ମା’ର ଏହି 5 ଟି ଅଭ୍ଯାସ, ଗର୍ଭରେ ଥିବା ପିଲାକୁ ବହୁତ ଭଲ ଲାଗିଥାଏ, ଜାଣନ୍ତୁ ଗର୍ଭରେ ଥିବା ଶିଶୁ ମା’ଠାରୁ କଣ ଚାହିଁଥାଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଥାରେ ଅଛି ମହିଳା ଜୀବନର ସବୁଠାରୁ ଖୁସିର ସମୟ ହେଉଛି ଯେତେବେଳେ ସେ ମା’ ଟିଏ ହୋଇଥାଏ । ମହିଳା ସନ୍ତାନ ପ୍ରାପ୍ତି ପରେ ହିଁ ନିଜ ଜୀବନକୁ ସାର୍ଥକ ମଣିଥାଏ । ତେବେ ଆପଣ ଆଜି ଗର୍ଭାବସ୍ତା ସମ୍ବଦ୍ଧିତ ଏପରି କିଛି ତଥ୍ୟ ଜାଣିବାକୁ ପାଇବେ । ଯେଉଁ କାର୍ଯ୍ୟ ଗୁଡିକ ଯଦି ଗର୍ଭବତୀ ମହିଳା ଗର୍ଭାବସ୍ତାରେ କରିଥାଏ । ତେବେ ତାହା ପିଲାକୁ ବହୁତ ହିଁ ଭଲ ଲାଗିଥାଏ ।

ତେବେ ଚାଲନ୍ତୁ କଣ ସେହି ଭଲ ଭଲ କ୍ରିୟା ସମ୍ପର୍କରେ ଆଲୋଚନା କରିବା । ପ୍ରଥମେ ହେଉଛି ଯେତେବେଳେ ମହିଳା ଜଣଙ୍କ ଗର୍ଭାବସ୍ତାରେ ଥିବା ସମୟରେ ପିଲା ୫ ମାସର ପେଟରେ ହୋଇଯାଇଥାଏ । ସେତେବେଳେ ଯଦି ମହିଳା ତା’ ର ପେଟକୁ ହାତ ସାହାଜ୍ଯରେ ଆଊଁଶି ଥାଏ ।

ତେବେ ଏହି ସ୍ପର୍ଶ ପେଟରେ ବଢୁଥିବା ପିଲା ଅନୁଭବ କରିପାରିଥାଏ । ତେଣୁ ମହିଳା ମାନେ ନିଜର ଗର୍ଭାବସ୍ତାରେ ନିଜର ପେଟକୁ ଆଊଁଶିବା ଦ୍ଵାରା ପିଲାର ଯତ୍ନ ନେବାର ସେହି ଦିନ ଠାରୁ ହିଁ ଆରମ୍ଭ କରିଦିଅନ୍ତୁ । ଦିତୀୟରେ ମହିଳା ନିଜର ଗର୍ଭାବସ୍ତା ସମୟରେ ଯଦି ନିଜକୁ ଖୁସି ରଖିଥାଏ । ତେବେ ମହିଳାର ଗର୍ଭସ୍ଥ ସନ୍ତାନ ମଧ୍ୟ ଖୁସିରେ ରହିଥାଏ ।

କାରଣ ପିଲା ୫ ମାସର ହୋଇଯିବା ପରେ ସେ ମା’ ସଂସ୍ପର୍ଶରେ ଆସିଯାଇଥାଏ । ଯେଉଁ କାରଣରୁ ମା ଯଦି ଏହି ସମୟରେ ତା’ ର ମନ ପସନ୍ଦ ମୁତାବକ ଗୀତ ଶୁଣିଥାଏ । ନିଜକୁ ସବୁ ଦିଗରୁ ଖୁସି ରଖିବାକୁ ପ୍ରୟାସ କରିଥାଏ । ତେବେ ପିଲା ମଧ୍ୟ ମା’ ର ପେଟରେ ଥାଇ ବହୁତ ଖୁସି ଅନୁଭବ କରିବା ସହିତ ପିଲାର ଶାରୀରିକ ଓ ମାନସିକ ବିକାଶ ମଧ୍ୟ ଭଲ ହୋଇଥାଏ ।

ତୃତୀୟରେ ପିଲା ସହିତ ମା’ କଥାବାର୍ତ୍ତା ମଧ୍ୟ କହିବା ଉଚିତ । କାରଣ ଯେତେବେଳେ ପେଟରେ ପିଲାର ୫ ରୁ ୬ ମାସ ଆରମ୍ଭ ହୋଇଯାଇଥାଏ । ତେବେ ପିଲା ସହିତ ଯଦି ମା’ ନିଜର ବ୍ୟସ୍ତ ସମୟ ମଧ୍ୟରୁ ସମୟ କାଢିକି ନିଜ ପିଲାକୁ ସମୟ ଦେଇଥାଏ । ତା’ ସହିତ କଥାବାର୍ତ୍ତା କରିଥାଏ । ତେବେ ପିଲା ନିଜକୁ ମା’ ପେଟରେ ବହୁତ ସୁରକ୍ଷିତ ମନେ କରିଥାଏ ।

ଏହା ସହିତ ଭଲ ଭାବରେ ମା’ ପେଟରେ ନିଜର ଚଳନ ମଧ୍ୟ କରିଥାଏ । ଚତୁର୍ଥରେ ଗର୍ଭବତୀ ମହିଳା ଯଦି ଗର୍ଭାବସ୍ତା ସମୟରେ ଅଳ୍ପ ଅଳ୍ପ କିଛି ଏକ୍ସରସାଇଜ କିଛି ଯୋଗାସନ କରିଥାଏ । ତେବେ ଏହା ଦ୍ଵାରା ମା’ ଶରୀର ସୁସ୍ଥ ରହିବା ସହିତ ପିଲାର ଶରୀର ମଧ୍ୟ ସୁସ୍ଥ ରହିଥାଏ । ପିଲାର ଶାରୀରିକ ଓ ମାନସିକ ବିକାଶରେ କିଛି ଅସୁବିଧା ଆସିନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *