Vastu Tips- ମହିଳାମାନେ ଭୁଲରେ ବି ଅନ୍ୟ ଠାରୁ ଏହି 5 ଟି ଜିନିଷ ଉଧାର ନିଅନ୍ତୁ ନାହିଁ, ସ୍ଵାମୀ ହେଇଯିବେ କାଙ୍ଗାଳ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଧର୍ମ ଗ୍ରନ୍ଥ ରେ ଉଲ୍ଲେଖ ରହିଛି ଯେ, ଅନ୍ୟ ର ସାହାଯ୍ୟ କରିବା ପୁଣ୍ୟ କାର୍ଯ୍ୟ ଅଟେ । ଆମେ ମଧ୍ୟ ପ୍ରାୟତଃ ସମୟରେ ଅନ୍ୟ ବ୍ୟକ୍ତି ଙ୍କ ସାହାଯ୍ୟ କରିଥାଉ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କ ଠାରୁ ମଧ୍ୟ କିଛି ନେଇଥାଉ ।

କିନ୍ତୁ ଶାସ୍ତ୍ର ରେ ଏଭଳି କିଛି ଜିନିଷ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି ଯେଉଁ ଜିନିଷ ଗୁଡ଼ିକୁ କେବେବି ଅନ୍ୟ ଠାରୁ ନେବା ଉଚିତ ନୁହେଁ । ଏହି ଜିନିଷ ଗୁଡ଼ିକୁ ସର୍ବଦା ନିଜ ପଇସା ରେ ହିଁ କିଣିବା ଉଚିତ । ନଚେତ ଆପଣଙ୍କ ଘରେ ନକରାତ୍ମକତା ସୃଷ୍ଟି ହୋଇଥାଏ ଏବଂ ଆପଣ ବର୍ବାଦ ମଧ୍ୟ ହୋଇପାରନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଜିନିଷ ସମ୍ବନ୍ଧରେ କହିବୁ ଯାହା ଭୁଲ ରେ ବି ଅନ୍ୟ ଠାରୁ ନେବା ଉଚିତ ନୁହେଁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ରେ ହେଉଛି ଲୁଣ । ବେଳେବେଳେ ଆମ ଘରେ ହଠାତ ଲୁଣ ସରି ଯାଇଥାଏ । ଯେଉଁ କାରଣରୁ ଆମେ ଅନ୍ୟ ଠାରୁ ମାଗି ଆଣିଥାଉ ଏବଂ ତା’ର ପଇସା ମଧ୍ୟ ଦେଇ ନଥାଉ । ଏପରି କରିବା ଅନୁଚିତ ହୋଇଥାଏ । ଲୁଣ ଭଗବାନ ଶନିଦେବ ଙ୍କ କାରକ ଅଟେ । ଯଦି ଆପଣ ବିନା ପଇସା ଦେଇ ଅନ୍ୟ ଠାରୁ ଲୁଣ ଆଣିବେ ତେବେ ଆପଣଙ୍କ ଉପରେ କରଜ ର ଭାର ବଢ଼ିଥାଏ । ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, କଳା ରାଶି । କଳା ରାଶି ହେଉଛି ରାହୁ କେତୁ ଓ ଶନିଦେବ ଙ୍କ କାରକ । ପ୍ରତ୍ୟେକ ବ୍ୟକ୍ତି ଶନିଦେବ ଓ ରାହୁ କେତୁ ଙ୍କ କୁପ୍ରଭାବ ରୁ ବଞ୍ଚିବା ପାଇଁ କଳା ରାଶି ଦାନ କରିଥାନ୍ତି । ତେଣୁ କଳା ରାଶି କେବେବି ଅନ୍ୟ ଠାରୁ ଦାନ ସ୍ବରୂପ ନେବା ଉଚିତ ନୁହେଁ । ଖାସ କରି ଶନିବାର ଦିନ ଏପରି ଭୁଲ ଆଦୋୖ କରନ୍ତୁ ନାହିଁ ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି, ସୋରିଷ ତେଲ । କୌଣସି ପ୍ରକାର ତେଲ ବିନା ପଇସା ଦେଇ ନେବା ଉଚିତ ନୁହେଁ । ବିଶେଷ କରି ସୋରିଷ ତେଲ । ଏହା ଶନିଦେବ ଙ୍କ ସହ ଜଡ଼ିତ ଥାଏ । ସୋରିଷ ତେଲ ଭଗବାନ ଶନିଦେବ ଙ୍କୁ ଅର୍ପଣ କରାଯାଇଥାଏ । ଯଦି ଆପଣ ବିନା ପଇସା ରେ ସୋରିଷ ତେଲ କିଣିବେ ତେବେ ଆପଣଙ୍କ ଉପରେ ଶନିଦେବ କ୍ରୋଧିତ ହୋଇଥାନ୍ତି ଏବଂ ଆପଣଙ୍କୁ ଅନେକ ଦୁଃଖ ଓ କ୍ଳେଶ ର ସାମ୍ନା କରିବାକୁ ପଡ଼ିଥାଏ ।

୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, ଦିଆସିଲି । ଦିଆସିଲି ଅଗ୍ନି ପ୍ରଜ୍ଜ୍ୱଳନ ରେ ସହାୟକ ହୋଇଥାଏ । ଯଦି ଆପଣ ବିନା ପଇସା ଦେଇ ଦିଆସିଲି ନେବେ ତେବେ ଆପଣଙ୍କ ପରିବାର ରେ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ କଳହ ଲାଗି ରହିଥାଏ । ତେଣୁ ଦିଆସିଲି କୁ ଭୁଲ ରେ ମଧ୍ୟ ଦାନ ସ୍ବରୂପ ନିଅନ୍ତୁ ନାହିଁ ।

୫. ବନ୍ଧୁଗଣ ପଞ୍ଚମ ରେ ହେଉଛି, ଲୁହା ନିର୍ମିତ ବସ୍ତୁ । ଲୁହା ନିର୍ମିତ କୌଣସି ବସ୍ତୁ କୁ ଦାନ ସ୍ୱରୂପ ଅଥବା ବିନା ପଇସା ଦେଇ ଆଣିବା ଉଚିତ ନୁହେଁ । କାରଣ ଲୁହା ଶନିଦେବ ଙ୍କ ଧାତୁ ଅଟେ । ଯଦି ଆପଣ ବିନା ପଇସା ଦେଇ ଲୁହା ନିର୍ମିତ ବସ୍ତୁ ଦାନ ସ୍ୱରୂପ ନେଉଛନ୍ତି ତେବେ ଆପଣଙ୍କ ଉପରେ ଭଗବାନ ଶନିଦେବ ଙ୍କ କୁପ୍ରଭାବ ପଡ଼ିପାରେ ଏବଂ ଆପଣଙ୍କ ଜୀବନ ରେ ଅଶାନ୍ତି ଓ ଆର୍ଥିକ ହାନୀ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *