ବନ୍ଧୁଗଣ, ଭଗବାନ ଙ୍କୁ ସ୍ଵଛ ତଥା ନିର୍ମଳ ମନ ରେ ପୂଜା କରିବା ରେ ବହୁତ ପୂଣ୍ୟ ଫଳ ମିଳିଥାଏ ସତ ମାତ୍ର କିଛି ବିଶେଷ କଥା ଅଛି ଯାହାକୁ ଯଦି ଆମେ ଭଗବାନ ଙ୍କୁ ପୂଜା କରୁଥିବା ସମୟରେ ଅର୍ପଣ କରିଥାଉ ଅଥବା ପୂଜା ରେ ବ୍ୟବହାର କରିଥାଉ ତାହା ବହୁତ ଅମଙ୍ଗଳ ହୋଇଥାଏ ।
ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ଫୁଲ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ପୂଜା କଲାବେଳେ ବ୍ୟବହାର କରିଲେ ଅମଙ୍ଗଳ ହୋଇଥାଏ । ଆସନ୍ତୁ ଜାଣିବା ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ । ୧- ପୋକ ଖାଇଥିବା, କଟା ଫଟା, କଢ, ଉତ୍କୁଟ ଗନ୍ଧଯୁକ୍ତ ପୁଷ୍ପ, ଅନ୍ୟ ଦେବତାଙ୍କ ପାଦ ସ୍ପର୍ଶ ରେ ଆସିଥିବା ଫୁଲ, ତଥା ଭୂମି ଉପରେ ପଡିଥିବା ଫୁଲ, ଚୋରାଇ ଆଣିଥିବା ପୁଷ୍ପ, ଆଦି ଭଗବାନ ଙ୍କ ଉପରେ ଚଢାଇବା ଅନୁଚିତ ।
୨- କମଳ ଫୁଲ ୧୧ ଦିନ ପର୍ଯ୍ୟନ୍ତ ବାସୀ ହୁଏ ନାହିଁ । କୁମୁଦ ଫୁଲ ୫ ଦିନ ପର୍ଯ୍ୟନ୍ତ ବାସୀ ହୁଏ ନାହିଁ ।
୩- ତୁଳସୀ ପତ୍ର, ବେଲ ପତ୍ର, ଅଗ୍ୟସ୍ତ ଫୁଲ ଆଦି କେବେ ବାସୀ ହୋଇ ନଥାଏ ।
୪- ବେଲପତ୍ର, ଅଁଳା, ତଥା ତୁଳସୀ ର ଛିଣ୍ଡା ପତ୍ର ଆପଣ ପୂଜା ରେ ଚଢାଇ ପାରିବେ ।
୫- ଶାସ୍ତ୍ର ରେ ନିୟମ ଅନୁଯାୟୀ ମଧ୍ୟାନ ସ୍ନାନ ପରେ ଫୁଲ ତୋଳିବା ନିଷେଧ ଅଟେ ।
୬- ଭଗବାନ ବିଷ୍ଣୁ ଙ୍କୁ ଦୁଦୁରା, ଦେବୀ ମା’ ଙ୍କୁ ଅରଖ, ମନ୍ଦାର, ସୂର୍ଯ୍ୟ ଙ୍କୁ ଟଗର, ଅର୍ପଣ କରାଯାଇ ନଥାଏ । ମାତ୍ର ତାନ୍ତ୍ରିକ ପଦ୍ଧତିରେ ଏସବୁ ଚଢାଇ ପାରିବେ ।
୭- କୌଣସି ପତ୍ର ଅଥବା ପୁଷ୍ପ କୌଣସି ଦେବୀ ଦେବତା ଙ୍କୁ ଓଲଟା କରି ଚଢାଇବା ଅନୁଚିତ ।
୮- ଶ୍ରୀ କୃଷ୍ଣ ଙ୍କ ନିମନ୍ତେ କୁମୁଦ, କନିଅର, ମଲ୍ଲି, ଚମ୍ପା, ପଳାସ ପତ୍ର ଅଥବା ଫୁଲ, ଦୁବ, ବନମାଳ ଆଦି ପରମ ପ୍ରିୟ ଅଟେ ।
୯- କମଳ ପୁଷ୍ପ ରେ ମାତା ଲକ୍ଷ୍ମୀ ଙ୍କ ନିବାସ ଥିବା ହେତୁ ଅନ୍ୟ ଫୁଲ ଅପେକ୍ଷା ହଜାର ଗୁଣ ପ୍ରିୟ ଅଟେ । ତୁଳସୀ ମଧ୍ୟ ପ୍ରଭୁ ଙ୍କ ପ୍ରିୟ ଅଟେ । ଯଦି କୌଣସି ଫୁଲ ପୂଜା ନିମନ୍ତେ ନ ମିଳେ ତେବେ ତୁଳସୀ ଶାଖା, ପତ୍ର ଆଣି ପୂଜା କରିବା ବିଧେୟ ଅଟେ ।
୧୦- ଭଗବାନ ଶିବ ଙ୍କୁ କେତକୀ, ଗଣେଶ ଙ୍କୁ ତୁଳସୀ, ଏବଂ ଦୂର୍ଗା ଙ୍କୁ ଦୁର୍ବଳ ଚଢାଇବା ଅନୁଚିତ । ଏହି ସବୁ ନିୟମ କୁ ମାନି ପୂଜାର୍ଚ୍ଚନା କରିବା ଦ୍ଵାରା ପୂଣ୍ୟ ଫଳ ଅର୍ଜନ ହେବା ସହିତ ଭଗବାନ ଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ପ୍ରସଙ୍ଗ ସମ୍ବନ୍ଧରେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।