Kidney ଖରାପ ହେବା ପୂର୍ବରୁ ଦେଇଥାଏ ଏହି ସଙ୍କେତ, ଜାଣନ୍ତୁ କେମିତି ଜାଣିବେ ! (Health Tips)

ବନ୍ଧୁଗଣ, ଆଜିର ଆଧୁନିକ ଯୁଗରେ କିଡନୀ ର ପ୍ରୋବ୍ଲେମ ବହୁତ ଲୋକଙ୍କ ପାଖରେ ଦେଖାଯାଉଅଛି । ୧୦୦ ରୁ ୭ ଭାଗ ଲୋକ ସେମାନଙ୍କୁ କିଡନୀ ପ୍ରୋବ୍ଲେମର ଶିକାର ହୋଇଛନ୍ତି ବୋଲି ଜାଣିଥାନ୍ତି । ଏବଂ ୯୩ ଭାଗ ଲୋକ ଏହି ବିଷୟରେ ଅଜଣାଥାନ୍ତି । ଟେଷ୍ଟ ହେବା ପରେ ୫୦ ଭାଗ ଲୋକ କିଡନୀ ଖରାପ ହେବା ସମ୍ବନ୍ଧରେ ଜାଣି ପାରନ୍ତି । ଏହି ପ୍ରୋବ୍ଲେମ ବହୁତ ଲମ୍ବା ସମୟ ଧରି କିଛି ଲକ୍ଷଣ ନ ଦେଖାଇ ଆପଣଙ୍କ ଶରୀରରେ ରହିଥାଏ ।

ଯେଉଁମାନେ ମୋଟାପଣ ର ଶିକାର ହୋଇଅଛନ୍ତି, ଯିଏ ଡାଇବେଟିସ ର ୫ ବର୍ଷ ଧରି ଶିକାର ହୋଇଛନ୍ତି, ବ୍ଲଡ ପ୍ରେସର ରୋଗୀ, ହାର୍ଟ ଓ ଲିଭର ବେମାରୀ ର ରୋଗୀ, ଏହି ସବୁ ରୋଗୀମାନେ ବର୍ଷକୁ ଥରେ ନିଜ କିଡନୀର ପରୀକ୍ଷା କରେଇ ନେବା ଉଚିତ ହୋଇଥାଏ । ୧- କିଡନୀ ଖରାପ ହେଲେ, ଦୂଷିତ ପାଣି ଆମ୍ଭ ଶରୀର ମଧ୍ୟରୁ ନିଷ୍କାଶିତ ହୋଇପାରି ନଥାଏ । ଏହା ଫଳରେ ସେହି ପାଣି ଆମ୍ଭ ଶରୀରର ବିଭିନ୍ନ ସ୍ଥାନରେ ଜମା ହୋଇ  ଆଖି ଓ ଗୋଡ଼ ଫୁଲିଥାଏ ।

୨- ନିଃଶ୍ୱାସ ଫୁଲିବା, ଅଳ୍ପ ସମୟ ଚାଲିବା ଦ୍ଵାରା ଆପଣଙ୍କୁ ଥକା ଲାଗିବ ଓ ନିଃଶ୍ୱାସ ଅତ୍ୟଧିକ ମାତ୍ରାରେ ଫୁଲିବା କୁ ଲାଗିବା । ୩- ଭୋକ ନ ଲାଗିବା, ବେଳେବେଳେ ସକାଳୁ ଉଠିବା ମାତ୍ରେ ବାନ୍ତି ଦେଖାଇଥାଏ । ଭୋକ କମ ଲାଗିଥାଏ ।

୪- ବ୍ଲଡ ପ୍ରେସର ବଢିବା, ଯାହାକୁ ଆଗରୁ କେବେ ବ୍ଲଡ ପ୍ରେସର ହୋଇନାହିଁ, ସେମାନଙ୍କ ବ୍ଲଡ ପ୍ରେସର ବଢ଼ିଯିବା । ଆପଣଙ୍କ ଶରୀରରେ ଲୁଣ ର ମାତ୍ରା ବଢ଼ିଯିବା ଫଳରେ ବ୍ଲଡ ପ୍ରେସର ମଧ୍ୟ ବଢ଼ି ଯାଇଥାଏ ।

୫- ରକ୍ତର ଅଭାବ ଦେଖାଦେବା, କିଛି ଲୋକ ନିଜର ଶରୀରରେ ହିମୋଗ୍ଲୋବିନ କମ ଅଛି ବୋଲି କହିଥାନ୍ତି । କିନ୍ତୁ କିଡନୀ ଖରାପ କାରଣରୁ ଶରୀରରେ ରକ୍ତ ବନିବା ପ୍ରକ୍ରିୟା କମ ହୋଇଯାଇଥାଏ । ଏହା ସହିତ ରକ୍ତର ଅଭାବ ଦେଖାଯାଇଥାଏ ।

୬- ଦେହ ହାତ କୁଣ୍ଡେଇ ହେବା, କିଡନୀ ଖରାପ ହେବାକୁ ଲାଗୁଥିଲେ ପୁରା ଶରୀର କୁଣ୍ଡାଇ ହୋଇଥାଏ । କୁଣ୍ଡାଇ ହେବା ଦ୍ଵରା ଚର୍ମ ଲାଲ ପଡିଯାଏ । ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କିଡନୀର କାମ ହେଉଛି ଆମ ଶରୀରର ଅପରିଷ୍କାର ଜିନିଷକୁ ପରିସ୍ରା ଦ୍ଵାରା ବାହାର କରିବା । ଯଦି କିଡନୀ ସଠିକ ରୂପେ କାମ ନ କରେ ତେବେ ଏହା ଜମା ହୋଇ କିଡନୀ କୁ ଖରାପ କରିଥାଏ ।

ସୁଷମ ଖାଦ୍ୟ ନ ଖାଇବା ଦ୍ଵାରା ଏବଂ ଫାଷ୍ଟଫୁଡ ର ଅତ୍ୟଧିକ ସେବନ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *