Health Tips- ମାତ୍ର 3 ଦିନରେ ଆଣ୍ଠୁ ଗଣ୍ଠି ବିନ୍ଧା, ଖଣ୍ଡିଆ ଖାବରା ବିନ୍ଧା ବା ଫୁଲିବା ମୂଳରୁ ଭଲ କରିଦେବ ପିଆଜ, ଜାଣନ୍ତୁ କିପରି କରିବେ ବ୍ୟବହାର

ନମସ୍କାର ବନ୍ଧୁଗଣ , ଆଗ କାଳରେ ଲୋକମାନେ ସେମାନଙ୍କ କୋଣସି ବିନ୍ଧା ହେଉ ବା ପଡିକି ଘା ‘ ହେଇଗଲେ ସେମାନେ ଏହି ସବୁ ରୋଗ ପାଇଁ ଡାକ୍ତରଙ୍କ ପାଖକୁ ଯାଇନଥାଆନ୍ତି । ଘରୋଇ ଉପାୟ କୁ କରି ତୁରନ୍ତ ଠିକ୍ ହୋଇଥାନ୍ତି । କିନ୍ତୁ ଆମେ ଆଜି କାଲି କିଛି ବି ଛୋଟ ବିଷୟ ପାଇଁ ଡାକ୍ତରଙ୍କ ପାଖକୁ ଯାଇଥାଉ ଓ ବିଭିନ୍ନ ଔଷଧ ର ସେବନ କରୁ ଯାହା ଆମ ଶରୀର ପାଇଁ ଉଚିତ୍ ହୋଇନ ଥାଏ ।

ସେ କାଳର ଲୋକମାନଙ୍କୁ ବୟସ ସୀମା ଅଧିକ ହେଲା ପରେ ଅଣ୍ଟା ଓ ଆଣ୍ଟୁ ବିନ୍ଧା ଆଦି ସମସ୍ୟା ଦେଖିବାକୁ ମିଳିଥାଏ । କିନ୍ତୁ ଆଜିର ଲୋକମାନଙ୍କୁ ବହୁତ କମ୍ ବୟସରେ ଏହା ଦେଖାଯାଇଥାଏ । ଏହାର ଏକ କାରଣ ହୋଇପାରେ ଅଧିକ ମାତ୍ରାରେ ରସାୟନ ଔଷଧର ସେବନ ଯାହା ଆମ ଶରୀରରେ ପ୍ରତିକାର କରିଥାଏ । ଯାହା ଫଳରେ ଏହି ସବୁ ବିନ୍ଧା ହୋଇଥାଏ । କିନ୍ତୁ ମୁ ଆଜି ଆପଣଙ୍କୁ ପୁରାତନ କାଳର ଘରୋଇ ଉପକରଣ କହିବି ।

ଯାହାକୁ ପ୍ରୋୟଗ କରିବା ଦ୍ଵାରା କେବଳ ତିନି ମିନିଟ୍ ରେ ଆପଣଙ୍କ ଆଣ୍ଟୁ ବିନ୍ଧା ବା କୋଣସି ଘା ‘ ଆଦି ତୁରନ୍ତ ଭଲ ହୋଇଯାଇଥାଏ । ଏହା ପାଇଁ ଆବଶ୍ୟକ ହେଉଥିବା ପ୍ରଥମ ଜିନିଷ ହେଉଛି ପିଆଜ ଏହା ସାଧାରଣ ଭାବରେ ସମସ୍ତଙ୍କ ଘରେ ରହିଥାଏ । ଯଦି ଆପଣଙ୍କ ମାଡ ବାଜିଥାଏ ଓ ବାହାରକୁ ଦେଖାଯାଇନ ଥାଏ ମାତ୍ର ବିନ୍ଧା ହୋଇଥାଏ । ଶରୀରର କୋଣସି ଅଂଶ ଫୁଲି ଯାଇଥାଏ ଏହି ସବୁ ପାଇଁ ଏହି ଉପାୟ ପ୍ରୋୟଗ କରନ୍ତୁ ।

ଏହା ଏକ ପୁରୁଣା କାଳର ପଦ୍ଧତି ଅଟେ ଯାହାକୁ ସେ କାଳରେ ଅଧିକ ବ୍ୟବହାର କରିଥିଲେ । ଏକ ପିଆଜ କୁ ଛୋଟ ଖଣ୍ଡ କରି କାଟି ନେବେ ଏବଂ ଗ୍ରାଇଣ୍ଡର ରେ ପକେଇ ଅଳ୍ପ ପାଣି ପକେଇ ଗ୍ରାଇଣ୍ଡିଗ କରିବେ । ଏବେ ଏହି ପେଷ୍ଟ କୁ ତାୱା ବ କଡେଇ ରେ ପକେଇ ଏଥିରେ ଦୁଇ ଚାମୁଚ ହଳଦୀ ପକେଇ ଭଲଭାବରେ ମିଶେଇ ନେବେ ।

ଏବେ ଏଥିରେ ତିନି ଚାମୁଚ ସୋରିଷ ତେଲ ପକେଇ ଆଉ ଥରେ ଗୋଳେଇ ନେବେ , ଏବେ ଏହାକୁ କିଛି ସମୟ ପାଇଁ ଗ୍ୟାସ ଉପରେ କମ ଉତ୍ତାପ ରଖିବେ ଯେ ପଯ୍ୟନ୍ତ କି ଏଥିରେ ଥିବା ଜଳ ଅଂଶ ଶୁଖି ଯାଇ ଏକ ଗାଢା ପେଷ୍ଟ ରେ ପରିଣତ ହୋଇଯିବ । ଶେଷରେ ଗୁଡ ପକେଇବେ ଏ ସବୁ ଭଲଭାବରେ ମିଶିଗଲା ପରେ ଗ୍ୟାସ କୁ ବନ୍ଦ କରିନେବେ ।

ଏବେ ଏହାକୁ ଥଣ୍ଡା କରି ପୁରୁଣା ସଫା କନାରେ ପକେଇ ଯେଉଁ ସ୍ଥାନରେ ଆପଣଙ୍କ ବିନ୍ଧା ରହିଥାଏ ବା ଫୁଲି ଯାଇଥାଏ , ଘା ‘ ହୋଇଥାଏ ସେଠାରେ ଏହାକୁ ବାନ୍ଧି ଦେବେ । ଧ୍ୟାନ ଦେବେ ବେଶି ଥଣ୍ଡା ଯେମିତି ନ ହୁଏ ଯେତିକି ଗରମ ସହି ପାରିବେ ସେତିକି ଗରମ ରେ ବାନ୍ଧି ଦେବେ ଏବଂ ବାହାରୁ ଏକ ମୋଟା କନା ଗୋଡାଇ ଦେବେ ଯେପରି କି ଭୀତର ଥିବା ଉଷୁମ ବାହାରକୁ ଯେମିତି ନ ଆସୁ ।

ଏହି ଉପାୟକୁ କରନ୍ତୁ ଦେଖିବେ ଏହା ଆପଣଙ୍କ ବିନ୍ଧା , ରକ୍ତଜମିବା ଆଦିରୁ ତୁରନ୍ତ ଭଲ କରିଥାଏ । ଏହି ପୋଷ୍ଟ ଆପଣଙ୍କୁ ଭଲ ଲାଗିଥାଏ ତେବେ ଆମ ପେଜକୁ ଲାଇକ କରନ୍ତୁ ଓ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ । ଏହି ପୋଷ୍ଟ ବିଷୟରେ ଆପଣଙ୍କ ମତଙ୍କୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *