ଲିଭର୍ ଦାନ କଲା ପରେ ସେ ଲୋକ ସହିତ କଣ ହୁଏ ? ବଞ୍ଚେ ନା ମରେ ? ଦେଖାଦିଏ କେଉଁ ସବୁ ସମସ୍ଯା ?

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନଙ୍କୁ ଲିଭର୍ ର୍ଜନିତ ସମସ୍ୟା ସମ୍ବନ୍ଧରେ କିଛି ବିଷୟ କହିବି । ଲିଭର୍ ଦାନ କରିଥିବା ବ୍ୟକ୍ତି ବଞ୍ଚିଥାଏ ନା ମରିଯାଏ । ଲିଭର୍ ଦେବା ବ୍ୟକ୍ତିର କିଛି କ୍ଷତି ହୋଇଥାଏ କି ଏହି ସବୁ ବିଷୟରେ କିଛି କହିବି ଯାହା ସମ୍ବନ୍ଧରେ ଜାଣିବା ନିହାତି ଜରୁରୀ ଅଟେ । ଲିଭର୍ ହେଉଛି ଏମିତି ଏକ ଅଙ୍ଗ ଯାହା କି ନିଜକୁ ନିଜେ ଗଢିବାର ସମର୍ଥ ରଖିଥାଏ । ଯେମିତିକି ଝିଟିପିଟିର ଲାଙ୍ଗୁଳ ଛିଡି ଗଲେ  ତେବେ ତାହା କିଛି ଦିନ ପରେ ପୂର୍ଣବାର ନୂଆ କଅଳି ଉଠେ ଠିକ୍ ସେହିପରି ଲିଭର୍ ମଧ୍ୟ ହୋଇଥାଏ ।

ଲିଭର୍ ରୁ ଖଣ୍ଡେ ଭାଗ କଟା ହୋଇ ରୋଗୀର ଶରୀରରେ ଲଗା ହେବ ପରେ ତାହା ଆଉ  ଥରେ ନୂଆ ହୋଇଥାଏ । ତେଣୁ ଯାହାଙ୍କ ର ଲିଭର୍ ଖରାପ ହୋଇଯାଇଥାଏ ବା ଲିଭର୍ ଆବଶ୍ୟକ ରହିଥାଏ , ତେବେ ଏଭଳି ସ୍ଥଳରେ ଲିଭର୍ ଦାନକାରୀ ନିଜର ଲିଭର୍ କୁ ଦାନ କରିପାରିବେ  । କିନ୍ତୁ ଏବେ ଏହା ଏକ ବଡ ପ୍ରଶ୍ନ ହେଲା ଲିଭର୍ ଦାନକାରୀ  ଏହି ପରିସ୍ଥିରେ ବ୍ୟକ୍ତିଟି ଜୀବିତ ରହିତ ନା ମରିଯିବେ । ସ୍ଵାସ୍ଥ ବିଶେଷଜ୍ଞ ଙ୍କ ମତରେ କେଉଁ ବ୍ୟକ୍ତି ଲିଭର୍ ଦାନ କରିପାରିବେ ।

ଯଦି ଆମେ ଜଣେ ମୃତ ବ୍ୟକ୍ତିଙ୍କ ଲିଭର୍ ରୋଗୀକୁ ଲଗେଇଥାଉ । ତେବେ ସେହି ବ୍ୟକ୍ତିର ମସ୍ତିସ୍କ ମୃତ ହେବା  ଦରକାର ନଚେତ୍ ଏହି ଭଳି ପରିସ୍ଥିରେ ଲିଭର୍ ଦେବା ଅନୁଚିତ୍ ଅଟେ । ଯଦି ଆମେ ଜୀବିତ ଓ ସୁସ୍ଥ  ବ୍ୟକ୍ତିର ଲିଭର୍ କାଢି ରୋଗୀକୁ ଲଗେଇଥାଉ ତେବେ ସେହି ବ୍ୟକ୍ତିର କୋଣସି କ୍ଷତି ହୋଇନଥାଏ । କାରଣ ଲିଭର୍ ହେଉଛି ଏମିତି ଏକ ଅଙ୍ଗ ଯାହା ନିଜକୁ ନିଜେ ତିଆରି କରିପାରେ  । ପୂର୍ଣ୍ଣ ଲିଭର୍ରରୁ ଯଦି ଅଧା ଅଂଶ କଟା ଯାଇ ଅନ୍ୟ ଏକ ଦେହରେ ଲଗାଯାଏ , ତେବେ ଲିଭର୍ ନିଜକୁ ପୂର୍ବ ଭଳି ତିଆରି କରିପାରିବ ।

ଲିଭର୍ ଦେଇଥିବା  ବ୍ୟକ୍ତିର କୋଣସି କ୍ଷତି ହୋଇନଥାଏ । ବ୍ୟକ୍ତି ଟି ଲିଭର୍ ଦାନ କରିବା ପରେ ପୂର୍ବରୁ ଯେମିତି ସୁସ୍ଥ ରହେ ଠିକ ସେହି ପରି ରହିଥାଏ । କିନ୍ତୁ ଏତିକି ପରିବର୍ତ୍ତନ ହୋଇଥାଏ କି ବ୍ୟକ୍ତିର ପେଟ ଉପରେ ଏକ କଟା ଚିହ୍ନ ରହିଯାଏ । ସବୁ ଠାରୁ ଭଲ ବିଷୟ ହେଲା ଲିଭର୍ ଦାନ କରିବାର ଦୁଇ ରୁ ତିନି ମାସ ଭିତରେ ଲିଭର୍ ପୁନଃ ଗଠିତ ହୋଇଯାଏ । କିନ୍ତୁ ଗୁରୁତ୍ଵପୂର୍ଣ କଥା ହେଉଛି ଲିଭର ଦେବାର ନିୟମ କ’ଣ ।

ଏହି ନିୟମ ଅନୁସାରେ ହି ଆମେ ଲିଭର୍ ଦାନ କରିପାରୁ । ଏହା ହେଲା ଲିଭର୍ ଦେଉଥିବା ବ୍ୟକ୍ତି ନିଜ ସମ୍ପର୍କୀୟ ବ୍ୟକ୍ତି ହେବ ଦରକାର ନଚେତ୍ ପରେ ସେ ବ୍ୟକ୍ତି ଲିଭର୍ ଦାନ ର ଦୋଷାରୋପ କରିପାରେ । ଲିଭର୍ ଦାନ କରୁଥିବା ବ୍ୟକ୍ତି ନିଜ ଲୋକ ହେବ ଦ୍ଵାରା ଅର୍ଥ ମଧ୍ୟ କର୍ଚ ହୋଇନଥାଏ । ଲିଭର୍ ଦାନ କରିଥିବା ବ୍ୟକ୍ତିକ କିଛି ବୟସ ସୀମା ମଧ୍ୟ ରହିଛି । କାରଣ ଲିଭର ଦାନକାରୀଙ୍କ ବୟସ ଅଧିକ ହୋଇଥାଏ ତେବେ ତାଙ୍କର ଲିଭର ଗଠନ ହେବାରେ ଅସୁବିଧା ହୋଇଥାଏ , ତେଣୁ ଏମିତି କିଛି ନିୟମ ରହିଛି ଯାହାକୁ ଧ୍ୟାନରେ ରଖିବା  ଉଚିତ୍ ।

କେବଳ ଜୀବିତ ବ୍ୟକ୍ତି ଲିଭର୍ ଦାନ କରିବା ଦ୍ଵାରା ସେ ବ୍ୟକ୍ତିର କୋଣସି କ୍ଷତି ହୋଇନଥାଏ । ପରନ୍ତୁ ସେ ବ୍ୟକ୍ତି ଶୀଗ୍ର ସୁସ୍ଥ ହୋଇଯାଇଥାଏ । ତେଣୁ ବନ୍ଧୁଗଣ ଏହା ଥିଲା କିଛି ଲିଭର୍ ଦେବାର ନିୟମ ମୁଁ ଆଶା କରୁଛି ଯେ ଏହା ଦ୍ଵାରା ଆପଣଙ୍କ ଅନେକ ସନ୍ଦେହ ଦୂରିକିତ ହୋଇଛି ବୋଲି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *