Mesha Rashi, Rasifala 2023 – ଜାଣନ୍ତୁ ଆପଣଙ୍କ ଜୀବନରେ ଆସିବ କେଉଁ ସବୁ ବଡ ପରିବର୍ତ୍ତନ, ମିଳିବ ଏହି ଖୁସି ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆସନ୍ତା କିଛି ଦିନର ସମୟ ଅନ୍ତରାଳରେ ନୂଆବର୍ଷର ଆଗମନ ହେବାପାଇଁ ଯାଉଛି । ତେଣୁ ୨୦୨୩ ମସିହା ନୂଆବର୍ଷର ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା । ଆସନ୍ତା ନୂଆ ବର୍ଷ ୧୨ ଟି ରାଶି ଜଡିତ ସମସ୍ତ ବ୍ୟକ୍ତିଙ୍କ ପାଇଁ କିଛି ନା କିଛି ମିଶ୍ରୀତ ଭାଗ୍ୟଫଳ ନେକି ଆସୁଅଛି । ସେହିପରି ୨୦୨୩ ବର୍ଷଟି ମେଷ ରାଶି ପାଇଁର ଭାଗ୍ୟଫଳ ବିଷୟରେ ଆଲୋଚନା କରିବା ।

ମେଷ ରାଶିର ଅଧିପତି ଗ୍ରହ ହେଉଛନ୍ତି ମଙ୍ଗଳ ଗ୍ରହ । ମେଷ ରାଶିର ଲୋକମାନେ ବହୁତ ସ୍ପଷ୍ଟବାଦୀ ଧରଣର ବ୍ୟକ୍ତି ଅଟନ୍ତି । ଏହି ଲୋକ ମାନେ ଯେଉଁ କଥା ଠିକ ସେହି କାର୍ଯ୍ୟ କହିବାକୁ କେବେ ମଧ୍ୟ ପଛଘୁଞ୍ଚା ଦେଇନଥାନ୍ତି । ଏମାନେ କର୍ମଠ ହୋଇଥିବା କାରଣରୁ ନିଜ କର୍ମ ଉପରେ ଅଧିକ ବିଶ୍ବାସ ରଖିଥାନ୍ତି ।

ପରିବାର ସହିତ ମଧ୍ୟ ମେଷ ରାଶିର ଲୋକଙ୍କର ଭଲ ସମ୍ପର୍କ ରହିଥାଏ । ମେଷ ରାଶିର ବ୍ୟକ୍ତିବିଶେଷଙ୍କର ସର୍ବ ଉପରେ ୨୦୨୩ ବର୍ଷଟି ଭଲ ଫଳାଫଳ ଦେବା ପାଇଁ ଯାଉଛି । ମେଷର ରାଶିର ବ୍ୟକ୍ତି ନିଜ ଦାମ୍ପତ୍ୟ ଜୀବନରେ ୨୦୨୩ ମସିହାରେ ଯଦି ଫାମିଲି ପ୍ଲାନିଂ ଯୋଜନା କରିବାକୁ ଇଚ୍ଛୁକ ଅଛନ୍ତି । ତେବେ ଏହି ବର୍ଷ ସନ୍ତାନ ପ୍ରାପ୍ତି ପାଇଁ ବହୁତ ଭଲ  ବର୍ଷଟି ମେଷ ରାଶିର ରହୁଛି ।

ମେଷ ରାଶିର ଲୋକଙ୍କ ମଧ୍ୟରୁ ଯେଉଁ ରାଶି ପ୍ରେମ ସମ୍ପର୍କରେ ଅଛନ୍ତି । ସେହି ଲୋକମାନେ ତାଙ୍କ ପ୍ରେମକୁ ନେଇ ଅଧିକ ଯତ୍ନଶୀଳ ରହିବା ଉଚିତ । କାରଣ କେତେକ ମାତ୍ରାରେ ପ୍ରେମ ସମ୍ପର୍କରେ ଫାଟ ଆସିବାର ସମ୍ଭାବନା ରହୁଛି । କୌଣସି କାରଣ ବଶତଃ ପ୍ରେମୀ ଯୁଗଳଙ୍କ ମଧ୍ୟରେ ବାଦ ବିବାଦ ଲାଗିବା କାରଣରୁ ସମ୍ପର୍କରେ ତିକ୍ତତା ଆସିବା ପାଇଁ ଯାଉଛି ।

ତେଣୁ ସେହି ସମୟରେ ନିଜର ରାଗକୁ ସଂଯମରେ ରଖି ନିଜର ପ୍ରେମକୁ ବଞ୍ଚାଇବାକୁ ଚେଷ୍ଟା କରିବା ଉଚିତ । ଏହି ରାଶିର ଲୋକମାନେ ଧାର୍ମିକ କାର୍ଯ୍ୟରେ ଅଧିକ ମନନିବେଶ କରିବେ । ଆସନ୍ତା ନବବର୍ଷରେ ବହୁତ ବଡ କାର୍ଯ୍ୟ ଏହି ରାଶିର ମିଳିବା ପାଇଁ ଯାଉଛି । ଯେଉଁ କାରଣରୁ ଆର୍ଥିକ ସ୍ଥିତିରେ ଅନେକ ସୁଧାର ଆସିବା ପାଇଁ ଯାଉଛି ।

ବ୍ୟବସାୟରେ ଅଧିକ ମାତ୍ରାରେ ଲାଭାନ୍ଵିତ ହୋଇବେ । ଏହି ରାଶିର ଯେଉଁ ମାନଙ୍କର ବିବାହ ଖୋଜା ଚାଲୁଥିବ । ସେମାନଙ୍କୁ ବର୍ଷର ଏପ୍ରିଲ ମାସ ପର ଠାରୁ ବିବାହ ହେବାର ଅଧିକ ସମ୍ଭାବନା ରହୁଛି । ଏହା ସହିତ ବୈବାହିକ ଜୀବନ ବହୁତ ଭଲରେ କଟିବ । ୨୦୨୩ର ଅକ୍ଟୋବର ମାସ ପର ଠାରୁ ମେଷ ରାଶିର ଯେଉଁ ମାନେ ଅଧିକ ବିଷାଦରେ ରହୁଥିଲେ । ସେମାନଙ୍କର ସେହି ସବୁ ଅସୁବିଧା ଦୂର ହୋଇ ମାନସିକ ସ୍ଥିତି ଅତ୍ୟନ୍ତ ଭଲ ହୋଇଜିବ ।

କୋର୍ଟ କଚେରୀ ଜନିତ ଯଦି କିଛି ସମସ୍ଯା ରହୁଥାଏ । ତେବେ ଏହାର ଶୀଘ୍ର ଶୁଣାଣି ହେବା ସହିତ ଆପଣଙ୍କର ତରଫରୁ ପକ୍ଷଟି ଭଲ ରହିବା ପାଇଁ ଯାଉଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *