କେଉଁ ଦିନ କେଉଁ ପରିବା ଖାଇଲେ ଶତ୍ରୁ ବୃଦ୍ଧି ହେବା ସହିତ ଧନ ଏବଂ ଆୟୁ ନାଶ ହୋଇଥାଏ କେଉଁ ଦିନ ତାଳ, ମସୁର ଡାଲି, ବିରି, ପୋଇ, କୋଶିଳା ଶାଗ, ନିମ୍ବ ଖାଇବା ମନା …?

ନମସ୍କାର ବନ୍ଧୁଗଣ ,  ଶାସ୍ତ୍ର ରେ କୁହାଯାଇଥିବା ନିୟମ ଗୁଡିକୁ ପାଳନ କରିବା ଦ୍ଵାରା ଲୋକମାନଙ୍କର ମଙ୍ଗଳ ସାଧନ ହୋଇଥାଏ । ଶାସ୍ତ୍ର ରେ କୁହାଯାଇଥିବା ବିଷୟ ସବୁ ଲୋକମାନଙ୍କ ହିତ ଉଦେଶ୍ୟ ରେ ଲେଖାଯାଇ ଅଛି । ଏହା କୁ ପାଳନ କରିବା ଦ୍ଵାରା ମଣିଷ ଜୀବନରେ ଧନ , ସୁଖ , ସମବୃଦ୍ଧି ଆଦି କୁ ପ୍ରାପ୍ତ କରିଥାଏ । ମଣିଷ ତା ‘ ଜୀବନ ରେ ଅନେକ ଗୁଡାଏ ଜିନିଷ ର ସେବନ କରିଥାଏ , ମାତ୍ର ତାହାକୁ ଖାଇବା ହେତୁ କଣ ଘଟିଥାଏ ତାହା ସିଏ ଜାଣିନଥାଏ । ଆଜି ଆମେ ଆପଣମାନଙ୍କ ଆଗକୁ ଏକ ସୁନ୍ଦର ବିଷୟ ଯାହା ସମ୍ବନ୍ଧରେ ଆମେ ଅଧିକାଶ ଜାଣିନଥାଉ ।

ମାତ୍ର ଏହା ମାଧ୍ୟମରେ ଆପଣଙ୍କୁ କହିବୁ ଓ ଆପଣ ସେହି ସବୁ  ଠାରୁ ଦୂରରେ ରହିବା ଉଚିତ୍ ହୋଇଥାଏ । ସନାତନ ଧର୍ମ ଶାସ୍ତ୍ରରେ କହିବା ବିଷୟ କୁ ନେଇ ବର୍ଣ୍ଣନା କରାଯାଇଛି । କେଉଁ ସବୁ ଜିନିଷ କୁ ଖାଇବା ଉଚିତ୍ ଓ ବାରଣ କରିଥିବା ଜିନିଷ କୁ ଖାଇବା ଦ୍ଵାରା କଣ ଘଟିଥାଏ । ଶାସ୍ତ୍ର ଅନୁସାରେ ଶୁକ୍ଳ ପକ୍ଷ ତିଥି ରେ ପାଣି କଖାରୁ ଖାଇବାକୁ ବାରଣ କରାଯାଇଥାଏ । କାରଣ ଏହି ତିଥି ରେ ତାହାକୁ ଖାଇବା ଦ୍ଵାରା ଧନର କ୍ଷୟ ହୋଇଥାଏ ।

ଦ୍ଵିତୀୟ ତିଥି ରେ ବେଜି ବାଇଗଣ ଖାଇବା ଦ୍ଵାରା ଚରମ ସମ୍ବନ୍ଧୀୟ ସମସ୍ୟା ହେବାର ସମ୍ଭାବନା ରହିଥାଏ । ତୃତୀୟା ତିଥିରେ ପୋଟଳ ଖାଇବାକୁ ବାରଣ କରାଯାଇଥାଏ । ଯଦି ଆପଣ ଏହି ତିଥି ର୍ରେ ପୋଟଳ କୁ ଖାଇଥାନ୍ତି ତେବେ ଶତ୍ରୁ ପୀଡା ବା ଶତ୍ରୁ ର ସମସ୍ୟା କୁ ଭୋଗିବାକୁ ପଡିଥାଏ । ଚତୃଥି ତିଥି ରେ ମୂଳା କୁ ଖାଇଥାଉ ତେବେ ଧନ ର ନାଶ ହୁଏ ।

ପଞ୍ଚମୀ ତିଥି ରେ ବେଳ ଓ ପଣସ ଖାଇବାକୁ ମନା କରାଯାଇଛି , ମାତ୍ର ଯଦି ଆମେ ଏହାକୁ ଖାଇଥାଉ ତେବେ ମାନ ସମ୍ମାନ ଓ ଯଶ ର ହାନି ହୋଇଥାଏ । ନିମ୍ବ  ଖାଇବାକୁ ମନା କରନ୍ତୁ କାରଣ ପରବତ୍ତୀ ଜନ୍ମ ରେ ଆମେ ନୀଚ ହୋଇ ଜନ୍ମ ଗ୍ରହଣ କରିଥାଉ । ସପ୍ତମ ତିଥି ରେ ତାଳ ଖାଇବା ଅନୁଚିତ୍ ଓ ଏହା ଦ୍ଵାରା ଗଭୀର ରୋଗ ହେବାର  ସମ୍ଭାବନା ରହିଥାଏ । ଶାସ୍ତ୍ର ଅନୁସାରେ ଅଷ୍ଟମ ତିଥି ରେ ଆମେ ନଡିଆ ଓ ଆମିଷ ଖାଇଥାଉ ତେବେ ଆମେ ବୃଦ୍ଧି ନାଶ ହୁଏ ।

ନବମୀ ତିଥି ରେ ଲାଉ ଓ  ଦଶମୀ ତିଥିରେ କଳମ ଶାଗ ଖାଇବା ଅନୁଚିତ୍ ହୋଇଥାଏ । ଏକା ଦଶି ତିଥି ରେ ଶିମ୍ଭ ଖାଇବା ଦ୍ଵାରା ଘର କୁ ଦରିଦ୍ରତା ଆସିଥାଏ । ଚଉଦଶୀ ତିଥିରେ ମସୁର ଡାଲି ,  ସଜନା ଶାଗ ଖାଇବା ଦ୍ଵାରା ଧନ ର ହ୍ରାସ ହୋଇଥାଏ ।

ପୂର୍ଣ୍ଣିମା , ଆମବ୍ୟାସ ରେ ଆମିଷ ଖାଇବାକୁ ବାରଣ କରିବା ଉଚିତ୍ ହୋଇଥାଏ । ଏହା ଥିଲା ଶାସ୍ତ୍ର ନିୟମ  ଆପଣ ଚେଷ୍ଟା କରନ୍ତୁ ଶାସ୍ତ୍ରଗତ ନିୟମକୁ ପାଳନ କରିବାକୁ   । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସଜ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *