ନମସ୍କାର ବନ୍ଧୁଗଣ କିଡନୀ କିମ୍ବା ବୃକକ୍ ଆମ ଶରୀର ର ଏକ ଆବିଛେଦ ଅଙ୍ଗ ଏହା ଆମ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ । କିଡ୍ନୀ କୁ ଆପଣ ଏକ ଫିଲଟର ବୋଲି କହି ପାରିବେ । ଆମେ ଦିନ ଯାକ ଖାଉଥିବା ଖାଦ୍ୟ ଏବଂ ପାନୀୟ ଆଦି ଯାହା ଶରୀର କୁ ଆବଶ୍ୟକ ତାହା ଗ୍ରହଣ କରିବା ପରେ । ଯେଉଁ ଜିନିଷ ସବୁ ଅଦରକାରୀ ଆମ ଶରୀର ପାଇଁ ସେହି ବସ୍ତୁ ଶରୀରର ବିଭିନ୍ନ ରାସ୍ତା ଦେଇ ବାହାରେ । ଝାଡା,ପରିଶ୍ରା, ଏବଂ ଝାଳ ଦ୍ୱାରା ବାହାରି ଥାଏ ।
ତେବେ ଖାଦ୍ୟ ଖାଇବା ପରେ ଯେଉଁ ରକ୍ତ ହୁଏ ଏବଂ ରକ୍ତ ହେବା ପରେ ସେଥିରେ ଥିବା ଅଦରକାରୀ ବସ୍ତୁ ସବୁ କୁ ଏହି କିଡ୍ନୀ ଦ୍ୱାରା ବାହାର କରାଯାଇ ଥାଏ । କିଡ୍ନୀ ର ଦୁଇଟା ରାସ୍ତା ଅଛି ଗୋଟିଏ ପଟେ ପରିଷ୍କାର ରକ୍ତ ଗୁଡିକ ଯାଏ ଏବଂ ଅନ୍ୟ ପଟେ ଛଣା ହୋଇ ଅପରିଷ୍କାର ରକ୍ତ ବାହାରି ଆସେ । କିଡ୍ନୀ ର ମୁଖ୍ୟ କାର୍ଯ୍ୟ ହେଉଛି ରକ୍ତ କୁ ଛାଣିବା । ଆମ ଶରୀର ସୁସ୍ଥ ରହିବା ନିହାତି ଆବଶ୍ୟକ ।
ଶରୀର ସୁସ୍ଥ ରହିଲେ ହିଁ ଆମେ ସବୁ ପ୍ରକାରର କାର୍ଯ୍ୟ କରିବାରେ ସକ୍ଷମ ହୋଇ ପାରିବୁ । ତେଣୁ ଶରୀର ରେ ଥିବା ଅଦରକାରୀ ଵସ୍ତୁ ଏବଂ ଆବର୍ଜନା ସବୁ ବାହାରିବା ନିହାତି ଆବଶ୍ୟକ ଅଟେ । ସେସବୁ ବାହାରିଲେ ହିଁ ଆମ ଶରୀର ସୁସ୍ଥ ରହି ପାରିବ । ତେବେ କିଛି ଟା ଜିନିଷ ଅଛି ଯାହା ଦ୍ୱାରା ଆମ କିଡନୀ କିମ୍ବା ବୃକକ୍ ଖରାପ ହେବାର ସମ୍ଭାବନା ରହିଥାଏ । ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ଗୁଡିକ କଣ କଣ ।
୧- ପ୍ରଥମ ରେ ହେଉଛି ମିଠା । ମିଠାରେ ଅଧିକ ପରିମାଣର ଶର୍କରା ରହିଥାଏ ତେଣୁ ଏହାର ଅଧିକ ବ୍ୟବହାର ଦ୍ୱାରା ଆମକୁ ମଧୁମେହ ଜନିତ ରୋଗ ହୋଇପାରେ । ଏହା ସହ ଉଚ୍ଚ ରକ୍ତଚାପ ମଧ୍ୟ ହୋଇପାରେ ଏବଂ ଏହା ଆମ କିଡନୀ ପାଇଁ ମଧ୍ୟ ବହୁତ ହାନିକାରକ ଅଟେ । ତେଣୁ ମିଠାକୁ ଟିକେ ବାରଣ କରିବା ଆବଶ୍ୟକ ।
୨- ଦ୍ଵିତୀୟ ରେ ହେଉଛି ଲୁଣ । ଲୁଣ ରେ ରହିଥିବା ସୋଡିୟମ ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ କିନ୍ତୁ ଏହାର ଅଧିକ ବ୍ୟବହାର ଦ୍ୱାରା କିମ୍ବା ସୋଡିୟମ ର ମାତ୍ରା ଅଧିକ ହେବା ଦ୍ୱାରା ମଧ୍ୟ ଆମ କିଡନୀ ଖରାପ ହୋଇ ପାରେ । ତେଣୁ ଲୁଣ କୁ ମଧ୍ୟ ନିୟନ୍ତ୍ରଣ ରେ ରଖି ବ୍ୟବହାର କରିବା ଆବଶ୍ୟକ ଅଟେ ।
୩- ତୃତୀୟ ରେ ହେଉଛି ମାଂସ । ଅଧିକ ମାଛ ମାଂସ ଦ୍ୱାରା ମଧ୍ୟ କିଡନୀ ଖରାପ ହୋଇଥାଏ କାରଣ ଏଥିରେ ଆନିମଲ ପ୍ରୋଟିନ ରହିଥାଏ ଯାହା ରକ୍ତ ରେ ଅଧିକ ମାତ୍ରା ରେ ଏସିଡ ବନେଇ ଥାଏ ଏବଂ ଯାହା ଆମ କିଡନୀ ପାଇଁ ଭଲ ହୋଇ ନଥାଏ ।
୪- ଚତୁର୍ଥ ରେ ହେଉଛି ଔଷଧ । ଔଷଧ ନେବା କିଛି ଖରାପ କଥା ନୁହେଁ କିନ୍ତୁ ଅଧିକ ପରିମାଣରେ ଔଷଧ ସେଵନ ଦ୍ୱାରା ଆମ କିଡନୀ ଡ୍ୟାମେଜ ମଧ୍ୟ ହୋଇ ପାରେ । ତେଣୁ ଅଧିକ ଏବଂ ଛୋଟ ଛୋଟ ଜିନିଷ ପାଇଁ ଔଷଧ ସେଵନ ଉଚିତ ନୁହେଁ ।
୫- ପଞ୍ଚମ ରେ ହେଉଛି ଧୂ-ମ୍ର-ପା-ନ କିମ୍ବା ମ-ଦ୍ୟ- ପା-ନ । ଧୂ-ମ୍ର-ପା-ନ କିମ୍ବା ମ-ଦ ପି-ଇ-ବା ଦ୍ୱାରା ଆମ ରକ୍ତ ର ନଳି ଶୁଖିବାକୁ ଲାଗିଥାଏ ଏବଂ ଏହା କିଡନୀ କୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଖରାପ କରି ଦେଇଥାଏ ତେଣୁ ଏହି ସବୁ ମ-ନ୍ଦ ଅଭ୍ୟାସ ରୁ ଦୁର ରହିବା ଆବଶ୍ୟକ । ଏହା ଛଡା ନିଜ ଶରୀର ଏବଂ କିଡନୀ କୁ ସୁସ୍ଥ ରଖିବା ପାଇଁ ଉତ୍ତମ ଆହାର ଏବଂ ଯୋଗ ବ୍ୟାୟାମ କରିବା ଆବଶ୍ୟକ ଏବଂ ଏକ ସୁସ୍ଥ ଜୀଵନ ଶୈଳୀ ରେ ବଞ୍ଚିବା ଆବଶ୍ୟକ ଅଟେ ।