ବାଗଭଟ୍ଟ ଋଷିଙ୍କ ଦ୍ଵାରା ଲିଖିତ ଆମ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମରେ ଅନେକ ପ୍ରକାର ରୋଗର ଘରୋଇ ଉପଚାର ଲିଖିତ ଅଛି । ଯାହା ଆମ ଦୈନନ୍ଦିନ ଜୀବନରେ ଅନେକ ରୋଗ ଏବଂ ଶାରୀରିକ ସମସ୍ଯା ଦୂର କରିବାରେ ଖୁବ ଉପଯୋଗୀ ଅଟେ ।
ଆଜିକାଲି ଅନିୟମିତ ଜୀବନଶୈଳୀ ହେତୁ ବହୁତ ଶୀଘ୍ର ଆମେ ଅନେକ ପ୍ରକାର ରୋଗର ଶିକାର ହୋଇ ଯାଉଛୁ ଓ ସେ ସବୁର ଉପଚାର ମଧ୍ୟ କରୁ ନାହୁଁ । ଯାହା ପରେ ଆମ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଛି । ଆଜି ଆମେ ଆପଣଙ୍କ ପାଇଁ ଏହିପରି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗରେ ଆପଣଙ୍କର ଅନେକ ଶାରୀରିକ ସମସ୍ଯା ସମାଧାନ ହୋଇଯିବ ।
ଅସମୟରେ ଖାଇବା, ଅସମୟରେ ଶୋଇବା, ସକାଳୁ ଶୀଘ୍ର ନ ଉଠିବା, ଅତ୍ୟଧିକ ତେଲ ଓ ଚର୍ବି ଜାତୀୟ ଖାଦ୍ୟ ଖାଇବା ଆଦି ବଦଭ୍ୟାସ ଯୋଗୁଁ ଅଳ୍ପ ବୟସରୁ ଶରୀରରେ ଅତ୍ୟଧିକ ଚର୍ବି ହୋଇ ଯାଉଛି, ଆପଣ ମୋଟା ହୋଇ ଯାଉଛନ୍ତି ଓ ରକ୍ତହୀନତା, ଆଁଠୁ ଗଣ୍ଠି ଓ ଅଣ୍ଟା ଦରଜ ହେବା ଆଦି ଅନେକ ପ୍ରକାର ରୋଗ ହେଉଛି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଉପଚାର କହିବୁ ଯାହା ଦ୍ଵାରା ଆପଣ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ ।
ଏହି ଘରୋଇ ଉପଚାର କରିବା ପାଇଁ ଆପଣଙ୍କୁ ଦରକାର ଖଣ୍ଡେ ବା ଦୁଇରୁ ତିନି ଗ୍ରାମ ଶୁଣ୍ଠି, ଦୁଇରୁ ତିନି ଗ୍ରାମ ଗୋଲ ମରିଚ, ଛଅରୁ ସାତଟି ଲବଙ୍ଗ, ପାଞ୍ଚରୁ ଦଶ ଗ୍ରାମ ପୋସ୍ତ ବା ପପି ସିଡ୍ସ, ଓ ଗୋଟିଏ ଜାଇଫଳ । ଏହି ସବୁ ସାମଗ୍ରୀ ଆପଣ ଯେକୌଣସି କିରାଣୀ ଦୋକାନରେ ପାଇଯିବେ । ଏହି ସବୁକୁ ଆପଣ ଏକାଠି ଏକ ହେମଦସ୍ତାରେ ରଖି କୁଟି ଦେବେ । ଚେଷ୍ଟା କରନ୍ତୁ ସବୁବେଳେ ପଥରର ହେମଦସ୍ତାରେ କୁଟିବା ପାଇଁ । ଏହା ଆମ ଶରୀର ପାଇଁ ଉତ୍ତମ ହୋଇଥାଏ ।
ଏହି ମିଶ୍ରଣକୁ ଏକଦମ ପାଲିସ ଭାବେ ନ କୁଟି ସାମାନ୍ଯ ଦର ଖଣ୍ଡିଆ ରଖି ହିଁ କୁଟନ୍ତୁ । ମାତ୍ର ଏହା ଶରୀରର ତାପମାତ୍ରା ବୃଦ୍ଧି କରାଉଥିବାରୁ ଏହାକୁ ସଠିକ ଉପାୟରେ ସେବନ କରିବା ନିହାତି ଆବଶ୍ୟକ ରହିଛି । ବାତ ପ୍ରକୃତିର ଲୋକ ଅର୍ଥାତ ଯେଉଁ ମାନଙ୍କୁ ହାଡ ଗଣ୍ଠି ବିନ୍ଧା ହେଉଥାଏ ଓ କଫ ପ୍ରକୃତିର ଲୋକ ବା ଯେଉଁମାନଙ୍କୁ ସବୁବେଳେ ଥଣ୍ଡା, କାଶ ଓ କଫ ହେଉଥାଏ, ସେମାନେ ଏହି ଗୁଣ୍ଡାକୁ ଅଧ ଚାମୁଚ ମାତ୍ରାରେ ସକାଳୁ ଖାଲି ପେଟରେ ଗରମ ପାଣି ସହ ଖାଆନ୍ତୁ ।
ଯେଉଁମାନଙ୍କୁ ଅଧିକ ଗରମ ହେଉଛି ସେମାନେ ଦିନେ ଛାଡି ଦିନେ ହିଁ ସେବନ କରନ୍ତୁ । ପିତ ପ୍ରକୃତିର ଲୋକମାନେ ଏହାକୁ ଅଅଁଳା ବା ତ୍ରିଫଳା ଗୁଣ୍ଡ ସହ ସେବନ କରନ୍ତୁ । ଆଜିକାଲି ହେଉଥିବା ଏହି ସମସ୍ତ ଶାରୀରିକ ସମସ୍ଯା ପାଇଁ ଏହି ଚୂର୍ଣ୍ଣ ଅତ୍ୟନ୍ତ ଉପଯୋଗୀ ଅଟେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।