ବନ୍ଧୁଗଣ, ଚୀନା ବାଦାମ ଖାଇବାର ଏତେ ଫାଇଦା ଯେ ଯାହା ପିସ୍ତା ବାଦାମ ଅଥବା ଆଲମଣ୍ଡ ଖାଇଲେ ମଧ୍ୟ ମିଳିବ ନାହିଁ । ଆପଣ କେବଳ ଖାଇବାର ଏହି ଉପାୟ ଜାଣି ନିଅନ୍ତୁ । ମାତ୍ର ପ୍ରତ୍ୟକ ଲୋକ ସୁସ୍ଥ ରହିବା ନିମନ୍ତେ ଅଥବା ରୋଗରୁ ବଞ୍ଚିତ ରହିବା ପାଇଁ ପିସ୍ତା ବାଦାମ ଏବଂ ମାଂସ ଖାଇବାର ପରାମର୍ଶ ଦେଇଥାଏ । କିନ୍ତୁ ଚୀନା ବାଦାମ କୁ ଯଦି ଆପଣ ସଠିକ ଭାବରେ ସେବନ କରନ୍ତି ତେବେ ଏହା ମାଂସ ଠାରୁ ମଧ୍ୟ ବହୁତ ଅଧିକ ଲାଭଦାୟକ ଅଟେ ।
କାରଣ ମାଂସରେ ଯେଉଁଠାରେ ୧୦ ପ୍ରତିଶତ ପ୍ରୋଟିନ ମିଳିଥାଏ ସେଠାରେ ଚୀନା ବାଦାମ ୨୫ ପ୍ରତିଶତ ପ୍ରୋଟିନ ରେ ଭରପୁର ଅଟେ । ଆସନ୍ତୁ ଜାଣିବା ଆପଣ ଚିନାବାଦାମ କୁ କେବେ ଏବଂ କିଭଳି ସେବନ କରିବେ ? ପ୍ରଥମେ ଆପଣ ୧ ମୁଠା ଚୀନା ବାଦାମ ଏକ ପାତ୍ର କୁ ନିଅନ୍ତୁ । ଏହାପରେ ଆପଣ ଏହାକୁ ପାଣିରେ ଭିଜାନ୍ତୁ । ଆପଣ ଭିଯାଇ ଥିବା ଏହି ଚିନାବାଦାମ କୌଣସି ବରଦାନ ଠାରୁ କମ ନୁହେଁ ।
କାରଣ ୧୦୦ ଗ୍ରାମ ଚୀନାବାଦାମ ରେ ୫୭୦ କ୍ୟାଲୋରି ଏବଂ ୨୬ ଗ୍ରାମ ପର୍ଯ୍ୟନ୍ତ ପ୍ରୋଟିନ ମିଳିଥାଏ । ଏଥିରୁ ମିଳୁଥିବା ଫ୍ୟାଟ ଏବଂ ଅନ୍ୟ ନ୍ୟୁଟ୍ରିଏନ୍ସ ଶରୀରରେ ମାଂସ ପେଶୀ ର ନିର୍ମାଣ ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ । ଆପଣ ରାତିରେ ଭିଯାଇଥିବା ଚିନାବାଦାମ ସକାଳେ ଖାଇବା ଦ୍ଵାରା ଆପଣଙ୍କର ପେଟ ସମ୍ବନ୍ଧିତ ସମସ୍ତ ସମସ୍ୟା ସମାପ୍ତ ହୋଇଯାଇଥାଏ ।
ଏହା ସହିତ କବଜ, ଗ୍ୟାସ ଏବଂ ପେଟରେ ହେଉଥିବା ଏସିଡିଟି କାରଣରୁ ଯଦି ଆପଣ ଚିନ୍ତିତ ତେବେ ଆପଣ ରାତିରେ ଭିଯାଇଥିବା ଏହି ଚିନାବାଦାମ ସକାଳୁ ଖାଇବା ଦ୍ଵାରା ଆପଣଙ୍କର ଏହି ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ । ଏହାଛଡା ଚିନାବାଦାମ ଖାଇବା ଦ୍ଵାରା ଆମ୍ଭ ଫୁସ ଫୁସ ଶକ୍ତିଶାଳୀ ହୋଇଥାଏ । ଆମ ପାଚନ ଶକ୍ତି ବଢିଥାଏ ଏବଂ ଭୋକ ନ ଲାଗିବା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାଛଡା ଆପଣ ଯଦି ନିଜ ଚେହେରାକୁ ସୁନ୍ଦର ରଖିବାକୁ ଚାହୁଁଛନ୍ତି ଏବଂ ରୀଙ୍କଲ୍ସ ହଟାଇବାକୁ ଚାହୁଞ୍ଚନ୍ତି, ତେବେ ଆପଣ ମଧ୍ୟ ଭିଜାଯାଇଥିବା ଚିନାବାଦାମ ର ସେବନ ନିହାତି କରିବା ଆବଶ୍ୟକ ।
କାରଣ ଏଥିରୁ ମିଳୁଥିବା ଓମେଗା-୩ ଫ୍ୟାଟି ଏସିଡ ଆମ୍ଭ ତ୍ଵଚା କୁ ଚମକଦାର ଏବଂ କୋଷିକା ମାନଙ୍କୁ ସୁସ୍ଥ ରଖିବା ନିମନ୍ତେ ବହୁତ ଅଧିକ ଲାଭ ଦାୟକ ଅଟେ । ଏହାଦ୍ଵାରା ଆମ୍ଭ ସ୍କୀନ ଚମକିବା ସହିତ ଆମ୍ଭ ରୀଙ୍କଲ୍ସ ମଧ୍ୟ ଗାୟବ ହେବାକୁ ଲାଗିଥାଏ । ପାଣିରେ ଭିଜିଥିବା ଚିନାବାଦାମ ଆମ୍ଭ କୋଲେଷ୍ଟ୍ରୋଲ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।
ଯଦି ଆପଣ ସପ୍ତାହରେ କେବଳ ୫ ଦିନ ଭିଜିଥିବା ଚୀନା ବାଦାମ ଖାଇବେ ତେବେ ଆପଣଙ୍କର ହୃଦୟ ସମ୍ବନ୍ଧିତ କୌଣସି ରୋଗ ରହିନଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।