ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି ୭ଟି ସଂକେତ ? କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ? ବଦଳିପାରେ ଆପଣଙ୍କ ଭାଗ୍ୟ

ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ସମୟ କୁ ଅତ୍ୟନ୍ତ ବଳବାନ ବୋଲି କୁହାଯାଇଛି । ସମୟ ର ଚକ୍ର ହିଁ ମଣିଷ କୁ ସୁଖ ଦୁଃଖ, ଲାଭ ହାନୀ ଓ ଜନ୍ମ ମୃତ୍ୟୁ ସହ ପରିଚିତ କରାଇ ଥାଏ । ସମୟ ର ଚକ୍ର ଯେତେବେଳେ ପରିବର୍ତ୍ତନ ହୁଏ ସେତେବେଳେ ରାଜା କୁ ଭିକାରି ଓ ଭିକାରି କୁ ମଧ୍ୟ ରାଜା କରାଇ ଦେଇଥାଏ । ସମୟ ର ସହ ମଣିଷ ଜୀବନରେ କେବେ ସୁଖ ତ ପୁଣି କେବେ ଦୁଃଖ ଆସେ । କିନ୍ତୁ ବନ୍ଧୁଗଣ ସମୟ ସମୟ ରେ ମଣିଷ ମାନଙ୍କୁ ଭଗବାନ କିଛି କିଛି ସଂକେତ ମାନ ଦେଇଥାନ୍ତି ।

ଯାହା ସାହାର୍ଯ୍ୟ ରେ ମଣିଷ ଏହି ସଂକେତ ର ସହାୟତା ରେ ଜାଣି ଦେଇଥାଏ, ତାର ଭଲ ସମୟ ଆସୁଛି ନା ଖରାପ ସମୟ ଆସୁଛି । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ 7 ଟି ସଂକେତ ବିଷୟରେ ଯାହାକି ଭଗବାନ ମଣିଷ ମାନଙ୍କୁ ସେମାନଙ୍କ ଭଲ ସମୟ ଆସିବା ପୂର୍ବରୁ ଦେଇଥାନ୍ତି ।

ଏକଦା ନାରଦ ଙ୍କର ପ୍ରଶ୍ନ କରିବାରୁ ଗୋଲକ ବିହାରୀ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ନାରଦ ପଚାରିବାରୁ ଭଗବାନ ଏହି ସଙ୍କେତ ବିଷୟ ରେ କହିଥିଲେ । ଯଦି ମଣିଷ ର ଆଖି ପ୍ରତ୍ଯେକ ଦିନ ଅକାରଣ ରେ ହିଁ ବ୍ରହ୍ମମୁହୂର୍ତ୍ତ ରେ ଖୋଲି ଯାଏ ଓ ହଟାତ ତା ମନରେ ଭଗବାନ ଙ୍କର ଛବି ଚାଲି ଆସେ, ତେବେ ଏହାର ଅର୍ଥ କି ସେ ବ୍ୟକ୍ତି ର ଜୀବନରେ ଖୁବ ଶୀଘ୍ର ଭଲ ସମୟ ଆସୁଅଛି ।

ଯେତେବେଳେ କୌଣସି ମଣିଷ ସବୁବେଳେ ହସ ଖୁସି ରେ ରହିବାକୁ ଲାଗେ ଓ ସେ ତାର କ୍ରୋଧ ଉପରେ ବିଜୟ ପ୍ରାପ୍ତ କରି ନିଏ ତ ସେ ଜାଣିବା ଉଚିତ କି ତା ଜୀବନରେ ଏବେ ତାକୁ ଖୁବ ଶୀଘ୍ର ସବୁ କିଛି ପ୍ରାପ୍ତ ହେବାକୁ ଯାଉଛି । ତୃତୀୟ ସଂକେତ ଟି ହେଉଛି ଯଦି ଘର ଅଗଣା ରେ ବାରମ୍ବାର ଗାଈ ଆସେ ବା ମାଙ୍କଡ଼ ଆସି କୌଣସି କିଛି ଜିନିଷ ଉଠାଇ ନିଏ ବା ପକ୍ଷୀ ମାନେ ଆସି ରାବ କରନ୍ତି,

ତେବେ ଜାଣି ଯିବା ଉଚିତ ଜୀବନରେ ଆହୁରି ଅନେକ ଖୁସି ମାଡି ଆସୁଛି । ଚତୁର୍ଥ ସଂକେତ ଟି ହେଉଛି ଯଦି ଘରକୁ ବାରମ୍ବାର ଛୋଟ ପିଲା ମାନେ ଆସନ୍ତି ବା ଛୋଟ ପିଲା ମାନେ ଦେଖି ଆପଣଙ୍କୁ ଅକାରଣ ରେ ହିଁ ହସିବାକୁ ଲାଗନ୍ତି, ତେବେ ଏହାର ଅର୍ଥ ଜୀବନରେ ଆଗକୁ ଅନେକ ଖୁସି ମାଡି ଆସୁଛି ଏହା ସହ ଖୁବ ଶୀଘ୍ର ଜୀବନରେ କେହି ଯୋଡି ହେବାକୁ ମଧ୍ୟ ଯାଉଛନ୍ତି ।

ପଞ୍ଚମ ସଂକେତ ଟି ହେଉଛି ଯେତେବେଳେ ମଣିଷର ଖର୍ଚ୍ଚ କମିବାକୁ ଲାଗେ ଓ ରୋଜଗାର ର ଭିନ୍ନ ଭିନ୍ନ ମାର୍ଗ ଖୋଲିଯାଏ, ସେତେବେଳେ ଜାଣି ନେବା ଉଚିତ କି ଖରାପ ସମୟ ଶେଷ ହେଲା ଏବେ ଭଲ ସମୟ ଆସୁଅଛି । ଷଷ୍ଠ ସଂକେତ ଟି ହେଉଛି ଯେତେବେଳେ ପୂଜା କରୁଥିବା ସମୟରେ ବ୍ୟକ୍ତି କୁ ଏପରି ଲାଗିବ କି ଯେପରି ଭଗବାନ ଙ୍କର ମୂର୍ତ୍ତି ଯେପରି ହସୁଛନ୍ତି ସେତେବେଳେ ଜାଣିଦେବା ଉଚିତ କି ଜୀବନରେ ଭଲ ସମୟ ଚାଲୁଅଛି ।

ଏହାଛଡା ଶେଷ ଟି ହେଉଛି ଯେତେବେଳେ ଘରକୁ ଅତିଥି ମାନଙ୍କର ହଟାତ ଆଗମନ ହେବ, ତେବେ ଜାଣିନେବେ କି ଜୀବନରେ ଖୁବ ଭଲ ସମୟ ଚାଲୁଅଛି ଓ ଏହାସହ ଯଦି ପୁରୁଷ ମାନଙ୍କର ଡାହାଣ ଆଖି ଓ ମହିଳା ମାନଙ୍କର ବାମ ଆଖି ଫଡକିବାକୁ ଲାଗେ ତେବେ ଏହାର ସ୍ପଷ୍ଟ ଅର୍ଥ କି ଜୀବନରେ ଖୁବ ଭଲ ସମୟ ଆସୁଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *