Jyotish Shastra- ନୂଆ ବର୍ଷ 2023 ! ବୃଷ ରାଶିରେ ମହା ଭବିଷ୍ୟବାଣୀ, ଘଟିବ ଏହି ୬ ଟି ବଡ ଘଟଣା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ମଧ୍ୟରୁ ଆଜିର ଆଲୋଚ୍ୟର ବିଷୟଟି ହେଉଛି ବୃଷ ରାଶି । ବୃଷ ରାଶିଙ୍କର ଜୀବନକୁ ନେଇ ଜଡିତ କିଛି ସମ୍ଭାବିତ ସୂଚନା ଓ ୨୦୨୩ ମସିହା ନବବର୍ଷ ତାଙ୍କ ପାଇଁ କିପରି ରହିବ ଚାଲନ୍ତୁ ଜାଣିବା । ବୃଷ ରାଶିର ସ୍ଵାମୀ ହେଉଛନ୍ତି ଶୁକ୍ର ଗ୍ରହ । ୨୦୨୩ ମସିହାରେ ଗ୍ରହର ସ୍ଥିତି ବୃଷ ରାଶି ପାଇଁ ବିଶେଷ ଶୁଭଫଳାଫଳ ଦେବା ପାଇଁ ଯାଉଛି ।

ଏହା ସହିତ ଏହି ରାଶିର ସଂପୂର୍ଣ୍ଣ ୨୦୨୩ ବର୍ଷରେ କିଛି ଭଲ ଓ କିଛି ଖରାପ ଯୋଗ ମଧ୍ୟ ରହୁଛି । ବର୍ଷର ଆରମ୍ଭରେ ଏହି ରାଶିର ଆର୍ଥିକ ସ୍ଥିତିରେ ସେତେ କିଛି ଭଲ ପରିବର୍ତ୍ତନ ଆସିବାର ଯୋଗ ବନୁନାହିଁ । ତଥାପି ଏହି ସବୁ ପରିସ୍ଥିତିରେ ନିଜକୁ ଦୁର୍ବଳ କରିଦେବା ଉଚିତ ନୁହେଁ । ନିଜର କର୍ମ ଜାରୀ ରଖିବା ଦ୍ଵାରା ଆଗାମୀ ସମୟରେ ବହୁତ କିଛି ବିଜୟ ପ୍ରାପ୍ତ କରିବାର ଯୋଗ ରହୁଛି ।

ଏହି ରାଶିର ଲୋକଙ୍କର କାର୍ଯ୍ୟ କ୍ଷେତ୍ରରୁ ଯାହା ସବୁ ଅର୍ଥ ପ୍ରାପ୍ତ ହୋଇବ । ସେହି ଟଙ୍କାକୁ ଅଯଥା ଖର୍ଚ ନକରି ତାକୁ ଠିକ ବାଟରେ ଉପଯୋଗ କରନ୍ତୁ । ନଚେତ ଆପଣଙ୍କୁ ବର୍ଷର କିଛି କିଛି ସମୟରେ ଟଙ୍କାର ସମସ୍ଯା ଦେଖିବାକୁ ମିଳିବ । ୨୦୨୩ ବର୍ଷରେ ପାରିବାରିକ ସମ୍ପର୍କ ନିଶ୍ଚୟ ଭଲ ରହିବ ।

ତଥାପି କିଛି କିଛି ସମୟରେ ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନମନାନ୍ତର ଦେଖା ଦେଇପାରେ । ବୃଷ ରାଶିର ଲୋକଙ୍କୁ ନିଜର ରାଗ ଓ କଥା ଉପରେ ସଂଯମ ରକ୍ଷା କରିବାକୁ ପଡିବ । ଯାହା କାରଣରୁ ଆପଣଙ୍କ ସହିତ ଯେତେ ଅପ୍ରିୟକର ସମସ୍ଯା ଆସିଲେ ମଧ୍ୟ ଆପଣ ସହଜରେ ସେହି ସମସ୍ଯାକୁ ପାରି କରିପାରିବେ ।

ବୃଷ ରାଶିର ପରିବାରରେ କୌଣସି ବ୍ୟକ୍ତିଙ୍କର ସ୍ଵାସ୍ଥ ଅବସ୍ତା ଅତ୍ୟନ୍ତ ବିଗିଡି ଯାଇପାରେ । ତେଣୁ ପରିବାରର ସମସ୍ତ ସଦସ୍ୟ ନିଜର ସ୍ଵାସ୍ଥ ପ୍ରତି ଅଧିକ ଯତ୍ନଶୀଳ ରହିବା ଉଚିତ । ବୃଷ ରାଶିର ଯେଉଁ ବ୍ୟକ୍ତିମାନେ ଚାକିରି କ୍ଷେତ୍ରରେ ପ୍ରତିଷ୍ଟିତ ଅଛନ୍ତି । ତାଙ୍କର ଏହି ବର୍ଷ ଦରମା ବୃଦ୍ଧିର ଯୋଗ ରହୁଛି । ୨୦୨୩ ବର୍ଷରେ ବୃଷ ରାଶିର ଲୋକ ମାନେ ନୂତନ ଜିନିଷ କିଣି ଘରକୁ ଆଣିବେ ।

ଘରେ ଶାନ୍ତିର ପରିବେଶ ଦେଖିବାକୁ ମିଳିବ । ଏହି ରାଶିର ଲୋକଙ୍କର ଅନ୍ୟ ଯେଉଁ ଲୋକଙ୍କ ସାଥିରେ ସମ୍ପର୍କରେ ତିକ୍ତତା ହୋଇଥିଲା । ଆସନ୍ତା ବର୍ଷ ସେହି ସଂପର୍କ ପୁଣି ଥରେ ଗଢି ଉଠିବ । ୨୦୨୩ ବର୍ଷର ମଝି ସମୟର କିଛି ସମୟ ଛାଡି ବର୍ଷର ପ୍ରଥମ ଓ ଶେଷ ସମୟ ପ୍ରେମ ସଂପର୍କ ଓ ଦାମ୍ପତ୍ୟ ଜୀବନରେ ମଧୁରତା ରହିବ ।

ସର୍ବଶେଷରେ ବୃଷ ରାଶିର ଲୋକଙ୍କର ପାଇଁ ୨୦୨୩ ବର୍ଷଟି ମିଶ୍ରୀତ ଫଳ ପ୍ରଦାନ କରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *