ଗର୍ଭାବସ୍ଥାରେ ଶୋଇବାର ସଠିକ ଶୈଳୀ ! ନିଶ୍ଚୟ ଜାଣି ରଖନ୍ତୁ…

ନମସ୍କାର ବନ୍ଧୁଗଣ, ମହିଳା ଗର୍ଭବତୀ ଥିବା ସମୟରେ ଅନେକ କଥାର ଧ୍ୟାନ ରଖିବାକୁ ପଡିଥାଏ । କାରଣ ତାଙ୍କ ଗର୍ଭର ଏକ ଜୀବନ ସଞ୍ଚାର ହେଉଥାଏ । ତେଣୁ ଯଦି ସେମାନେ ସାବଧାନତା ଅବଲମ୍ବନ ନକରିବେ ତେବେ ତାଙ୍କ ସହ ତାଙ୍କ ଗର୍ଭରେ ଥିବା ଶିଶୁଟି ଉପରେ କୁପ୍ରଭାବ ପଡିଥାଏ । ଖାଇବା ପିଇବା ସହ ଗର୍ଭବତୀ ମହିଳା ମାନଙ୍କୁ ନିଜ ଶୋଇବାର ଢଙ୍ଗ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ ହୋଇଥାଏ ।

ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଗର୍ଭବତୀ ସମୟରେ ଶୋଇବାର ସଠିକ ଶୈଳୀ ସମ୍ପର୍କରେ । ଗର୍ଭବତୀ ହେବାର ପ୍ରଥମ ତିନି ମାସ ପର୍ଯ୍ୟନ୍ତ ଯେଉଁଭଳି ଚାହିଁବେ ସେହିଭଳି ଶୋଇପାରିବେ ଆପଣ । ମାସ ବଢିବା ସହ ମହିଳାଙ୍କ ପେଟର ଆକାର ମଧ୍ୟ ବଢିବାକୁ ଲାଗିଥାଏ । ଆପଣ ଚାରି ମାସ ହେବା ପରେ କେବେ ବି ପେଟ ମାଡି ଶୋଇବା ଉଚିତ ନୁହେଁ । କାରଣ ଆପଣ ଏଭଳି କରିବା ଦ୍ଵାରା ଆପଣଙ୍କ ଶରୀର ପୁରା ଓଜନ ଆପଣଙ୍କ ଗର୍ଭ ଉପରେ ପଡିଥାଏ ।

ଯାହାଦ୍ୱାରା ପିଲା ଗର୍ଭାଶୟରେ ବୁଲିପାରିନଥାଏ । ତେଣୁ ଧ୍ୟାନ ରଖିବେ ଗର୍ଭବସ୍ତା ସମୟରେ ପେଟ ତଳକୁ କରି ଶୋଇବା ଅନୁଚିତ । ଗର୍ଭାବସ୍ତାରେ ପିଠି ତଳକୁ କରି ଶୋଇବା ମଧ୍ୟ ଅନୁଚିତ । କାରଣ ପିଠି ତଳକୁ କରି ଶୋଇବା ଦ୍ଵାରା ଗର୍ଭାଶୟର ସମ୍ପୂର୍ଣ ଓଜନ ପିଠି ଉପରେ ପଡିଥାଏ । ଶରୀର ତଳପଟୁ ଯେଉଁସବୁ ରକ୍ତନଳୀ ହାର୍ଟକୁ ରକ୍ତ ପହଞ୍ଚାଇଥାଏ ତାହା ଉପରେ ପ୍ରେସର ପଡିଥାଏ ।

ପିଠି ପାଟ ହୋଇ ଶୋଇବା ଦ୍ଵାରା ହଜମରେ ଅସୁବିଧା, କୋଷ୍ଠ କାଠିନ୍ଯ,ନିଶ୍ଵାସ ନେବାରେ ଅସୁବିଧା ଦେବା ଭଳି ସମସ୍ୟା ଦେଖା ଯାଇଥାଏ । ଯାହା ଗର୍ଭରେ ଥିବା ଶିଶୁ ପାଇଁ ବିଲକୁଲ ମଧ୍ୟ ଠିକ ନୁହେଁ । ଡାକ୍ତର ମାନେ ଗର୍ଭବତୀ ମହିଳା ମାନଙ୍କୁ ସର୍ବଦା ବାମ କଡ ମାଡି କିମ୍ବା ଡାହାଣ କଡ ମାଡି ଶୋଇବାର ପରାମର୍ଶ ଦେଇଥାନ୍ତି ।

ଏଭଳି ଶୋଇବା ଦ୍ଵାରା ଉଭୟ ମାଆ ଏବଂ ଶିଶୁ ସ୍ଵାସ୍ଥ୍ୟବାନ ହୋଇଥାନ୍ତି । ବାମ କଡ ମାଡି ଶୋଇବା ଦ୍ଵାରା ଉଭୟ ମାଆ ଏବଂ ଶିଶୁ ଶରୀରରେ ରକ୍ତ ପ୍ରବାହ ଭଲରେ ହୋଇଥାଏ । ତେଣୁ ଶିଶୁକୁ ଆବଶ୍ୟକୀୟ ପୋଷକ ଏବଂ ଅମ୍ଳଜାନ ମିଳିଥାଏ । ଏବଂ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ସହ ବିକାଶ ମଧ୍ୟ ହୋଇଥାଏ । ଏଭଳି ଶୈଳୀରେ ଶୋଇବା ଦ୍ଵାରା ମାଆ ଶରୀରରେ ଚାପ ପଡିନଥାଏ ।

ଡାହାଣ ପଟ ମାଡି ଶୋଇବା ପିଠି ପଟ ଏବଂ ପେଟ ମାଡି ଶୋଇବାରୁ ଉତ୍ତମ ଅଟେ କିନ୍ତୁ ଏହା ଏତେ ଭଲ ହୋଇନଥାଏ । ସବୁଠାରୁ ଉତ୍ତମ ହୋଇଥାଏ ବାମ କଡ ମାଡି ଶୋଇବା ।   ଆପଣ ଶାନ୍ତିରେ ଶୋଇବା ପାଇଁ ପେଟରେ ଏକ ତକିଆ ଦେଇ ଆରମରେ ଶୋଇପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *