ମାଂସ ଠାରୁ ବି 3 ଗୁଣା ଅଧିକ ଶକ୍ତିଶାଳୀ ଖାଦ୍ଯ ଅଟେ କଳା ଚଣା, ବାସ ଖାଇବାର ସଠିକ ଉପାୟ ଜଣାଥିବା ଦରାକାର- Health Tips

ବନ୍ଧୁଗଣ ନମସ୍କାର ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ । ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି ।

ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ । ଏବଂ ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖରାପ ତେଲ ଥାଏ । ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀଡ଼ିତ ହୋଇଥାଉ । ଏବଂ ଆମ ରକ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ ।

ଯାହା ଦ୍ୱାରା ଆମ ପାଚନ ନଳୀ ମଧ୍ୟ ଖରାପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ । ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ । ଏବଂ ଆପଣ ଦୁର୍ବଳ ହୋଇ ଯାଆନ୍ତି । ଏବଂ ସ୍ୱାସ୍ଥ୍ୟ ଖରାପ ହେଲେ ମାନସିକ ସ୍ଥିତି ମଧ୍ୟ ଖରାପ ହୋଇ ଯାଏ । ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ । ତେବେ ଏହି ରୋଗରୁ ମୁକ୍ତି ପାଇଁ ଆମେ ଅନେକ ଔଷଧ ଖାଇଥାଉ ।

ଅଧିକ ଔଷଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ । ତେଣୁ ଚାଲନ୍ତୁ ଜାଣିନେବା କିପରି ଏହି ରୋଗରୁ ମୁକ୍ତି ପାଇଁ ଆମେ ଘରୋଇ ଉପଚାର ବ୍ୟବହାର କରି ପାରିବା । ତେବେ ଆଜି ଆମେ ଭିଜା ଯାଇଥିବା ଚଣା କିମ୍ବା ବୁଟ ବିଷୟରେ ଆଲୋଚନା କରିବା ଏବଂ ତାହା ଆମ ଶରୀର ପାଇଁ କେତେ ଲାଭଦାୟକ ତାହା ମଧ୍ୟ ଜାଣିନେବା ।

ଯେଉଁ ମାନଙ୍କ ର ପିତ ଶରୀର ଥାଏ ଅର୍ଥାତ ଯେଉଁ ମାନଂକୁ ବହୁତ ଅଧିକ ଗରମ ଲାଗୁଥାଏ ତେବେ ସେମାନେ ଦିନ କୁ କେବଳ ଗୋଟିଏ ଥର ହିଁ ଭିଜା ଯାଇଥିବା ଚଣା କୁ ଖାଇବା ଉଚିତ ।
ଯେଉଁ ଲୋକ ମାନଙ୍କ ର ଶରୀର ରେ କ୍ୟାଲସିୟମ ର ମାତ୍ରା କମ ଥାଏ ସେମାନେ ଏହି ଭିଜା ଚଣା ର ସେବନ ଦ୍ୱାରା ନିଜ ଶରୀର ଭିତରେ କ୍ୟାଲସିୟମ କୁ ବୃଦ୍ଧି କରାଇବାରେ ସାହାର୍ଯ୍ୟ କରାଇ ଥାଏ ଏବଂ ହାଡ଼ କୁ ମଧ୍ୟ ମଜବୂତ କରେ ତା ସହ ଆମ ଶରୀର ମଧ୍ୟ ଦୁର୍ବଳ ଲାଗେ ନାହିଁ । ଏହା ଛଡା ଶରୀର କୁ ଅଧିକ ମଜବୁତ ଏବଂ ଶକ୍ତି ମଧ୍ୟ ଯୋଗାଇ ଥାଏ ।

ଏହା ଛଡା ଯେଉଁମାନେ ଶାରୀରିକ ଦୁର୍ବଳ ଥାଆନ୍ତି କିମ୍ବା ବହୁତ ଅଧିକ ପତଳା ଥାଆନ୍ତି ସେମାନେ ଏହି ଚଣା ଓ କଦଳୀ ର ସେକ ମଧ୍ୟ ବନେଇ ପିଇପାରିବେ । ଏହି ସେକ ରେ ଭିଟାମିନ-ସି,ଭିଟାମିନ-ବି୧୨,କ୍ୟାଲସିୟମ, ଏବଂ ଭିଟାମିନ-କେ ଭରପୁର ମାତ୍ରା ରେ ମିଳିଥାଏ । ତେଣୁ ଏହା ଶରୀର କୁ ସବଳ ମଜବୁତ କରାଏ । ଭିଜା ଚଣା ଖାଇବା ଦ୍ୱାରା ଆମ ରୋଗ ପ୍ରତିରୋଧକ ଶକ୍ତି ର ମଧ୍ୟ ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *