ୍ଷ୍ମୀଙ୍କର କୃପା ବଜାୟ ରହିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।