Hair Care Tips- କେଉଁ ତେଲ କେଶରେ ଲଗେଇଲେ କେଶ ଉପୁଡିବନି, ଧଳା ହେବନି, ରୂପୀ ହେବନି କି ଉଙ୍କୁଣି ମଧ୍ୟ ହେବ ନାହିଁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତିର ସୁନ୍ଦରତାରେ ବୃଦ୍ଧି କରିବାରେ କେଶ ବହୁତ ସହାୟକ ହୋଇଥାଏ । ତେଣୁ କେଶକୁ ସୁନ୍ଦର କରିବାକୁ ସମସ୍ତେ ଇଛା କରିଥାନ୍ତି । କେଶକୁ ସୁନ୍ଦର, କଳା, ଘନ ଓ ଲମ୍ବା କରିବାକୁ ଚାହୁଁଥିଲେ । କେବଳ ଯେ କେଶର ଯତ୍ନ ପାଇଁ ଦାମୀ ସମ୍ପୁ କିମ୍ବା ତେଲର ବ୍ୟବହାର କରିବେ ତାହା ଯଥେଷ୍ଟ ନୁହେଁ । କେଶକୁ ସୁସ୍ଥ କରିବା ପାଇଁ ଭଲ ତେଲ ଓ ସାମ୍ପୁ ଯେତିକି ଦରକାର ପଡିଥାଏ ।

ଏହା ସହିତ ବ୍ୟକ୍ତିର ଖାଦ୍ୟ, ପାନୀୟ ତଥା ସଂପୂର୍ଣ୍ଣ ଜୀବନଶୈଳୀ ଉପରେ ନିର୍ଭର କରିଥାଏ । କେଶକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ କେଶର ଠିକ ଭାବରେ ଯତ୍ନ ନେବା ନିତାନ୍ତ ଦରକାର ହୋଇଥାଏ । ତେଣୁ ସପ୍ତାହକୁ ଅତି କମ୍ ରେ 1 ଥର ଚୁଟିକୁ ସଫା କରିବା ଉଚିତ । ତାହା ପୁଣି ବିନା କେମିକାଲ ଯୁକ୍ତ ଯୁକ୍ତ ସାମ୍ପୁ ନିଜ କେଶରେ ପ୍ରୟୋଗ କରିବା ଉଚିତ ।

କାରଣ କେମିକାଲ ଥିବା ବାଲା ସାମ୍ପୁରେ ଚୁଟି ସଫା କରିବା ଦ୍ଵାରା କେଶ ଅଧିକ ନଷ୍ଟ ହୋଇଯାଇଥାଏ । ତେଣୁ ରିଠା ଫଳ ଦ୍ଵାରା କେଶ ପ୍ରାକୃତିକ ଭାବେ ସଫା କରିବା ଉଚିତ । ଏହା ସହିତ ନିଜ ଖାଦ୍ୟକୁ ସୁଷମ ଓ ସନ୍ତୁଳିତ କରି ଖାଇବା ଉଚିତ । ବାହାରର ଜଙ୍କଫୁଡ ଓ ପାକେଜ ଜାତୀୟ ଖାଦ୍ୟ ଠାରୁ ନିଜକୁ ଯେତେ ଦୂରେଇ ରଖିବ ସେତେ ହିଁ ସ୍ଵାସ୍ଥ ତଥା କେଶ ପାଇଁ ବହୁତ ଭଲ ହୋଇଥାଏ ।

ଏହା ଛଡା କେଶରେ ତେଲ ଲଗାଇବା ନିତାନ୍ତ ଆବଶ୍ୟକ ହୋଇଥାଏ । ଆଜିକାଲି ବହୁତ ପିଲା ନିଜ ଚୁଟିରେ ତେଲ ଲଗାଇବାକୁ ପସନ୍ଦ କରୁନାହାନ୍ତି । ତେବେ ଯେପରି ବ୍ୟକ୍ତି ବଞ୍ଚିବା ପାଇଁ ଖାଦ୍ୟ ଆବଶ୍ୟକ କରିଥାଏ । ସେହିପରି ଚୁଟିକୁ ସୁସ୍ଥ ରଖିବା ପାଇଁ ତେଲ ନିହାତି ଦରକାର ହୋଇଥାଏ । ଖାସ୍ କରି ନିଜ ଚୁଟିକୁ ସଫା କରିବାର କିଛି ଘଣ୍ଟା ପୂର୍ବରୁ ହିଁ ତେଲ ଚୁଟିରେ ଲଗାଇ ତାପରେ ସାମ୍ପୁ କରିବା ଉଚିତ ।

ତେବେ ଚୁଟି ପାଇଁ ନଡିଆ ତେଲ ବହୁତ ହିଁ ଭଲ ହୋଇଥାଏ । ଏହା ଛଡା ରାଶି ତେଲ ଓ ସୋରିଷ ତେଲ ମଧ୍ୟ କେଶ ପାଇଁ ବହୁତ ଲାଭଦାୟୀ ହୋଇଥାଏ । ଖରା ଦିନରେ ନଡିଆ ତେଲ ଚୁଟିରେ ଆରମରେ ଲଗାଇପାରିବେ । ଶୀତ ଦିନରେ ଯଦି ସୋରିଷ ତେଲ କିମ୍ବା ରାଶି ତେଲ ଚୁଟିରେ ଲଗାନ୍ତି । ତେବେ ଏହା ଚୁଟିରେ ଥିବା ରୂପୀ, ଉଙ୍କୁଣୀ ଭଳି ସମସ୍ଯାକୁ କରିଥାନ୍ତି । ଚୁଟିକୁ ଘନ, ଲମ୍ବା ଓ କଳା ମଧ୍ୟ କରିଥାନ୍ତି ।

ଚୁଟିରେ ତେଲ ଲଗାଇବା ପୂର୍ବରୁ ଡବଲ ବଏଲ ପ୍ରୋସେସରେ ତେଲକୁ ଗରମ କରିଦେବା ଉଚିତ । ଏକ ପାତ୍ରରେ ପାଣିକୁ ଗରମ କରି ତା’ଉପରେ ତେଲ ପାତ୍ର ରଖି ତେଲକୁ ଗରମ କରିବା ହିଁ ଠିକ ପଦ୍ଧତି ହୋଇଥାଏ । ତେଲକୁ କେବେ ସିଧାସଳଖ ପାତ୍ର ଦେଖା ଗରମ କରିବା ଉଚିତ ନୁହେଁ । କେଶକୁ ପ୍ଲାଷ୍ଟିକ ପାନିଆ ବ୍ଯତୀତ କାଠ କିମ୍ବା ସିଙ୍ଘ ପାନିଆରେ କୁଣ୍ଡାଇବା ଉଚିତ ହୋଇଥାଏ । ଏହିସବୁ ନିୟମ ମାନିବା ଦ୍ଵାରା କେଶ ଝଡିବା କମିବା ସହିତ କେଶ ସୁନ୍ଦର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *