ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଅଛୁ ଠାକୁର ଘର କେମିତି ହେବା ଦରକାର ? ଘରର କେଉଁ କୋଣ ରେ ହେବା ଦରକାର ? ପୂଜା ଘର ର ରଙ୍ଗ, ପୂଜା ଘରର କବାଟ କେମିତି ହେବା ଦରକାର ? ଠାକୁର କେଉଁ ସ୍ଥାନ ରେ ବସିବା ଦରକାର ? କେଉଁ ଦିଗ କୁ ମୁହଁ କରି ପୂଜା କରିବା ଦରକାର ? ଠାକୁର ଘରେ କ’ଣ କ’ଣ ହେବ ଦରକାର ? ଏବଂ ଠାକୁର ଘରେ କ’ଣ କ’ଣ ନ କରିବାକୁ ବାରଣ କରାଯାଇଅଛି ? ଏହି ସବୁ ବିଷୟରେ ଆମେ ଆଜି କହିବାକୁ ଯାଉଅଛୁ ।
୧;- ଠାକୁର ଘର ବା ପୂଜାଘର ଉତ୍ତର-ପୂର୍ବ ଦିଗ ଅଥବା ଐଶାନ୍ୟ କୋଣରେ ହେବା ଦରକାର । ଏହାର କୌଣସି ବିକଳ୍ପ କରିବା ଉଚିତ୍ ନୁହେଁ । ଯଦି ଅନ୍ୟ ବ୍ୟବସ୍ଥା ନ ଥାଏ, ତେବେ ଠାକୁର ଘର ଉତ୍ତର ବା ପୂର୍ବ ଦିଗରେ କରା ଯାଇପାରେ । ବାସ୍ତୁ ଶାସ୍ତ୍ର ଅନୁସାରେ ଠାକୁର ଘରର ସ୍ଥାନ, କେବଳ ଗୋଟିଏ ସ୍ଥାନ କୁ ମାନ୍ୟତା ଦିଆ ଯାଇଛି ତାହା ହେଉଛି ଘରର ଉତ୍ତର-ପୂର୍ବ ଦିଗ ଅଥବା ଐଶାନ୍ୟ କୋଣ ।
୨;- ଶୋଇବା ଘରେ ପୂଜା କରିବା ଅନୁଚତ୍ । ଯଦି କୌଣସି ବିକଳ୍ପ ନ ଥାଏ ତେବେ ଠାକୁର ରଖିବା ପାଇଁ ଏକ ସ୍ଵତନ୍ତ୍ର ଆସ୍ଥାନ କରନ୍ତୁ ଓ ପୂଜା ସରିବା ପରେ ଏଥିରେ ପରଦା ପକାନ୍ତୁ । ପ୍ରଥମ ତ ଶୋଇବା ଘରେ ଠାକୁର ରଖନ୍ତୁ ନାହିଁ ।
୩;- ଠାକୁର ଘର ର ଝରକା ବା କବାଟ ଆଦି ଉତ୍ତର ବା ପୂର୍ବ ଦିଗ କୁ ରଖାଯାଇପାରେ । ଏବଂ ଠାକୁର ଘରର କବାଟ ଏକ ଫାଳିଆ ନ ହୋଇ ଦୁଇ ପଟୁଆ ହେବା ଉଚିତ୍ । ଏହା ଲୁହା, ଟିଣ ବା ଗ୍ରିଲ୍ ନ ହେବା ଉଚିତ୍ । ପୂଜା ଘରର ବନ୍ଧ ୪ କାଠ ହେବା ଉଚିତ୍ । ପୂଜା ଘରର କବାଟ ଆପେ ଆପେ ଖୋଲିବା ଓ ଆପେ ଆପେ ବନ୍ଦ୍ ହୋଇଯିବା ଭଲ ନୁହେଁ ।
୪;- ଠାକୁର ଘରେ ମୂର୍ତ୍ତି ପୂଜା ନ କରି ଫୋଟୋ ରଖି ପୂଜା କରିବା ଉଚିତ୍ । ଯଦି ମୂର୍ତ୍ତି ପୂଜା କରାଯାଏ ତେବେ ମୂର୍ତ୍ତି ୬ ଆଙ୍ଗୁଳିରୁ ଛୋଟ ହେବା ଭଲ ମାତ୍ର ଘରେ କାଳୀ, ଶିବ, ହନୁମାନ ଓ ନୃସିଂହ ଙ୍କ ପୂଜା ନିଷେଧ । ଯଦି ଘରେ ବଡ଼ ମୂର୍ତ୍ତି ରଖି ପୂଜା କରିବାକୁ ଇଚ୍ଛା ଥାଏ, ତେବେ ଘର ବାହାରେ ଉତ୍ତର-ପୂର୍ବ କୋଣ ରେ ଏକ ଅଲଗା ଘର କରି ମୂର୍ତ୍ତିକୁ ସ୍ଥାପନା କରାଯାଇପାରେ । କିନ୍ତୁ ଏହାକୁ ବ୍ରାହ୍ମଣ ପୂଜା କରିବା ବିଧେୟ ।
୫;- ଠାକୁର ଘରେ ଫୋଟୋ କୁ କାନ୍ଥକୁ ଲଗାଇବା ଟଙ୍ଗାଇ ରଖିବା ଉଚିତ୍ ନୁହେଁ । ଏଥିପାଇଁ ଆସ୍ଥାନ, ବିମାନ ବା ପୀଠ କରାଯିବା ଉଚିତ୍ ।
୬;- ପୂଜା ଘରର କବାଟ ସିଧା ବା ଠିକ୍ ସାମ୍ନାରେ ଠାକୁର ରଖିବା ଅନୁଚିତ୍ । ଠାକୁରଙ୍କ ଆସ୍ଥାନ, ବସିବା ସ୍ଥାନ କାନ୍ଥକୁ ନ ଲଗାଇ ଟିକେ ଛାଡ଼ି ରଖନ୍ତୁ । ଠାକୁର ବସିବା ସ୍ଥାନକୁ କେବଳ ମାର୍ବଲ କରନ୍ତୁ । କିନ୍ତୁ ପୁରା ଘରର ମେଜିଆ ମାର୍ବଲ କରନ୍ତୁ ନାହିଁ ।
୭;- ଗୃହରେ ଥିବା ପୂଜା ଘରେ ଠାକୁର ଫୋଟୋ କିମ୍ବା ମୂର୍ତ୍ତିକୁ ପଶ୍ଚିମ ମୁଁହା କରି ରଖାଯିବ । କେବଳ ମନ୍ଦିରରେ ଠାକୁର ପୂର୍ବ ମୁହଁ ହୋଇ ରହିବେ ।
୮;- ଘରେ ପୂଜା କରିବା ସମୟରେ ଆପଣଙ୍କ ଡାହାଣ ପାଖରେ ଠାକୁର ଙ୍କୁ ରଖି ଉତ୍ତରକୁ ମୁହଁ କରି ପୂଜା କରିବା ଉଚିତ । କିନ୍ତୁ ମନ୍ଦିରରେ ଉତ୍ତରକୁ ମୁହଁ କରି ଠାକୁର ଙ୍କୁ ବାମ ପାଖରେ ରଖି ପୂଜା କରାଯାଏ ।
୯;- ପୂଜା ଘରେ ଯଦି ହୋମ, ପ୍ରାଣାୟମ ଆଦି କରାଯାଏ ତେବେ ଠାକୁରଙ୍କ ସମ୍ମୁଖ ରେ ବସି ନ କରିବା ଉଚିତ୍ । ଠାକୁର ଘରର ଛାତ ପିରାମିଡ୍ ପରି ହେଲେ ଭଲ ଭୂତଳ କୋଠୋରୀରେ ଠାକୁର ଘର କରିବା ନିଷେଧ ।
୧୦;- ପୂଜା ଘରେ କୌଣସି ଅନାବଶ୍ୟକ ପଦାର୍ଥ ରଖନ୍ତୁ ନାହିଁ କେବଳ ପୂଜା ସାମଗ୍ରୀ ହିଁ ରଖନ୍ତୁ ଓ ପୂଜା ଘରେ ଟଙ୍କା ରଖିବା ମଧ୍ୟ ନିଷେଧ । ପୂଜା ଘରେ ଭଙ୍ଗା କାଚ ଥିବ ଫୋଟୋ କିମ୍ବା ଉଇ ଲଗା ଫୋଟୋ ଓ ପୁରୁଣା ମନ୍ଦିର ର ଫୋଟୋ କି ମୂର୍ତ୍ତି କୁ ଆଣି ପୂଜା କରିବା ଅନୁଚିତ୍ । ତୁଲସୀ ଚଉରା ଘରର ଉତ୍ତର-ପୂର୍ବ ଦିଗରେ ରହିବା ଆବଶ୍ୟକ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ