ଏହି 6 ଜଣଙ୍କ ପାଇଁ ବିଷ ହୋଇଥାଏ ଲେମ୍ବୁ ପାଣି, ଲେମ୍ବୁ ପାଣି ପିଇବା ପୂର୍ବରୁ ନିଶ୍ଚୟ ଦେଖନ୍ତୁ- Health tips

ଲେମ୍ବୁ ପାଣିର ଅନେକ ଔଷଧୀୟ ଗୁଣ ରହିଛି ଓ ଏହା ପିଇବାର ଅନେକ ଲାଭ ରହିଛି । ଲେମ୍ବୁରେ ପ୍ରଚୁର ମାତ୍ରାରେ ଭିଟାମିନ-ସି ରହିଛି । ବିଶେଷ କରି ଖରାଦିନେ ଲେମ୍ବୁ ପାଣି ପିଇବାକୁ ସମସ୍ତେ ପସନ୍ଦ କରନ୍ତି । ଏହା ଖରା ଗରମରୁ ଅନେକ ମାତ୍ରାରେ ଆରମ ପ୍ରଦାନ କରିଥାଏ ।

କେହି କେହି ପଖାଳରେ ମଧ୍ୟ ଲେମ୍ବୁ ଚିପୁଡି ଖାଇବାକୁ ଓ ସାଲାଡ ବନେଇ ଖାଇବାକୁ ବହୁତ ପସନ୍ଦ କରନ୍ତି । ମାତ୍ର ଏପରି କିଛି ରୋଗ ରହଛି ଯାହା ହୋଇଥିଲେ ଲେମ୍ବୁ ପାଣି ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ତେବେ ଆସନ୍ତୁ ବିସ୍ତାରରେ ଜାଣିବା କେଉଁ ରୋଗ ଥିଲେ ଲେମ୍ବୁ ପାଣି ପିଇବା ଉଚିତ ନୁହେଁ ।

ଯଦି ଆପଣଙ୍କୁ କିଡନୀ କିମ୍ବା ଲିଭର ଜନିତ କୌଣସି ସମସ୍ଯା ରହିଛି ତେବେ ଆପଣ ଲେମ୍ବୁ ପାଣି ପିଇବା ଉଚିତ ନୁହେଁ । ଏହା ଆପଣଙ୍କ କିଡନୀରେ ଷ୍ଟୋନ ବା ପଥର ବନେଇ ଦେଇପାରେ । ଯଦି ଆପଣଙ୍କ କିଡନୀରେ ଆଗରୁ ଷ୍ଟୋନ ରହିଛି ତେବେ ବିଲକୁଲ ଲେମ୍ବୁ ପଣି ସେବନ କରନ୍ତୁ ନାହିଁ । ଏହା ବ୍ଯତୀତ ଯେଉଁ ଲୋକଙ୍କୁ ହାଡ ଜନିତ ସମସ୍ଯା ରହିଛି ସେମାନେ ମଧ୍ୟ ଲେମ୍ବୁ ପାଣି ପିଇବା ଅନୁଚିତ ଅଟେ । ଲେମ୍ବୁ ପାଣି ଶରୀରକୁ ଥଣ୍ଡା ରଖିଥାଏ, ଯାହାର ପ୍ରଭାବ ଆପଣଙ୍କ ହାଡ ଉପରେ ପଡିଥାଏ ।

ଲେମ୍ବୁ ଏସିଡିକ ହୋଇଥାଏ, ତେଣୁ ଅଧିକ ମାତ୍ରାରେ ଏହାର ସେବନ ଗ୍ଯାସ, ଏସିଡିଟି, ଛାତି ଜଳାପୋଡା ଆଦି ସମସ୍ଯା ବୃଦ୍ଧି କରିଥାଏ । ଯେଉଁ ମାନଙ୍କ ଏସିଡିଟି ସମସ୍ଯା ଅଛି ସେମାନେ ପ୍ରତିଦିନ ଲେମ୍ବୁ ପାଣି ସେବନ କରିବାରୁ ବିରତ ରହିବା ଉଚିତ । ଯେବେ ବି ଲେମ୍ବୁ ପାଣି ପିଉଛନ୍ତି ସକାଳେ ଜଳଖିଆ ଖାଇବା ପରେ ହିଁ ପିଅନ୍ତୁ ।

ଲେମ୍ବୁ ପାଣିରେ ଚିନି ମିଶାଇ ନା ପିଇ ସେଥିରେ ଅଳ୍ପ କଳା ଲୁଣ ପକାଇ ଉଷୁମ ପାଣିରେ ହିଁ ପିଅନ୍ତୁ । ଏହା ଛଡା ଯେଉଁ ମାନଙ୍କ ପେଟରେ ଅଲସର ଅଛି ସେମାନେ ବିଲକୁଲ ଲେମ୍ବୁ ପାଣି ପିଇବା ଉଚିତ ନୁହେଁ । ଲେମ୍ବୁ ପାଣିରେ ଥିବା ଏସିଡ ଅଂଶ ଆପଣଙ୍କ ଅଲସରକୁ କ୍ଷତି ପହଞ୍ଚାଇ ପାରେ ଓ ଆପଣଙ୍କୁ ପେଟ ବ୍ୟଥା ଓ ଜଳାପୋଡା ମଧ୍ୟ ହୋଇପାରେ । ଯଦି ଆପଣଙ୍କ ଦାନ୍ତ ଜନିତ କୌଣସି ସମସ୍ଯା ରହିଛି ତେବେ ଲେମ୍ବୁ ପାଣି ସେବନ କରନ୍ତୁ ନାହିଁ ।

ଏହାର ଏସିଡ ଭାଗ ଆପଣଙ୍କ ଦାନ୍ତକୁ ଆହୁରି ଅଧିକ କ୍ଷତି କରିପାରେ ଓ ଆପଣଙ୍କୁ ଦାନ୍ତରେ ଝିମଝିମ ମଧ୍ୟ ଅନୁଭବ ହୋଇପାରେ । ଲେମ୍ବୁ ପାଣି ପିଇଲେ ବାରମ୍ବାର ପରିସ୍ରା ଲାଗିଥାଏ । ସେଥିପାଇଁ ଏହି ସ-ମ୍ବ-ନ୍ଧି-ତ କୌଣସି ସମସ୍ଯା ଥିଲେ ମଧ୍ୟ ଲେମ୍ବୁ ପାଣି ପିଅନ୍ତୁ ନାହିଁ । ଆପଣଙ୍କୁ ଯଦି ଥଣ୍ଡା, କଫ ବା ପିତ ସମସ୍ଯା ରହିଛି କିମ୍ବା ହଜମ ସମସ୍ଯା ରହିଛି ତେବେ ଲେମ୍ବୁ ପାଣି ପିଅନ୍ତୁ ନାହିଁ । ଏହାର ସେବନ ଆପଣଙ୍କ କଫ ବୃଦ୍ଧି କରିପାରେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *