Kidney ଫେଲ କରିପାରେ ଏହି 7 ଟି ଖାଦ୍ଯ ! ଆଜି ହିଁ ହୋଇଯାନ୍ତୁ ସାବଧାନ !

ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଜଣାଇବୁ କିଡନୀ ସମସ୍ୟା ଥିଲେ ଆପଣ କେଉଁ ସବୁ ଖାଦ୍ୟରୁ ଦୂରେଇ ରହିବେ ? ନଚେତ ଏହି ସବୁ ଖାଦ୍ୟ କିଡନୀକୁ ସମ୍ପୂର୍ଣ୍ଣ ଭାବରେ ଅକାମୀ କରିପାରେ । କିଡନୀ ଆମ ଶରୀରରେ ର-କ୍ତକୁ ସଫା କରି ର-କ୍ତରେ ଥିବା ଅଦରକାରୀ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଏବଂ ହରମନ ର କ୍ଷରଣ କରିଥାଏ । କିନ୍ତୁ କିଛି ରୋଗ ଓ ଖାଦ୍ୟ ଦ୍ଵାରା କିଡନୀ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥାଏ ।

ଡାଇବେଟିସ, ହୃଦରୋଗ, ଏଚ-ଆଇ-ଭି, କୋଲେଷ୍ଟ୍ରୋଲ୍ ଏହିଭଳି କିଛି ରୋଗ କିଡନୀ ଉପରେ ଖରାପ ପ୍ରଭାବ ପକାଇ ଥାଏ । କିଡନୀ ଖରାପ ହେଲେ ଶରୀର ରେ ପାଣି ଜମି ଯାଏ । କିନ୍ତୁ ଭୋଜନରେ କିଛି ଖାଦ୍ୟଠାରୁ ଦୂରେଇ ରହିଲେ ଶରୀର ରେ ବିଷାକ୍ତ ପଦାର୍ଥର ମାତ୍ରା କମ ରହିଥାଏ । ଏବଂ ଏହା କିଡନୀ କୁ ସୁସ୍ଥ ରଖିଥାଏ । ତେବେ ଚାଲନ୍ତୁ ଜାଣିବା ଏପରି କିଛି ଖାଦ୍ୟ ଯାହା କିଡନୀ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

୧:- କଳା କୋଲ୍ଡଡ୍ରୀଙ୍କ, କଳା ରଙ୍ଗର କୋଲ୍ଡଡ୍ରିଙ୍କ ରେ ଚିନି ବ୍ୟତୀତ ଫସଫରସ ର ମାତ୍ରା ଅତ୍ୟଧିକ ଥାଏ । ଏହା ଆମ ଶରୀର ରେ ଖରାପ ପ୍ରଭାବ ପକାଇଥାଏ । ୨:- ଆଭୋକାଡୋ, ଆଭୋକାଡୋରେ ପୋଷୋକୋ ତତ୍ତ୍ଵ ଅଧିକ ଥାଏ ।ଏବଂ ଉତ୍ତମ ଶ୍ଵାସ୍ଥ୍ୟ ପାଇଁ ମଧ୍ୟ ଏହା ଭଲ ହୋଇଥାଏ । କିନ୍ତୁ ଏହିଥିରେ ଅତ୍ୟଧିକ ପୋଟାସିୟମ ରହିଥାଏ ।୧୫୦ ଗ୍ରାମ ଆଭୋକାଡୋ ରେ ୭୨୭ ମିଲିଗ୍ରାମ ପୋଟାସିୟମ ଥାଏ ।

୩:- ଡବାରେ ବିକ୍ରି ହେଉଥିବା ଖାଦ୍ୟ, ଯେପରି ସୁପ, ପରିବା, ବିନ୍ସ ଇତ୍ୟାଦି । ଏଗୁଡିକ ବେଶୀ ଦିନ ସାଇତି ରଖିବା ପାଇଁ ଏଥିରେ ଲୁଣ ମିଶାଯାଇଥାଏ । ତେଣୁ ଏଥିରେ ସୋଡିୟମ ର ପରିମାଣ ଅଧିକ ଥାଏ । ତେଣୁ କିଡନୀ ରୋଗୀ ଙ୍କୁ ଡବାରେ ବିକ୍ରି ହେଉଥିବା ଖାଦ୍ୟକୁ ଖାଇବା ଉଚିତ ନୁହେଁ ।

୪:- ହୋଲ ହ୍ୱେଟ ବ୍ରେଡ, ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ । କିନ୍ତୁ କିଡନୀ ରୋଗୀଙ୍କ ପାଇଁ ହୋଲ ହ୍ୱେଟ ବ୍ରେଡ଼ ଅପେକ୍ଷା ହ୍ୱାଇଟ ବ୍ରେଡ ଭଲ ହୋଇଥାଏ । କାରଣ ହୋଲ ହ୍ୱେଟ ବ୍ରେଡ ରେ ପୋଟାସିୟମ ଓ ଫସଫରସ ର ପରିମାଣ ଅଧିକ ମାତ୍ରାରେ ରହିଥାଏ । ଯାହା କିଡନୀ ରୋଗକୁ ଆହୁରି ଗୁରୁତର କରିଦେଇଥାଏ ।

୫:- କଦଳୀ, କଦଳୀରେ ପୋଟାସିୟମ ର ପରିମାଣ ଅଧିକ ଥାଏ । ଏହା ଖାଇଲେ ର-କ୍ତରେ ପୋଟାସିୟମ ର ପରିମାଣ ବଢିଯାଏ । ତେଣୁ କିଡନୀ ଉପରେ ଚାପ ଅଧିକ ପଡ଼ିଥାଏ ।

୬:- କ୍ଷୀର ଜାତୀୟ ଦ୍ରବ୍ୟ, ଅସ୍ଥି କୁ ମଜବୁତ ରଖିବା ପାଇଁ ଆମକୁ କ୍ଷୀର ଏବଂ କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ କୁହାଯାଇଥାଏ । କିନ୍ତୁ ଯାହାର କିଡନୀ ଖରାପ ଅଛି ତାଙ୍କୁ କ୍ଷୀର ଜାତୀୟ ଖାଦ୍ୟ ଖାଇବା ଉଚିତ ନୁହେଁ । କାରଣ କ୍ଷୀର ଜାତୀୟ ଖାଦ୍ୟରେ ଫସଫରସ ଓ ପୋଟାସିୟମ ର ପରିମାଣ ଅଧିକ ଥାଏ । କିଡନୀ ଖରାପ ଥିଲେ ଏହା ଫସଫରସ କୁ ରକ୍ତରୁ ଅଲଗା କରିପାରେ ନାହିଁ । ତେଣୁ କ୍ଷୀର ଜାତୀୟ ଖାଦ୍ୟ ରୁ ଦୂରେଇ ରୁହନ୍ତୁ ।

୭:- କମଳା ବା କମଳା ଯୁସ, କିଡନୀ ରୋଗୀ କମଳା ବା କମଳା ଜୁସ ସେବନ କରିବା ଉଚିତ ନୁହେଁ । କାରଣ ଏଥିରେ ଅଧିକ ପୋଟାସିୟମ ଥାଏ । ଯାହା କିଡନୀ ପାଇଁ ଭଲ ହୋଇ ନ ଥାଏ । ତେଣୁ କମଳା ଜୁସ ପରିବର୍ତ୍ତେ ସେଓ କିମ୍ବା ଅଙ୍ଗୁର ଜୁସ ସେବନ କରିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *