Health Tips- ବାସ ଏହି 3 ଟି ଜିନିଷ ପ୍ରତିଦିନ ଖାଆନ୍ତୁ, Liver ର ସବୁ ରୋଗ ହେଇଯିବ ଗାୟବ (Naturally Detox your Liver)

ନମସ୍କାର ବନ୍ଧୁଗଣ, ଲିଭର ଶରୀରର ଏକ ମୁଖ୍ୟ ଅଙ୍ଗ ହୋଇଥାଏ । କାରଣ ଆମେ ଯାହା ଖାଇବା ଖାଇଥାଉ ତାହା ହଜମ ହେବା ପରେ ସେଥିରେ ଯାହା ଦରକାରୀ ପଦାର୍ଥ ଥାଏ ତାହାକୁ ଶରୀର ଭିତରେ ରଖିଥାଏ ଏବଂ ଅଦରକାରୀ ବା ଆମ ଶରୀର ପାଇଁ ହାନିକାରକ ପଦାର୍ଥକୁ ବାହାରକୁ ବାହାର କରିଦେଇଥାଏ । ଯଦି ଆଧିକ ମାତ୍ରାରେ ଆମ ଶରୀରରେ ଅଦରକାରୀ ତଥା ହାନିକାରକ ପଦାର୍ଥ ଯାଏ ତେବେ ଲିଭର ଭିତରେ ତାହା ଜମା ହେବାକୁ ଲାଗିଥାଏ ।

କାରଣ ଲିଭର ର ଏକ ଲିମିଟ ରହିଛି ଅଦରକାରୀ ପଦାର୍ଥକୁ ବାହାରକୁ ବାହାର କରିବା ପାଇଁ ଯଦି ଅଧିକ ହୋଇଯାଏ ତେବେ ତାହା ଲିଭରରେ ଜମିବାକୁ ଲାଗିଥାଏ । ଆଉ ଏହାଫଳରେ ଅନେକ ଲିଭର ଜନିତ ସମସ୍ୟା  ଦେଖା ଦେଇଥାଏ । ତେବେ ଆପଣଙ୍କୁ ଆପଣଙ୍କ ଲିଭରକୁ ସୁସ୍ଥ ରଖିବା ପାଇଁ କଣ ସବୁ କରିବା ଆବଶ୍ୟକ ତାହା ସମ୍ପର୍କରେ ଆଜି ଆସନ୍ତୁ ଜାଣିବା ।

ହଳଦୀ: ଆପଣ ହଳଦୀକୁ ବ୍ୟବହାର କରିବା ପାଇଁ ଏକ ଗ୍ଳାସ ଗରମ ପାଣି ନିଅନ୍ତୁ । ଏବଂ ସେଥିରେ ଆପଣ ଅଧ ଚାମଚ ହଳଦୀ ପକାନ୍ତୁ । ଏହା ସହିତ ଆପଣଙ୍କୁ ଏଥିରେ ଏକ ଚୁଟକି କଳା ଲଙ୍କା ପକାଇବା ଆବଶ୍ୟକ । ଆପଣ ଏହି ତିନୋଟି ଜିନିଷକୁ ଯଦି ପାଣିରେ ମିଶାଇ ସକାଳୁ ସକାଳୁ ଖାଲି ପେଟରେ ପିଅନ୍ତୁ । ଏହାକୁ ପ୍ରତିଦିନ ସେବନ କରିବା ଫଳରେ ଆପଣଙ୍କ ଲିଭର 14 ଦିନ ଭିତରେ ସୁସ୍ଥ ରହିବା ଆରମ୍ଭ କରିଦେବ ।

ଅଁଳା ଏବଂ କଲରା: ଅଁଳା ଲିଭର ଏନଜାଇମକୁ ବଢାଇଥାଏ । ଏବଂ ଲିଭରର କୋଷକୁ ସୁରକ୍ଷା ଦେବାର କାର୍ଯ୍ୟ କରିଥାଏ । କଲରା ଆପଣଙ୍କ ଶରୀର ଅଧିକ ନିଶା ସେବନ କରିବା ଦ୍ଵାରା ହେଉଥିବା ଟକ୍ସିସିଟିକୁ ଦୂର କରିଦେଇଥାଏ । ଏହାସହିତ କଲରା ଲିଭର ସେଲକୁ ସୁସ୍ଥ ରଖିବାର କାର୍ଯ୍ୟ କରିବା ସହ ବ୍ଲଡ଼କୁ ଶୁଦ୍ଧ କରିବାର କାମ ମଧ୍ୟ କରିଥାଏ ।

ଆପଣ ଏକ ଗ୍ଳାସ ଗରମ ପାଣିରେ ଦୁଇ ଚାମଚ ଅଁଳା ରସ ମିଶାନ୍ତୁ । ଏବଂ ଦୁଇ ଚାମଚ ମିଶାନ୍ତୁ କଲରା ରସ । ଏହି ପାଣିକୁ ଆପଣଙ୍କୁ ଦ୍ଵିପହର ଖାଦ୍ୟ ଖାଇବାର 1 ଘଣ୍ଟା ପୂର୍ବରୁ ସେବନ କରିବାକୁ ପଡିବ । ଏହି ସମୟରେ ଆପଣ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ଏହାର ଅବଜର୍ବସନର ମାତ୍ରା ବଢିଯାଇଥାଏ ।

ରସୁଣ: ଆପଣ ରାତିରେ ଶୋଇବା ପୂର୍ବରୁ ରସୁଣ ଦୁଇଟି କଞ୍ଚା ପାଖୁଡା ପାଟିରେ ଚୋବାଇ ଖାଇବା ଆବଶ୍ୟକ ।ଯଦି ଆପଣ ସିଧା ଏଭଳି ଚୋବାଇ ଖାଇ ପାରୁନାହାନ୍ତି । ତେବେ ଆପଣ ଏହାକୁ ଛେଚାରେ ଛେଚି ଅଳ୍ପ ଅଳ୍ପ କରି ନେଇ ଖାଇ ପାରିବେ । ଏହା ସହିତ ଆପଣ ପ୍ରତିଦିନ 1 କିମ୍ବା 2 କପ ଗ୍ରୀନ ଟି ନେବା ଦ୍ଵାରା ମଧ୍ୟ ଆପଣଙ୍କୁ ଅଧିକ ଫାଇଦା ମିଳିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *