Kidney କୁ ସଫା କରିବାର ଘରୋଇ ଉପାୟ, ମାସକୁ ଥରେ ନିଶ୍ଚୟ କରନ୍ତୁ କେବେ ବି ହେବ ନାହିଁ Kidney ଫେଲ (Health Tips)

ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କିଡନୀ ରେ ଜମିଥିବା ବିଷାକ୍ତ ପଦାର୍ଥ କୁ କେମିତି ବାହାର କରିବେ ? ତାହା ସମ୍ବନ୍ଧରେ କହିବାକୁ ଯାଉଅଛୁ । କିଡନୀ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ ଅଟେ । ତେଣୁ କିଡନୀ କୁ ସଫା କରିବା ନିହାତି ଜରୁରୀ ହୋଇଥାଏ । ଯଦି କଡନୀ ରେ ବିଷାକ୍ତ ପଦାର୍ଥ ର ମାତ୍ରା ବଢ଼ିବାକୁ ଲାଗେ, ଆମକୁ ଏହାର ଖବର ମିଳି ନ ଥାଏ । ଏବଂ ଆଗକୁ କିଡନୀ ଜନିତ ସମସ୍ୟା ସାମ୍ନା କୁ ଆସିଥାଏ । ଯଦି କିଡନୀ ରେ କୌଣସି ସମସ୍ୟା ଆସେ ତେବେ ଏହାଦ୍ଵାରା ମନୁଷ୍ୟ ର ମୃତ୍ୟୁ ମଧ୍ୟ ହୋଇପାରେ ।

କିଡନୀ ମନୁଷ୍ୟ ଶରୀରରେ ରକ୍ତ ସଫା କରିବାର କାମ କରିଥାଏ । ରକ୍ତ ସଫା କରିବା ପାଇଁ କିଡନୀ ରେ ବହୁତ ଗୁଡ଼ିଏ ସରୁ ସରୁ ନଳୀ ରହିଥାଏ । ଯାହାକୁ ନେଫ୍ରନ୍ସ କୁହାଯାଏ, ସମୟ ସହିତ ଆମ ଶରୀରରେ ବିଷାକ୍ତ ପଦାର୍ଥର ମାତ୍ରା ବଢ଼ିବାକୁ ଲାଗେ । ଯାହାର ପ୍ରଭାବ ଆମର କେଶ, ତ୍ୱଚା ଏବଂ ଶରୀରର ଅନ୍ୟ ଆଭ୍ୟନ୍ତରୀଣ ଅଙ୍ଗ ଉପରେ ପଡ଼ିଥାଏ ।

ଯେଉଁ ଲୋକମାନେ ଅଧିକ ମାତ୍ରାରେ ଫାଷ୍ଟଫୁଡ, ତେଲଭାଜି ବା ପ୍ୟାକେଟ ରେ ମିଳୁଥିବା ଜିନିଷକୁ ସେବନ କରିଥାନ୍ତି, ସେହିମାନଙ୍କ କିଡନୀ ବହୁତ ଶୀଘ୍ର ଖରାପ ହୋଇ ଯାଇଥାଏ । ଏହା ବ୍ୟତୀତ ଯେଉଁ ଲୋକମାନେ ପ୍ରତିଦିନ କିଛି ଔଷଧର ସେବନ କରିଥାନ୍ତି କିମ୍ବା ଅତ୍ୟଧିକ ପ୍ରୋଟିନ ଖାଇଥାନ୍ତି, ଆଗକୁ ସେମାନଙ୍କ କିଡନୀ ଖରାପ ହେବାର ସମ୍ଭାବନା ଥାଏ । ସମୟ ଥାଉ ଥାଉ କିଡନୀ କୁ ସଫା କରିବା ନିହାତି ଜରୁରୀ ।

ଆପଣ ଏହି ଘୋରୋଇ ଉପାୟରେ ମାସରେ ଥରେ କିଡନୀରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ କୁ ସହଜରେ ବାହାର କରିପାରିବେ । କର୍ନ ସିଲ୍କ, ଆମେ ସାଧାରଣତ ମକା କିଣିଲା ପରେ ଏଥିରେ ଥିବା କେଶ କୁ ଫିଙ୍ଗି ଦେଇଥାଉ । କିନ୍ତୁ ମକାର ଏହି କେଶରେ ଆଶ୍ଚର୍ଯ୍ୟଜନକ ଜିନିଷ ଭରି ରହିଥାଏ । କର୍ନସିଲ୍କ ରେ ଭିଟାମିନ, କାର୍ବୋହାଇଡ୍ରେଟ ଏବଂ ମିନେରାଲସ ର ମାତ୍ରା ଅଧିକ ଥାଏ । ଯାହା କିଡନୀ କୁ ସଫା ରଖିବା ସହିତ ରକ୍ତରେ ବଢୁଥିବା ଗ୍ଲୁକୋଜ ମାତ୍ରାକୁ କଣ୍ଟ୍ରୋଲ ରେ ରଖିଥାଏ । କିଡନୀ କୁ ସଫା କରିବା ପାଇଁ କର୍ନସିଲ୍କ ର ଚାହା ବନାଇ ସେବନ କରନ୍ତୁ ।

ଏହି ଚାହା ବନେଇବା ପାଇଁ ପ୍ରଥମେ କର୍ନସିଲ୍କ କୁ ଖରାରେ ଶୁଖାଇ ଦିଅନ୍ତୁ । ତାହାପରେ ୨ ଗିଲାସ ପାଣିରେ କର୍ନସିଲ୍କ କୁ ପକାଇ ୧୫ ମିନିଟ ଯାଏଁ ଫୁଟାନ୍ତୁ । ତାହାପରେ ଏହାକୁ ଛାଣି ଗୋଟେ ବୋତଲରେ ରଖିଦିଅନ୍ତୁ । ସ୍ଵାଦ ଅନୁସାରେ ଲେମ୍ବୁ ରସ ପକାଇ ସେବନ କରନ୍ତୁ । ଏହି ଚାହାକୁ ଆପଣ ଦିନକୁ ୩ ଥର ଖାଦ୍ୟ ଖାଇବାର ୪୦ ମିନିଟ ପରେ ସେବନ କରନ୍ତୁ । ତରଭୁଜ ମଞ୍ଜିର ଚାହା, ତରଭୁଜ ମଞ୍ଜିରୁ ତିଆରି ଚାହା ଆପଣଙ୍କ କିଡନୀକୁ ସଫା କରିଥାଏ । ଏହି ଚାହାକୁ ବନେଇବା ପାଇଁ ପ୍ରଥମେ ୨ ଚାମଚ ତରଭୁଜ ମଞ୍ଜିକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ ।

ତାହାପରେ ୧ ଗିଲାସ ପାଣିରେ ଏହି ଗୁଣ୍ଡକୁ ପକାଇ ୫ ରୁ ୧୦ ମିନିଟ ଯାଏଁ ଫୁଟାନ୍ତୁ । ଥଣ୍ଡା ହୋଇଗଲା ପରେ ଏହି ଚାହାକୁ ଦିନରେ ୨ ରୁ ୩ ଥର ସେବନ କରନ୍ତୁ । ତରଭୁଜ ମଞ୍ଜରେ ଭିଟାମିନ, ମ୍ୟାଗ୍ନେସୀୟମ, ଜୀଙ୍କ ଏବଂ ମିନେରାଲ ଭରପୁର ମାତ୍ରାରେ ରହିଥାଏ । ଏହି ଚାହା କିଡନୀ କୁ ସଫା କରିବା ସହ ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ ଏବଂ ହାର୍ଟକୁ ସୁସ୍ଥ ରଖିଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *