Vastu Shastra- ଭୋକରେ ମରିଗଲେ ବି ମଙ୍ଗଳବାର ଦିନ ଭୁଲ୍ ରେ ବି ଖାଆନ୍ତୁ ନାହିଁ ଏହି 1 ଜିନିଷ, ମାଡିଆସେ ଦରିଦ୍ରତା ଓ ସଙ୍କଟ

ଭୋକରେ ପଛେ ରହିଯିବେ କିନ୍ତୁ ମଙ୍ଗଳବାର ଦିନ ଭୁଲ ରେ ବି ଖାଆନ୍ତୁ ନାହିଁ ଏହି ଗୋଟାଏ ଜିନିଷ ନହେଲେ ଆପଣଙ୍କ ଘର କୁ ଆସିଥାଏ ଦରିଦ୍ରତା । ଏମିତି କଣ ଅଛି ଯାହାକୁ ମଙ୍ଗଳବାର ଦିନ ଖାଇବାକୁ ମାନା କରାଯାଇଛି । ଆମ ଶାସ୍ତ୍ର ରେ ସପ୍ତାହର ପ୍ରତେକ ଦିନର କିଛି ନ କିଛି ମହତ୍ଵ ରହିଛି । କାରଣ ଏହା ନିଶ୍ଚିତ ଭାବରେ କୋଣସି ନ କୋଣସି ଭଗବାନ ବା ଗ୍ରହ ସହିତ ଯୋଡିତ ହେଇକି ରହିଥାଏ ।

ଆମେ ଛୋଟ ଥିବା ସମୟରେ ଆମ ଘରର ଗରିଷ୍ଟ ଉଚ୍ଚ ଜ୍ଞାନ ଆହରଣ କରିଥିବା ବ୍ୟକ୍ତି ଆମକୁ  ସପ୍ତାହ ରେ କେଉଁ ବାର ଶୁଭ ଏବଂ ଅଶୁଭ ହୋଇଥାଏ କହିଥାନ୍ତି । କିନ୍ତୁ ଆମେ ଏହାକୁ ଅନ୍ଧ ବିଶ୍ଵାସ ଭାବରେ ପରିଗଣିତ କରିଥାଉ ଏବଂ ତାଙ୍କ ସହ ଝଗଡା ମଧ୍ୟ କରିଥାଉ । କିନ୍ତୁ ପରେ ଆମେ ଜାଣିଥାଉ  ଏହାର କାରଣ ସମ୍ବନ୍ଧରେ । ଆମ ଶାସ୍ତ୍ରରେ ସପ୍ତାହ ର ଦିନ ବିଷୟରେ କୁହାଯାଇଛି ଯେ କେଉଁ ଦିନରେ କଣ କରିବା ଉଚିତ୍ ଏବଂ କଣ କରିବା ଅନୁଚିତ୍ ବୋଲି । ଆସନ୍ତୁ ଜାଣିବା ସପ୍ତାହର ଦ୍ଵିତୀୟ ଦିନ ବିଷୟରେ ବା ମଙ୍ଗଳବାର ଦିନ କଣ କରିବା ଉଚିତ୍ ହୋଇଥାଏ ।

ମଙ୍ଗଳବାର ଦିନ ଭଗବାନ  ହନୁମାନ , ଶିବ ପାର୍ବତୀ ଏବଂ ପ୍ରଭୁ ଗଣେଶଙ୍କ ପୂଜା କରାଯାଇଥାଏ । ଭଗବାନ ହନୁମାନଙ୍କ ପାଇଁ ମଧ୍ୟ ମଙ୍ଗଳବାର ଦିନ ହେଉଛି ଅତ୍ୟଧିକ ପ୍ରିୟ ବାର ଦିନ ଏବଂ ଏହି ଦିନରେ ଶ୍ରଦ୍ଧା , ଭକ୍ତି ସହ ପୂଜା କରିବା ଦ୍ଵାରା ଆମ କିଛି ମନ କାମନା ପୁରା ହୋଇଥାଏ । ମଙ୍ଗଳବାର ଦିନ ପୁରା ମନ ଦେଇ ହନୁମାନଙ୍କୁ ସିନ୍ଦୁର ଦେଇ ପୂଜା କରିବା ଦ୍ଵାରା ବ୍ୟକ୍ତିର ମନର କାମନା ପୁରା ହୋଇଥାଏ ।

ମଙ୍ଗଳବାର ଦିନ ହନୁମାନ ଚାଳିଶା ପଢିବା ଦ୍ଵାରା ମଣିଷ ଉପରେ ଥିବା ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ । ମଙ୍ଗଳବାର ଦିନ ଲାଲ ରଙ୍ଗ ର ବସ୍ତ୍ର ନିହାତି ପିନ୍ଧିବେ ଏବଂ କୋଣସି କାମ କରିବା ପୂର୍ବରୁ ଲାଲ ରଙ୍ଗର ବସ୍ତୁ ବା କପଡା ନିହାତି ରଖି ନେବେ ।   ମଙ୍ଗଳବାର  ର  ଦେବ ହେଉଛନ୍ତି ମଙ୍ଗଳ ତେଣୁ ଆପଣଙ୍କର କୋଣସି ମଙ୍ଗଳ ଦୋଷ ରହିଥାଏ , ତେବେ ମଙ୍ଗଳବାର ଦିନରେ ଭଗବାନ ହନୁମାନଙ୍କୁ  ପୂଜା କରିବା ଦ୍ଵାରା ସମସ୍ତ ଦୋଷ ଦୂର ହୋଇଥାଏ ।

ମଙ୍ଗଳବାର ଦିନ ମା ‘ ଚଣ୍ଡୀ କୁ ପୂଜା ଉପାସନା କରିବା ଦ୍ଵାରା ମଙ୍ଗଳ ଦୋଷ ଦୂର ହେବ ସହ ଆମ ଜୀବନରେ ସୁଖ , ଶାନ୍ତି , ସମବୃଦ୍ଧି , ଧନ ସମ୍ପତି ର ବୃଦ୍ଧି ହୋଇଥାଏ । କିନ୍ତୁ ମଙ୍ଗଳବାର ଦିନ କିଛି ଜିନିଷକୁ କରିବା ଏବଂ ଖାଇବା ଅନୁଚିତ୍ ହୋଇଥାଏ । ମଙ୍ଗଳବାର ଦିନ କୁ ପାପ ର ଗ୍ରହ ମଧ୍ୟ କୁହାଯାଇଥାଏ ଯେଉଁ ମାନଙ୍କ ଗ୍ରହରେ ଏହାର ପ୍ରଭାବ ରହିଥାଏ । ସେମାନଙ୍କ ଜୀବନରେ ଅଧିକ କଷ୍ଟ ଅସୁବିଧା ଆସିଥାଏ ।

ମଙ୍ଗଳବାର ଦିନ ଭଗବାନ ଶିବପାର୍ବତୀକୁ ପୂଜା କରିବା ଦିନ କ୍ଷୀର ପିଇବା ଅନୁଚିତ୍ ହୋଇଥାଏ । ମଙ୍ଗଳବାର ଦିନ ଆମିଷ ଜମା ବି ଖାଇବେ ନାହିଁ ନଚେତ୍ ଏହା ଅଶୁଭ ହୋଇଥାଏ । ମଙ୍ଗଳବାର ଦିନ ଭୁଲରେ ବି ମୁଗ ଡାଲି ର ସେବନ କରିବେ ନାହିଁ ନଚେତ୍ ଏହି ଦିନ ଖିବା ଦ୍ଵାରା ଶନି ଏବଂ ମଙ୍ଗଳ ର ମିଳନରେ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ । ଏହି ପୋଷ୍ଟ ଆପଣଙ୍କୁ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ।

Leave a Reply

Your email address will not be published. Required fields are marked *