Health Tips- ସ୍ପର୍ମ ଗୋଟିଏ ପିଲା 2 ଟି କିପରି ? କିପରି ଗୋଟିଏ ସ୍ପର୍ମରୁ ଜନ୍ମ ହୁଅନ୍ତି ଯାଁଆଳା ପିଲା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ଜଣଙ୍କ ଗର୍ଭବତୀ ହେଲେ ମହିଳା ଜଣଙ୍କର ସନ୍ତାନଟିଏ ପ୍ରାପ୍ତ ହୋଇଥାଏ । ତେବେ କହିବା ଅନୁସାରେ ଗୋଟିଏ ସ୍ପମରେ କେବଳ ଗୋଟିଏ ପିଲା ହିଁ ଜନ୍ମ ହୋଇଥାଏ । ତେବେ କିଛି କିଛି ପ୍ରେଗନେନଶୀରେ ଜାଆଁଳା ସନ୍ତାନ ଜନ୍ମ ହୋଇଥାଏ କିପରି ? ଏହି ବିଷୟରେ ଆଜି ସବିଶେଷ ଆଲୋଚନା କରିବା । ଜାଆଁଳା ସନ୍ତାନ ୨ ପ୍ରକାରର ହୋଇଥାନ୍ତି ।

ଗୋଟିଏ ହେଉଛି ଆଡେଣ୍ଟିକାଲ୍ ଓ ଅନ୍ୟଟି ନନ୍ ଆଡେଣ୍ଟିକାଲ୍ । ବିଜ୍ଞାନ ଭାଷାରେ ମୋନୋଯାଇଗୋଟିକ ଓ ଡାଇଯାଇଗୋଟିକ । ମହିଳା ଶରୀରରେ ଗୋଟିଏ ଅଣ୍ଡା ରହିଥାଏ । ସେଥିରେ ଗୋଟିଏ ସ୍ପମ ମିଶିଲେ ତାହା ଫର୍ଟିଲାଇଜର କରି ଏକ ଭୃଣ ବା ଏମ୍ବ୍ରିୟ ସୃଷ୍ଟି କରିଥାଏ । ବେଳେବେଳେ ମହିଳାଙ୍କ ଶରୀରରେ ଫର୍ଟିଲାଇଜେସନ ପ୍ରକ୍ରିୟାରେ ଗୋଟିଏ ନୁହେଁ ବଂର ୨ ଟି ଏମ୍ବ୍ରିୟ ସୃଷ୍ଟି ହୋଇଯାଇଥାଏ ।

ଯେହେତୁ ଏହା ଗୋଟିଏ ଅଣ୍ଡାରୁ ତିଆରି ହୋଇଥିଲା । ତେବେ ପ୍ଲାସେଣ୍ଟା ବି ଗୋଟିଏ ହୋଇଥାଏ । ତେଣୁ ଏପରି କ୍ଷେତ୍ରରେ ୨ ଟି ଝିଅ ନହେଲେ ୨ ଟି ପୁଅ ଜନ୍ମ ହୋଇଥାଏ । ଯେଉଁ ୨ ପୁଅ କିମ୍ବା ୨ ଝିଅ ଜନ୍ମ ହୋଇଥାନ୍ତି । ସେମାନେ ଅବିକଳ ଜଣେ ଅନ୍ୟ ଜଣ ପରି ଦେଖାଯାଇଥାନ୍ତି । ଏମାନଙ୍କର DNA ପ୍ରାୟତଃ ସମାନ ରହିଥାଏ କିନ୍ତୁ ଫିଙ୍ଗର ପ୍ରିଣ୍ଟ ଅଲଗା ରହିଥାଏ ।

ଏପରି ପିଲା ମାନଙ୍କୁ ମୋନୋଯାଇଗୋଟିକ କୁହାଯାଇଥାଏ । ବେଳେ ବେଳେ ମହିଳାଙ୍କ ଠାରେ ଥରକରେ ୨ ଟି ଅଣ୍ଡା ହୋଇଯାଇଥାଏ । ଏହାକୁ ଫର୍ଟିଲାଇଜର କରିବା ପାଇଁ ୨ ଟି ସ୍ପମର ଆବଶ୍ୟକତା ରହିଥାଏ । ଏପରି କ୍ଷେତ୍ରରେ ୨ ଟି ଅଲଗା ଅଲଗା ଭୃଣ ବା ଏମ୍ବ୍ରିୟ ତିଆରି ହୋଇଥାଏ । ତେବେ ଏହି ୨ ଟି ଭୃଣର ୨ ଟି ସ୍ଵତନ୍ତ୍ର ପ୍ଲାଜେନ୍ଟା ମଧ୍ୟ ହୋଇଥାଏ ।

ତେବେ ଏହି ପରିସ୍ଥିତିରେ ଜନ୍ମିତ ହେଉଥିବା ଯାଆଁଳା ପିଲା ଦୁହିଁଙ୍କର ଲିଙ୍ଗ ଅଲଗା ହୋଇଥାଏ । ଗୋଟିଏ ପୁଅ ଓ ଅନ୍ୟଟି ଝିଅ ହୋଇଥାଏ । ତେବେ ମହିଳା ଜଣଙ୍କର ଜାଆଁଳା ସନ୍ତାନ ଜନ୍ମ ହେବାର ୨ ଟି ପ୍ରମୁଖ କାରଣ ରହିଛି । ପ୍ରଥମଟି ହେଉଛି ବର୍ତ୍ତମାନର ମହିଳା ବହୁତ ବିଳମ୍ବରେ ସନ୍ତାନ ପ୍ଲାନିଂ କରୁଛନ୍ତି ।

ଦିତୀୟରେ IVF ଭଳି ପଦ୍ଧତି ଦ୍ଵାରା ମଧ୍ୟ ଜାଆଁଳା ସନ୍ତାନ ଜନ୍ମ ହେବାର ସମ୍ଭାବନା ବହୁତ ରହିଥାଏ । ଆଗ କାଳରେ ଯଦି ଜାଆଁଳା ସନ୍ତାନ ଜନ୍ମ ହେଉଥିଲା। ତେବେ ତାହାକୁ ବହୁତଲୋକ ଚମତ୍କାରୀତା ବୋଲି କହୁଥିଲେ । ବର୍ତ୍ତମାନ ସମୟରେ ବିଜ୍ଞାନର ଉନ୍ନତି କାରଣରୁ ଜାଆଁଳା ସନ୍ତାନ ଜନ୍ମ ହେବା ପଛର ରହସ୍ୟ ସବୁ ଲୋକ ଜାଣିପାରୁଛନ୍ତି । ଯଦି ଏହି ପୋଷ୍ଟଟିଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *